ETV Bharat / bharat

ସାଇକେଲ୍‌ରେ ବିଶ୍ବ ଭ୍ରମଣ, ବାଣ୍ଟୁଛନ୍ତି ପରିବେଶ ସୁରକ୍ଷା ବାର୍ତ୍ତା

author img

By

Published : Aug 17, 2023, 7:38 AM IST

ବର୍ତ୍ତମାନ ପରିବେଶ ସୁରକ୍ଷା ଏକ ଚିନ୍ତାର ବିଷୟ ପାଲଟିଛି । ଦିନକୁ ଦିନ ପରିବେଶ ଦୂଷିତ ହେବାରେ ଲାଗିଛି । ଆଜି କାଲିର ଯୁବପିଢି ବିଭିନ୍ନ ଉପାୟରେ ସୁରକ୍ଷା ପାଇଁ ସଚେତନା ସୃଷ୍ଟି କିରୁଛନ୍ତି । ସେ ଗୋଟିଏ କି ଦୁଇଟି ଦେଶ ନୁହେଁ, ଯୁବକ ଜଣକ ସାଇକେଲ୍‌ରେ ବିଶ୍ବର ୧୨ଟି ଦେଶ ଭ୍ରମଣ କରିବାର ପାଇଁ ବାହାରିଛନ୍ତି । ଅଧିକ ପଢନ୍ତୁ

ସାଇକେଲ୍‌ରେ ବିଶ୍ବ ଭ୍ରମଣ, ବାଣ୍ଟୁଛନ୍ତି ପରିବେଶ ସୁରକ୍ଷା ବାର୍ତ୍ତା
ସାଇକେଲ୍‌ରେ ବିଶ୍ବ ଭ୍ରମଣ, ବାଣ୍ଟୁଛନ୍ତି ପରିବେଶ ସୁରକ୍ଷା ବାର୍ତ୍ତା
ସାଇକେଲ୍‌ରେ ବିଶ୍ବ ଭ୍ରମଣ, ବାଣ୍ଟୁଛନ୍ତି ପରିବେଶ ସୁରକ୍ଷା ବାର୍ତ୍ତା

ଅମରାବତୀ: ବର୍ତ୍ତମାନ ପରିବେଶ ସୁରକ୍ଷା ଏକ ଚିନ୍ତାର ବିଷୟ ପାଲଟିଛି । ଦିନକୁ ଦିନ ପରିବେଶ ଦୂଷିତ ହେବାରେ ଲାଗିଛି । ବର୍ତ୍ତମାନର ଯୁବପିଢି ବିଭିନ୍ନ ଉପାୟରେ ସୁରକ୍ଷା ପାଇଁ ସଚେତନା ସୃଷ୍ଟି କରୁଛନ୍ତି । କନ୍ୟାକୁମାରୀର ଜଣେ ଯୁବକଙ୍କ ସାଇକେଲ୍‌ ଚଲାଇ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ତାଙ୍କୁ ସାଇକେଲ ଚଲାଇବା ନିଶା ଏତେ ଘାରିଛି ଯେ,ସେ ବର୍ତ୍ତମାନ ସାଇକେଲ୍‌ରେ ବିଶ୍ବ ଭ୍ରମଣ କରିବା ପାଇଁ ବାହାରିଛନ୍ତି । ସେ ଗୋଟିଏ କି ଦୁଇଟି ଦେଶ ନୁହେଁ, ଯୁବକଜଣକ ସାଇକେଲ୍‌ରେ ବିଶ୍ବର ୧୨ଟି ଦେଶ ଭ୍ରମଣ କରିବେ । ଏହାସହ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସେ ସାଇକେଲ୍‌ରେ ଗୋଟେ ଦେଶରୁ ଅନ୍ୟଦେଶକୁ ଯିବେ । ସେଠାରେ ସ୍କୁଲ-କଲେଜର ଛାତ୍ରଛାତ୍ରୀ , ସ୍ଥାନୀୟ ଜନସାଧାରଣଙ୍କ ସହ ସାକ୍ଷାତ କରି ପରିବେଶ ସଚେତନାର ବାର୍ତ୍ତା ଦେବେ । ପ୍ରତିଦିନ ସାଇକେଲ୍‌ରେ ସେ ୧୦୦ ରୁ ୨୦୦ କି.ମି ଦୂରତା ଅତିକ୍ରମ କରିବେ । ଗତକାଲି(ବୁଧବାର) ସେ ଆନ୍ଧ୍ରପ୍ରଦେଶରେ ପହଞ୍ଚିଥିଲେ ।

