ETV Bharat / bharat

୯୫୦ ଶଯ୍ୟା ବିଶିଷ୍ଟ COVID19 ହସପିଟାଲ ପ୍ରସ୍ତୁତ କଲେ ତାମିଲନାଡୁ ସରକାର

author img

By

Published : Jan 16, 2022, 10:46 PM IST

ତାମିଲନାଡୁର କୋରୋନାକୁ ମୁକାବିଲା କରିବା ପାଇଁ ଅମ୍ଲଜାନ ସୋପର୍ଟ ସହିତ ୯୫୦ ଶଯ୍ୟା ବିଶିଷ୍ଟ ରହିଥିବା ହସପିଟାଲ ପ୍ରସ୍ତୁତ କରାଯାଇଛି । ଅଧିକ ପଢ଼ନ୍ତୁ

୯୫୦ ବେଡ ବିଶିଷ୍ଟ COVID19 ହସପିଟାଲ ପ୍ରସ୍ତୁତ କଲା ତାମିଲନାଡୁ ସରକାର

ଚେନ୍ନାଇ: କୋରୋନା ମହାମାରୀ ପୁଣି ରୂପ ବଦଳାଇ ଡରାଇବା ଆରମ୍ଭ କରି ସାରିଛି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡ଼ୁ ସରକାର ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କୋରୋନା ସଂକ୍ରମଣ ମୁକାବିଲା ପାଇଁ ଅମ୍ଲଜାନ ସୋପର୍ଟ ସହିତ ୯୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ଟିଏମ ଅନବରସାନ ।

କୋଭିଡ-19 ମାମଲାର ମୁକାବିଲା ପାଇଁ ତାମିଲନାଡୁର ସ୍ବାସ୍ଥ୍ୟମନ୍ତ୍ରୀ ଟିଏମ ଅନବରସାନ କହିଛନ୍ତି ଯେ, "ଅମ୍ଳଜାନ ସହାୟତା ସହିତ ସରକାର 950 ଶଯ୍ୟା ବିଶିଷ୍ଟ ମେଡିକାଲିର ବ୍ୟବସ୍ଥା କରିଛନ୍ତି । କୋରୋନାରେ କାର୍ଯ୍ୟରତ ଫ୍ରଣ୍ଟ୍‌ଲାଇନ କର୍ମଚାରୀଙ୍କ ଚିକିତ୍ସାକୁ ଅଗ୍ରାଧିକାର ଦିଆଯିବ । କୋରୋନା ଆକ୍ରାନ୍ତଙ୍କ ରହିବା ପାଇଁ ଚେନ୍ନାଇ ବାଣିଜ୍ୟ କେନ୍ଦ୍ରରେ ଏହି ମେଡିକାଲର ବ୍ୟବସ୍ଥା କରାଯାଇଛି ।"

ବର୍ଦ୍ଧିତ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ରବିବାର ଠାରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି । ଏହାସହ ଜାନୁଆରୀ ୧୯ରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ମଧ୍ୟ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି । ତାମିଲନାଡୁରେ ବର୍ତ୍ତମାନ 1,31,007 କୋରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି । ରାଜ୍ୟରେ କୋଭିଡ ମୃତ୍ୟୁସଂଖ୍ୟା 36,967ରେ ପହଞ୍ଚିଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କୋଭିଡ ପ୍ରଟୋକଲ ମାନିବାକୁ ବାରମ୍ବାର ସରକାର ଓ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.