ଚେନ୍ନାଇ: ତାମିଲନାଡୁ ପୂର୍ବତନ ସାଂସଦ ଡି. ମସ୍ତାନଙ୍କୁ (ex mp d masthan murder ) ନିର୍ମମ ଭାବରେ ହତ୍ୟା କରାଯାଇଛି । ଘଟଣାରେ ତାମ୍ବରମ ପୋଲିସ 5 ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ମସ୍ତାନଙ୍କ ସାନଭାଇଙ୍କ ଶାଳକ ଇମ୍ରାନ ବଚା ରହିଥିବା ସୂଚନା ମିଳିଛି । ଟଙ୍କା ଧାର କାରବାର ନେଇ ଏହି ହତ୍ୟାକାଣ୍ଡ ଘଟା ଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନାଅନୁସାରେ, ଇମ୍ରାନ ଗତ 2 ବର୍ଷ ତଳେ ତାଙ୍କ ପୁଅ ବାହାଘର ପାଇଁ ମସ୍ତାନଙ୍କଠୁ 15 ଲକ୍ଷ ଟଙ୍କା ଧାର ନେଇଥିଲେ । କିଛି ଦିନ ପରେ ଇମ୍ରାନଙ୍କୁ ଟଙ୍କା ଫେରାଇବାକୁ ମସ୍ତାନା କହିଥିଲେ । ଟଙ୍କା ଫେରାଇବା ବଦଳରେ ମସ୍ତାନଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଇମ୍ରାନ ଯୋଜନା କରିଥିବା ତାମ୍ବରମ ପୋଲିସ କମିଶନର ଏ ଅମାଲରାଜ ସୂଚନା ଦେଇଛନ୍ତି ।
ଡିସେମ୍ବର 22 ତାରିଖରେ ଡି. ମସ୍ତାନଙ୍କୁ ହତ୍ୟା କରାଯାଇଥିବା ନେଇ ରିପୋର୍ଟ ଦାୟର ହୋଇଥିଲା । ତାଙ୍କ ପୁଅ ଉରାରିସ ଶାନଭାସ ଗୁଜୁଭାନତେରୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ହତ୍ୟା ସନ୍ଦେହରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ହତ୍ୟା ଯୋଜନାକୁ ସଫଳ କରିବାକୁ ମସ୍ତାନଙ୍କୁ ଇମ୍ରାନ ଚେମ୍ବରପଟ୍ଟୁ ଡାକିଥିଲେ । ଅନ୍ୟ 4 ସହଯୋଗୀଙ୍କ ସହ ମିଶି ତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ । ପରେ ନାଟକ ରଚି ମୃତଦେହକୁ ଡାକ୍ତରଖାନା ନେଇଥିଲେ । ଇମ୍ରାନର ବୟାନ ସିସିଟିଭ ଫୁଟେଜ ଓ କଲ ରେକର୍ଡ ସହ ତାଳମେଳ ରହୁନଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଥିଲେ । ମସ୍ତାନଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା କହିଥିଲା ଇମ୍ରାନ । ପରେ ତାଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା ।
ଏହା ବି ପଢନ୍ତୁ...ନୂଆବର୍ଷ ପୂର୍ବରୁ ଗ୍ରହଣ ଲଗାଇଲା ବାଣ, ବିସ୍ଫୋରଣ ଘଟି ୪ମୃତ
ଘଟଣାର ତଦନ୍ତ କରି ପୂର୍ବତନ ସାଂସଦଙ୍କ ମୃତ୍ୟୁ ଉପରୁ ପରଦା ହଟାଇଥିଲା । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ କରିଥିଲା । ଘଟଣାରେ ଇମ୍ରାନ ବଚା ସହ ଅନ୍ୟ 4 ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।