ଏହା ମଧ୍ୟ ପଢନ୍ତୁ ...ସାଇକେଲରେ 550 କିମି ଯାତ୍ରା କରି ଉମଲିଙ୍ଗ ଲା’ ପହଞ୍ଚିଲେ ସମ୍ବଲପୁର ଡିଏଫଓ, ଦେଲେ ଜଙ୍ଗଲ ସୁରକ୍ଷା ବାର୍ତ୍ତା

ସୂଚନାଯୋଗ୍ୟ, କନ୍ୟାକୁମାରୀର ନଭନ୍‌ ନାମକ ଏହି ୨୨ ବର୍ଷୀୟ ଯୁବକ ସାଇକେଲ୍‌ରେ ବିଶ୍ବ ଭ୍ରମଣ ସହ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ବାହାରିଛନ୍ତି । ସେ ସାଇକେଲ୍‌ରେ ଭାରତ ସମେତ ୧୨ଟି ଦେଶ ବୁଲି ପରିବେଶ ସୁରକ୍ଷା ବାର୍ତ୍ତା ପ୍ରଦାନ କରିବେ । ନଭନ୍‌ ଏହି ଯାତ୍ରା ବିଶ୍ବ ସାଇକେଲ୍‌ ଦିବସରେ କନ୍ୟାକୁମାରୀ ଠାରୁ ଆରମ୍ଭ କରିଛନ୍ତି । ସେ ଭାରତ, ନେପାଲ, ଭୁଟାନ, ଚୀନ୍, ମିୟାମାର୍, ସିଙ୍ଗାପୁର, ହଂକଂ ମାଲେସିଆ, ଥାଇଲାଣ୍ଡ, କଲୋମ୍ବିଆ, ଲାଉସ୍‌, ଭିଏତନାମା , ଦକ୍ଷିଣ କୋରିଆ ସାଇକେଲ୍‌ରେ ଯାତ୍ରା କିରି ପରିବେଶ ସୁରକ୍ଷାର ବାର୍ତ୍ତା ଦେବେ ବୋଲି କହିଛନ୍ତି । ଏହି ଯାତ୍ରା ସମୟରେ ବିଭିନ୍ନ ଦେଶର ସ୍କୁଲ-କଲେଜର ଛାତ୍ରଛାତ୍ରୀ ,ପରିବେଶବିତ୍ ଏବଂ ସ୍ଥାନୀୟ ଲୋକମାନଙ୍କ ସହ ମିଶି ପରିବେଶ ସୁରକ୍ଷା ଉପରେ ଆଲୋଚନା କରିବା ସହ ସଚେତନାର ବାର୍ତ୍ତା ଦେବେ । ସେ ପ୍ରତିଦିନ ସାଇକେଲ୍‌ରେ ସେ ୧୦୦ ରୁ ୨୦୦ କି.ମି ଦୂରତା ଅତିକ୍ରମ କରିବେ ।

ନଭନ୍‌ କହିଛନ୍ତି ଦକ୍ଷିଣ କୋରିଆ ଯିବା ପାଇଁ ସ୍ଥଳଭାଗରେ ରାସ୍ତା ନଥିବାରୁ ସେ ପାଣି ଯାହାଜରେ ଦକ୍ଷିଣ କୋରିଆ ଠାରେ ପହଞ୍ଚିବେ । ସେ ତାମିଲ୍‌ନାଡୁରେ ହୋଟେଲ୍‌ ମ୍ୟାନେଜମ୍ୟାଣ୍ଟ ଶିକ୍ଷା ଲାଭ କରିଥିବା ବେଳେ ବର୍ତ୍ତମାନ ମୁମ୍ବାଇରେ ଏକ ଘରୋଇ କମ୍ପାନୀରରେ ଚାକିରି କରୁଥିବା ସୂଚନା ମିଳିଛି । ଏଥିପାଇଁ ସାରା ଦେଶରୁ ତାଙ୍କୁ ଅଭିନ୍ଦନର ସୁଅ ଛୁଟୁଛି ।

ଏହା ପୂର୍ବରୁ ଥିରୁଅନନ୍ତପୁରମର ଜଣେ ୨୩ ବର୍ଷୀୟା ଯୁବତୀ ସାଇକେଲରେ ୨୨ଟି ଦେଶ ଯାତ୍ରା ଆରମ୍ଭ କରିଥିଲେ । ସେ ମହିଳାମାନେ ସବୁ କିଛି କରିପାରନ୍ତି ବାର୍ତ୍ତା ନେଇ ସାଇକେଲରେ ୨୫,୦୦୦ କିଲୋମିଟରରୁ ଅଧିକ ସାଇକେଲରେ ଯାତ୍ରା କରିବା ସହ ୨୨ଟି ଦେଶ ଭ୍ରମଣ କରିବା ପାଇଁ ସୂଚନା ଦେଇଥିଲେ । ସେ ପାଲକ୍କଡ ଓଟାପଲମର ବାସିନ୍ଦା ଅରୁଣିମା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.