ETV Bharat / bharat

ୟୁକ୍ରେନ ରାଷ୍ଟ୍ରପତିଙ୍କ ନାମରେ ବିକ୍ରି ହେଉଛି ଚା' - ୟୁକ୍ରେନ ରାଷ୍ଟ୍ରପତିଙ୍କ ନାମରେ ଚା'

ଗୋଟିଏ ପରେ ଗୋଟିଏ ସହରକୁ ଟାର୍ଗେଟ କରୁଛି ଋଷ ସେନା । ଋଷର ଆକ୍ରମଣରେ ଭୟଭୀତ ନ ହୋଇ ଅଦ୍ଭୁତ ସାହସିକତା ପ୍ରଦର୍ଶନ କରିଥିବା ଯୁକ୍ରେନ ରାଷ୍ଟ୍ରପତି ଭୋଲାଦିମିର ଜେଲେନସ୍କିଙ୍କ ନାମରେ ଆସାମର ଏକ ଷ୍ଟାର୍ଟଅପ କମ୍ପାନୀ ଚା' ପ୍ରସ୍ତୁତ କରିଛି । ଅଧିକ ପଢନ୍ତୁ

ୟୁକ୍ରେନ ରାଷ୍ଟ୍ରପତିଙ୍କ ନାମରେ ଚା
ୟୁକ୍ରେନ ରାଷ୍ଟ୍ରପତିଙ୍କ ନାମରେ ଚା
author img

By

Published : Mar 18, 2022, 10:03 AM IST

ଗୌହାଟି: ୟୁକ୍ରେନ ଓ ଋଷ ମଧ୍ୟ ଘମାଘୋଟ ଯୁଦ୍ଧା ଜାରି ରହିଛି । ଗୋଟିଏ ପରେ ଗୋଟିଏ ସହରକୁ ଟାର୍ଗେଟ କରୁଛି ଋଷ ସେନା । ଋଷର ଆକ୍ରମଣରେ ଭୟଭୀତ ନ ହୋଇ ଅଦ୍ଭୁତ ସାହସିକତା ପ୍ରଦର୍ଶନ କରିଥିବା ଯୁକ୍ରେନ ରାଷ୍ଟ୍ରପତି ଭୋଲାଦିମିର ଜେଲେନସ୍କିଙ୍କ ନାମରେ ଆସାମର ଏକ ଷ୍ଟାର୍ଟଅପ କମ୍ପାନୀ ଚା' ପ୍ରସ୍ତୁତ କରିଛି । ଏହା ବର୍ତ୍ତମାନ ଅନଲାଇନରେ ବିକ୍ରି ହେଉଛି ।

ଆସାମର ଏହା ସବୁଠୁ ଷ୍ଟ୍ରଙ୍ଗ ସିଟିସି (crush tear curl) ବୋଲି ଆରୋମେଟିକ ଟି କମ୍ପାନୀର ନିର୍ଦ୍ଦେଶକ ରଞ୍ଜିତ ବରୁଆ କହିଛନ୍ତି । ଜେଲେନସ୍କିଙ୍କ ବୀରତ୍ବ ଏବଂ ସାହସକୁ ସମ୍ମାନ ଦେବା ମୁଖ୍ୟ ଉଦ୍ଦେଶ୍ୟରେ ଏହାକୁ ଲଞ୍ଚ କରାଯାଇଛି । ବିଜୟ ଆଶା ନଥାଇ ତଥାପି ସଂଗ୍ରାମ ଜାରି ରହିଥିବା ୟୁକ୍ରେନବାସୀ ଭଲ ଭାବେ ଜାଣିଥିବା କହିଛନ୍ତି କମ୍ପାନୀ ନିର୍ଦ୍ଦେଶକ ।

ଯୁଦ୍ଧ ପ୍ରଭାବିତ ଯୁକ୍ରେନରୁ ଜେଲେନସ୍କିଙ୍କୁ ଉଦ୍ଧାର କରିବା ପାଇଁ ଆମେରିକାର ଅଫର ସତ୍ତ୍ବେ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ । ଏହା ବଦଳରେ ସେ ଅସ୍ତ୍ର ମାଗିଥିଲେ । ଏହା ହିଁ ତାଙ୍କ ଚରିତ୍ରକୁ ଦର୍ଶାଉଛି । ଋଷିଆ ଠୁ ଜିତିବା ସହଜ ହୋଇ ନଥିଲେ ହେଁ ଜେଲେନସ୍କି ତାଙ୍କ ଲଢେଇ ଜାରି ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.