ETV Bharat / bharat

TATA ହାତକୁ ଆସିଲା Air India - ଏୟାର ଇଣ୍ଡିଆ

ଟାଟା ଗ୍ରୁପକୁ ମିଳିଛି ଏୟାର ଇଣ୍ଡିଆର ଭାର । କମ୍ପାନୀ ପକ୍ଷରୁ ଲଗାଯାଇଥିଲା ସବୁଠୁ ବଡ ବିଡ୍‌ । ଟାଟା 18 ହଜାର କୋଟିର ବିଡ୍‌ ଲଗାଇଥିଲା । ଅଧିକ ପଢନ୍ତୁ...

TATA ହାତକୁ ଆସିଲା Air India
TATA ହାତକୁ ଆସିଲା Air India
author img

By

Published : Oct 8, 2021, 4:32 PM IST

Updated : Oct 8, 2021, 5:35 PM IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ (Air India)ର ନୂଆ ମାଲିକ ଏଣିକି ଟାଟା ସନ୍ସ (Tata sons) । ଟାଟା ଗ୍ରୁପକୁ ମିଳିଛି ଏୟାର ଇଣ୍ଡିଆର ଭାର । କମ୍ପାନୀ ପକ୍ଷରୁ ଲଗାଯାଇଥିଲା ସବୁଠୁ ବଡ ବିଡ୍‌ । ଟାଟା 18 ହଜାର କୋଟିର ବିଡ୍‌ ଲଗାଇଥିଲା ।

ଟାଟା କମ୍ପାନୀ ହାତରେ ଏବେ ଏୟାର ଇଣ୍ଡିଆର ଦାୟିତ୍ବ । ଟାଟା ସନ୍ସ ବିଡରେ ବିଜୟୀ ହେବା ସ୍ପଷ୍ଟ ହୋଇଛି । ଯାତ୍ରୀଙ୍କୁ ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆ ବିମାନ କମ୍ପାନୀକୁ କିଣିଛି ଟାଟା ଗ୍ରୁପ ।

ଟାଟା ଏୟାର ଇଣ୍ଡିଆ ଦାୟିତ୍ବ ସମ୍ଭାଳିବା ନେଇ କେନ୍ଦ୍ର ସରକାରଙ୍କ ସୂଚନା । ଏୟାର ଇଣ୍ଡିଆ ଅଫିସ, ଜମି ସରକାରଙ୍କ ପାଖରେ ରହିବ ବୋଲି ସୂଚନା ଦେଇଛି କେନ୍ଦ୍ର ।

DIPAM ସଚିବ କହିଛନ୍ତି, ଶତପ୍ରତିଶତ ଅଂଶଧନ ବଦଳରେ ସରକାର ଟାଟାରୁ 2,700 କୋଟି ଟଙ୍କା ନଗଦ ପାଇବେ । ଏୟାର ଇଣ୍ଡିଆ ପାଇଁ ଟାଟା ସନ୍ସର 18,000 କୋଟି ଟଙ୍କାର ସଫଳ ବିଡ୍ ସରକାର ସ୍ଥିର କରିଥିବା 12,906 କୋଟି ଟଙ୍କାର ବେସ୍‌ ମୂଲ୍ୟଠାରୁ ଅଧିକ ।

ବିମାନ ଚଳାଚଳ ସଚିବ କହିଛନ୍ତି ଯେ ଟାଟାକୁ ଏୟାର ଇଣ୍ଡିଆର ସମସ୍ତ କର୍ମଚାରୀଙ୍କୁ ଗୋଟିଏ ବର୍ଷ ପାଇଁ ରଖିବାକୁ ପଡିବ । ପରେ ସେମାନଙ୍କୁ ସ୍ବେଚ୍ଛାକୃତ ଅବସର ଯୋଜନା ପ୍ରଦାନ କରିପାରିବ ଟାଟା । ଏୟାର ଇଣ୍ଡିଆ 1932 ମସିହାରେ ଜାହାଙ୍ଗୀର ରତନଜୀ ଦାଦାଭାଇ (JRD) ଟାଟାଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା | ସେତେବେଳେ ଏହି ବିମାନକୁ ଟାଟା ଏୟାରଲାଇନ୍ସ କୁହାଯାଉଥିଲା।

Last Updated : Oct 8, 2021, 5:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.