ETV Bharat / bharat

Mi-17V5 Crash: ଦୁର୍ଘଟଣାସ୍ଥଳରେ ଫୋରେନ୍ସିକ ଟିମ୍‌

author img

By

Published : Dec 9, 2021, 12:19 PM IST

ତାମିଲନାଡୁରେ ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣା ହେବା ଘଟଣା । ଉକ୍ତ ସ୍ଥଳରେ ଛାନଭିନ ପାଇଁ ପହଞ୍ଚିଲା ତାମିଲନାଡୁ ଫୋରେନ୍ସିକ ଟିମ । ଅଧିକ ପଢନ୍ତୁ

Mi-17V5 Crash: ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ତାମିଲନାଡୁ ଫୋରେନ୍ସିକ ଟିମ
Mi-17V5 Crash: ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ତାମିଲନାଡୁ ଫୋରେନ୍ସିକ ଟିମMi-17V5 Crash: ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ତାମିଲନାଡୁ ଫୋରେନ୍ସିକ ଟିମ

ଚେନ୍ନାଇ: ତାମିଲନାଡୁ କୁନ୍ନୁରର କାଟେରୀ ଠାରେ ବାୟୁ ସେନା ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ଘଟଣା । ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ତାମିଲନାଡୁ ଫୋରେନ୍ସିକ ଟିମ । ଏହି ଅଭାବନୀୟ ଘଟଣାରେ ସିଡିଏସ୍‌(Chief of Defence Staff ) ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

ପୂର୍ବରୁ ଘଟଣାସ୍ଥଳରେ ଭାରତୀୟ ବାୟୁସେନା(IAF) ମୁଖ୍ୟ, ଏୟାର ଚିଫ୍ ମାର୍ଶଲ୍ ଭି.ଆର ଚୌଧାରୀଙ୍କ ସମେତ ତାମିଲନାଡ଼ୁ DGP ସି ଶୈଳେନ୍ଦ୍ର ବାବୁ ପହଞ୍ଚିଥିଲେ । ଜେନେରାଲ ରାୱତ ତାମିଲନାଡୁର ସୁଲୁରଠାରୁ ୱେଲିଙ୍ଗଟନକୁ ଯାତ୍ରା କରୁଥିବା ସମୟରେ ବୁଧବାର ଦିନ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଭାରତର ପ୍ରଥମ CDS ଜେନେରାଲ୍ ରାୱତ୍ ୱେଲିଙ୍ଗଟନ୍‌ର ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ(Defence Services Staff College) ପରିଦର୍ଶନ କରି ଷ୍ଟାଫ୍ ପାଠ୍ୟକ୍ରମର ଅଧ୍ୟାପକ ଏବଂ ଛାତ୍ର ଅଧିକାରୀମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା ।

ତେବେ ସୂଚନା ଥାଉ କି 2019 ମସିହା ଡିସେମ୍ବର 31 ତାରିଖରେ ଜେନେରାଲ ରାୱତ ଭାରତର ପ୍ରଥମ ସିଡିଏସ ଭାବେ ଦାୟିତ୍ବ ନେଇଥିଲେ । ସେ ପୂର୍ବରୁ ଜାନୁଆରୀ 2017 ମସିହାରୁ ଡିସେମ୍ବର 2019 ପର୍ଯ୍ୟନ୍ତ ସେନା କର୍ମଚାରୀଙ୍କ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ଡିସେମ୍ବର 1978 ମସିହାରେ ତାଙ୍କୁ ଭାରତୀୟ ସେନାରେ ନିଯୁକ୍ତ କରାଯାଇଥିଲା । ଅନ୍ୟପଟେ ଏହି ଦୁର୍ଘଟଣାର ତଦନ୍ତ କରିବା ପାଇଁ ଭାରତୀୟ ବାୟୁସେନା(IAF) ନିର୍ଦ୍ଦେଶ ଦେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.