ETV Bharat / bharat

Stalin speaks with Nitish Kumar: ‘ତାମିଲନାଡୁ ସରକାର ଓ ରାଜ୍ୟବାସୀ ପ୍ରବାସୀଙ୍କୁ ସୁରକ୍ଷା ଦିଅନ୍ତି’ - migrant labourers attacked in TN

ତାମିଲନାଡୁରେ ବିହାରୀ ଶ୍ରମିକଙ୍କୁ ଆକ୍ରମଣ ଅଭିଯୋଗ ପରେ ନୀତିଶ କୁମାରଙ୍କ ସହ କଥା ହେଲେ ଷ୍ଟାଲିନ । କହିଲେ ଘଟଣା ଗୁଜବ । ପ୍ରବାସୀଙ୍କୁ ସୁରକ୍ଷା ଦିଅନ୍ତି ରାଜ୍ୟବାସୀ । ଅଧିକ ପଢନ୍ତୁ

Stalin speaks with Nitish Kumar: ତାମିଲନାଡୁ ସରକାର ଓ ରାଜ୍ୟବାସୀ ପ୍ରବାସୀଙ୍କୁ ସୁରକ୍ଷା ଦିଅନ୍ତି

author img

By

Published : Mar 4, 2023, 8:13 PM IST

ପାଟନା/ଚେନ୍ନାଇ: ତାମିଲନାଡୁରେ ବିହାରର ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଫୋନରେ କଥାହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ନେଇ ହେଉଥିବା ଅଭିଯୋଗ ଓ ସେମାନଙ୍କ ସୁରକ୍ଷା ନେଇ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ପ୍ରସାରିତ ହୋଇଥିବା ଆକ୍ରମଣର ଏକାଧିକ ଭିଡିଓ ମିଥ୍ୟା ବୋଲି କହିବା ସହ ତାମିଲନାଡୁ ସରକାର ଓ ରାଜ୍ୟବାସୀ ପ୍ରବାସୀ ଶ୍ରମିକ ଭାଇମାନଙ୍କୁ ସର୍ବଦା ସୁରକ୍ଷା ଦିଅନ୍ତି ବୋଲି ଷ୍ଟାଲିନ ନୀତିଶଙ୍କୁ ଅବଗତ କରିଛନ୍ତି ।

କଥାବାର୍ତ୍ତା ସମ୍ପର୍କରେ ନିଜେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି, ‘‘ଏହି ପ୍ରସଙ୍ଗରେ ମୁଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଟେଲିଫୋନରେ ଆଲୋଚନା କରିଛି । ତାଙ୍କୁ ବିହାରୀ ତଥା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନେଇ ନିଶ୍ଚିତ ମଧ୍ୟ କରିଛି । ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ତାମିଲନାଡୁର ଶ୍ରମିକ । ରାଜ୍ୟର ପ୍ରଗତିରେ ସେମାନଙ୍କ ଭୂମିକା ରହିଛି । ସେମାନଙ୍କର ସୁରକ୍ଷା ପ୍ରାଥମିକତା । ଏପରି କୌଣସି ଘଟଣା ସେମାନଙ୍କ ସୁରକ୍ଷାକୁ ପ୍ରଭାବିତ କରିବ ନାହିଁ ।’’

ସେହିପରି ଭାଇରାଲ ହେଉଥିବା ହିଂସା ଓ ଆକ୍ରମଣ ଭିଡିଓକୁ ମିଥ୍ୟା ବୋଲି ଦର୍ଶାଇବା ସହ ଏପରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଭିଡିଓ ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ନେଇ କିଛି ବ୍ୟକ୍ତି ହୀନ ରାଜନୀତି କରୁଛନ୍ତି । ରାଜ୍ୟରେ ଚିନ୍ତା ଓ ଘୃଣା ସୃଷ୍ଟି କରାଯାଉଛି । ଏପରି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିବା ଦୁଇଟି ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶଙ୍କୁ ତାମିଲନାଡୁ ପ୍ରଶାସନିକ ଅଧିକାରୀ ସ୍ତରରେ ଆଲୋଚନା କରି ବିହାରୀ ଶ୍ରମିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିହାର ପ୍ରଶାସନ ମଧ୍ୟ ତାମିଲନାଡୁ ପ୍ରଶାସନକୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ବିହାର-ତାମିଲନାଡୁ ଛକାପଞ୍ଝା ! ନୀତିଶଙ୍କୁ ଜବାବ ଦେଲେ ତାମିଲନାଡୁ DGP

ପୂର୍ବରୁ ଭାଇରାଲ ଭିଡିଓ ନେଇ ସ୍ପଷ୍ଟୀକରଣ ରଖିସାରିଛନ୍ତି ତାମିଲନାଡୁ ପୋଲିସ ଡିଜି ଶୈଳନ୍ଦ୍ର ବାବୁ । ଏକ ଭିଡିଓ ଜାରି କରି ଉଭୟ ଭିଡିଓକୁ ଘଟଣା ସମ୍ପର୍କିତ ନୁହେଁ ଓ ମିଥ୍ୟା ବୋଲି ସେ କହିଛନ୍ତି । ଭାଇରାଲ ହେଉଥିବା ଦୁଇଟି ଭିଡିଓ ପୁରୁଣା ଓ ଭିନ୍ନ ଭିନ୍ନ ଘଟଣା । ଗୋଟିଏ ଭିଡିଓରେ ଦେଖିବାକୁ ମିଳୁଥିବା ହିଂସା ତାମିଲନାଡୁର ତ୍ରିପୁର ଓ ଅନ୍ୟଟି କୋଇମ୍ବାଟୁରରେ ଘଟିଛି । ଗୋଟିଏ ଭିଡିଓରେ ଦେଖାଯାଉଥିବା ହିଂସା କୌଣସି କାରଣବଶତଃ ତାମଲନାଡୁର ଦୁଇ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ହୋଇଥିବା ବେଳେ ଅନ୍ୟଟି ଦୁଇ ବିହାରୀ ଶ୍ରମିକଙ୍କ ଗୋଷ୍ଠୀ ମଧ୍ୟରେ ହୋଇଛି । ତାମିଲନାଡୁରେ ବିହାର ଶ୍ରମିକଙ୍କୁ ଆକ୍ରମଣ ନେଇ ପ୍ରସାରିତ କରାଯାଉଥିବା ସୂଚନା ମିଥ୍ୟା ବୋଲି ସେ କହିଥିଲେ ପୋଲିସ ମୁଖିଆ । ଆଜି ନିଜେ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଖଣ୍ଡନ କରିବା ସହ ବିହାର ମୁଖ୍ୟମନ୍ତ୍ରୀଙ୍କ କଥା ମଧ୍ୟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.