ETV Bharat / bharat

ଉଡିଉଡି ସାତ ଜନ୍ମର ସାଥୀ ହେଲେ ଦମ୍ପତି, ଦେଖନ୍ତୁ ଭିଡିଓ

author img

By

Published : May 24, 2021, 8:11 PM IST

Updated : May 24, 2021, 8:44 PM IST

ବିମାନରେ ବିବାହ । ଉଡିଉଡି ସାତ ଜନ୍ମର ସାଥୀ ହେଲେ ତାମିଲନାଡୁର ଏକ ଦମ୍ପତି । ଆଉ କୋଭିଡ ଗାଇଡଲାଇନ ଭାଙ୍ଗିଥିବାରୁ ଡିଜିସିଏ ପଠାଇଲା ନୋଟିସ । ଅଧିକ ଦେଖନ୍ତୁ..

ଉଡି ଉଡି  ସାତ ଜନ୍ମର ସାଥୀ ହେଲେ ଦମ୍ପତି, ଦେଖନ୍ତୁ ଭିଡିଓ

ମଦୁରାଇ: କୋରୋନା ମହାମାରୀକୁ ହରାଇବା ପାଇଁ ଜାରି ରହିଛି ଲକଡାଉନ । ବିବାହ- ସମାରୋହ କାର୍ଯ୍ୟକ୍ରମରେ ଲାଗିଛି ଲଗାମ । ହେଲେ ତାମିଲନାଡୁର ଏହି ଦମ୍ପତି ସବୁ ବାଧାବିଘ୍ନ ଏଡାଇ ହୋଇଛନ୍ତି ହାତକୁ ଦୁଇହାତ । ସେ ବି ସବୁ ପରିବାରବନ୍ଧୁ ବର୍ଗଙ୍କ ଉପସ୍ଥିତିରେ । ହେଲେ ଧରିତ୍ରୀରେ ନୁହେଁ ଆକାଶରେ । ଆଜ୍ଞା ହଁ, ବିମାନରେ ସାତ ଜନ୍ମର ସାଥୀ ହୋଇଛନ୍ତି ମଦୁରାଇର ରାକେଶ ଓ ଦୀକ୍ଷା ।

ଉଡିଉଡି ସାତ ଜନ୍ମର ସାଥୀ ହେଲେ ଦମ୍ପତି, ଦେଖନ୍ତୁ ଭିଡିଓ

ରବିବାର ସକାଳରୁ ଏହି ଚାର୍ଟାଡ ବିମାନ ମଦୁରାଇରୁ ଉଡିଥିଲା ଥୋଥୁକୁଡି । ପ୍ରାୟ 2 ଘଣ୍ଟାର ଏହି ଯାତ୍ରାରେ ରାକେଶ ଓ ଦୀକ୍ଷା ବିବାହ ବନ୍ଧନରେ ବାନ୍ଧି ହେଲେ । ବିମାନରେ ବର , କନ୍ୟାଙ୍କୁ ମଙ୍ଗଳସୂତ୍ର ବାନ୍ଧିଥିବା ଦେଖିବାକୁ ମିଳିଛି । ବଡ କଥା କି ବିବାହ ସମୟରେ ବିମାନରେ ସେମାନଙ୍କ 161 ଜଣ ସମ୍ପର୍କୀୟ ଉପସ୍ଥିତ ଥିଲେ । ଆଉ ବିବାହ ଶେଷ ପରେ ଅର୍ଥାତ ଯାତ୍ରା ସରିବା ପରେ ପୁଣି ମଦୁରାଇ ଫେରିଛନ୍ତି ଦମ୍ପତି ।

ତେବେ ସୋସିଆଲ ମିଡିଆରେ ଏହି ସ୍ବତନ୍ତ୍ର ବିବାହର ଭିଡିଓ ଭାଇରାଲ ପରେ ତେଜିଛି ବିବାହ । କାରଣ କୋଭିଡ ଗାଇଡଲାଇନର ସ୍ପଷ୍ଟ ଉଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି । କୌଣସି ଲୋକ ମାସ୍କ ପିନ୍ଧିନଥିବା ବେଳେ ସାମାଜିକ ଦୂରତାର ଚିହ୍ନବର୍ଣ୍ଣ ନାହିଁ ।

ଏହି ମାମଲାକୁ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ସମୃକ୍ତ ବିମାନ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଉଡାଣ ସମୟରେ ବିମାନରେ ପରସ୍ପର ଭିତରେ ଦୂରତା ନିୟମର ଅନୁପାଳନ ହୋଇନାହିଁ । ଏଥିଯୋଗୁଁ ଉଡାଣ ଚାଳକ ଦଳକୁ ବର୍ତ୍ତମାନ ଡ୍ୟୁଟିରୁ ହଟାଇଦିଆଯାଇଛି ।

ଏ ସମ୍ବନ୍ଧରେ ପଚରାଯିବା ପରେ ସ୍ପାଇସଜେଟ ପ୍ରବକ୍ତା କହିଛନ୍ତି କି , ସ୍ପାଇସଜେଟ ବୋଇଂ 737କୁ ବିବାହ ଦମ୍ପତିଙ୍କ ଅତିଥୀ ଉଡାଣ ପାଇଁ ଏକ ଟ୍ରାଭେଲ ଏଜେଣ୍ଟ ଟିକେଟ ବୁକ କରିଥିଲେ । ଗ୍ରାହକଙ୍କୁ କୋଭିଡ ଦିଶାନିର୍ଦ୍ଦେଶ ବିଷୟରେ ସ୍ପଷ୍ଟ ଭାବେ କୁହାଯାଇଥିଲା । ଏପରିକି ଉଡାଣ ସମୟରେ କୌଣସି ଗତି ପାଇଁ ମନା କରାଯାଇଥିଲା । ତେବେ ଖୁସିର ଉଡ଼ାଣ ପାଇଁ ବିବାହ ପାର୍ଟିକୁ ଅନୁମୋଦନ କରାଯାଇଥିଲା ।

Last Updated : May 24, 2021, 8:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.