ETV Bharat / bharat

Tamil Nadu: NEET ଆଶାୟୀଙ୍କ ମୃତ୍ୟୁକୁ ହତ୍ୟା କହି କେନ୍ଦ୍ରକୁ ଟାର୍ଗେଟ କଲେ ମନ୍ତ୍ରୀ ଉଦାୟନିଧି

NEET ଆଶାୟୀଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଲେ ତାମିଲନାଡୁ ମନ୍ତ୍ରୀ ଉଦାୟନିଧି । ରାଜ୍ୟରୁ ନିଟ୍‌ ପରୀକ୍ଷା ଉଚ୍ଛେଦ କରିବା ପାଇଁ ଧାରଣାରେ ବସିଛି ଶାସକ ଦଳର ଛାତ୍ର ସଂଗଠନ । ଅଧିକ ପଢନ୍ତୁ

author img

By

Published : Aug 20, 2023, 10:09 PM IST

Tamil Nadu: NEET ଆଶାୟୀଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଲେ ମନ୍ତ୍ରୀ ଉଦାୟନିଧି, କେନ୍ଦ୍ରକୁ କଲେ ଟାର୍ଗେଟ

ଚେନ୍ନାଇ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (NEET)ରେ ଅକୃତକାର୍ଯ୍ୟ ହେବା କାରଣରୁ ଆଶାୟୀ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ ମାମଲାରେ କେନ୍ଦ୍ରକୁ କଡା ଟାର୍ଗେଟ କରିଛନ୍ତି ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ଏହା ଛାତ୍ର ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହିଛନ୍ତି, ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ ଯୁବ ବ୍ୟାପାର ମନ୍ତ୍ରୀ ଉଦାୟାନିଧି ଷ୍ଟାଲିନ । ସେ ସିଧାସଳଖ ଏହି ଛାତ୍ରମୃତ୍ୟୁ ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ପୂର୍ବରୁ ଏହି ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିବାଦ ଜାରି ରହିଛି । ଏହାକୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ବିଲ ପାରିତ କରିସାରିଥିବା ବେଳେ ଏହାକୁ ରାଜ୍ୟପାଳ ଆର.ଏନ୍‌ ରବି ଅନୁମୋଦନ ଦେଉନାହାନ୍ତି । ତେଣୁ ଏହି ମାମଲାରେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ତେବେ ଏହା ପରେ ଏବେ ଶାସକ ଦଳ DMKର ଛାତ୍ର ସଂଘ ପକ୍ଷରୁ ଏହାକୁ ରାଜ୍ୟରୁ ଉଚ୍ଛେଦ କରାଯିବା ଦାବିରେ ଆମରଣ ଅନଶନ ମଧ୍ୟ ଆରମ୍ଭ କରାଯାଇଛି । ତେବେ ଛାତ୍ର ସଂଗଠନର ଦାବିକୁ ସମର୍ଥନ କରି ଗଣମାଧ୍ୟମରେ ଏହି ବୟାନ ଦେଇଛନ୍ତି ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି । ନିକଟରେ ଘଟିଥିବା ଛାତ୍ର ମୃତ୍ୟୁ ମାମଲା ଏକ ଆତ୍ମହତ୍ୟା ଘଟଣା ନୁହେଁ ବରଂ ଏହା ଏକ ହତ୍ୟାକାଣ୍ଡ । କେନ୍ଦ୍ର ସରକାରଙ୍କ NEET ନୀତି ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- NEET Controversy: ରାଜ୍ୟପାଳଙ୍କ ସ୍ବାଧୀନତା ଦିବସ ଟି-ପାର୍ଟି ବର୍ଜନ କଲେ ଷ୍ଟାଲିନ

NEET ପରୀକ୍ଷାରେ ବିଫଳ ହେବା ପରେ ଜଣେ ଆଶାୟୀ ଛାତ୍ର ଓ ତାଙ୍କ ପିତାଙ୍କ ଆତ୍ମହତ୍ୟା ଅଭିଯୋଗ ପରେ ତାମିଲନାଡ଼ୁରେ ଏହାକୁ ଉଚ୍ଛେଦ କରିବା ନେଇ ରାଜନୀତି ଜୋର ଧରିଥିଲା । ଏହି ପ୍ରସଙ୍ଗରେ ଏକ ବିଲ୍‌ ମଧ୍ୟ ରାଜ୍ୟ ବିଧାନସଭାରେ ପାରିତ ହୋଇଥିଲା । ହେଲେ ଏହା ରାଜଭବନରେ ଅଟକିବା ପରେ ରାଜନୀତି ଆହୁରି ଜୋର ଧରିଥିଲା । ଏପରିକି ସ୍ବାଧୀନତା ଦିବସରେ ରାଜ୍ୟପାଳଙ୍କ ଟି-ପାର୍ଟିକୁ ମଧ୍ୟ ଷ୍ଟାଲିନ ସରକାର ବର୍ଜନ କରିଥିଲା । ଏହାପରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ବିବାଦ ବଢ଼ିଥିଲା । ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ରାଜ୍ୟପାଳଙ୍କ ଏହି ଆଭିମୁଖ୍ୟକୁ କଡ଼ା ନିନ୍ଦା କରିଥିଲେ । ଅବଶ୍ୟ କେବଳ NEET ନୁହେଁ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତି (NEP)କୁ ମଧ୍ୟ ତାମିଲନାଡୁ ସମେତ ଏକାଧିକ ଦକ୍ଷିଣ ଭାରତୀୟ ରାଜ୍ୟ ବିରୋଧ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.