ETV Bharat / bharat

୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଏବଂ ବେସରକାରୀ ଅଫିସ: ତାମିଲନାଡୁ ସରକାର - offices, public transport to operate at 50% capacity

କୋରୋନା ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ନୂଆ ପ୍ରତିବନ୍ଧକ ଲଗାଇଲେ ତାମିଲନାଡୁ ସରକାର । ଏବେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକାରୀ ହେବ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ । ଅଧିକ ପଢନ୍ତୁ...

୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ: ତାମିଲନାଡ଼ୁ ସରକାର

author img

By

Published : May 4, 2021, 5:36 PM IST

ଚେନ୍ନାଇ: କୋରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ନୂଆ ପ୍ରତିବନ୍ଧକ ଲଗାଇଲେ ତାମିଲନାଡୁ ସରକାର । ଏବେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକାରୀ ହେବ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ । ତାମିଲନାଡୁରୁ ଗତ ଦୁଇ ଦିନ ଧରି 20 ହଜାରରୁ ଅଧିକ ନୂଆ କୋଭିଡ ମାମଲା ଟିହ୍ନଟ ହେବା ପରେ ଏହି ପ୍ରତିବନ୍ଧକ ଘୋଷଣା କରିଛନ୍ତି ସରକାର। ନୂତନ ପ୍ରତିବନ୍ଧକ ତାମିଲନାଡୁରେ ମେ ୬ରୁ ଲାଗୁ ହୋଇ ମେ ୨୦ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ନୂତନ ପ୍ରତିବନ୍ଧକ ହେଲା:

1- ଟ୍ରେନ, ମେଟ୍ରୋ ରେଳ ସେବା, ବସ ଏବଂ ଟ୍ୟାକ୍ସି ୫୦% ଯାତ୍ରୀଙ୍କ ସହ ଚଳାଚଳ କରିବ। ରେଷ୍ଟୁରାଣ୍ଟ ଏବଂ ଚା’ ଷ୍ଟଲଗୁଡିକୁ ଖାଦ୍ୟ ପାର୍ସଲ ପାଇଁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି।

2- ଗ୍ରୋସରୀ ଏବଂ ପନିପରିବା ଦୋକାନଗୁଡ଼ିକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ଜରୁରୀ ଜିନିଷ ଯୋଗାଉଥିବା ଦୋକାନ, ଔଷଧ ଦୋକାନ ଏବଂ ଦୁଗ୍ଧ ଦୋକାନ ସବୁଦିନ ଭଳି କାମ କରିପାରିବ।

3-ସ୍ପା, ଜିମ୍, ମଲ୍, ପ୍ରେକ୍ଷାଳୟ ଏବଂ ମନୋରଞ୍ଜନ କେନ୍ଦ୍ର ବନ୍ଦ ରହିବ। ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ସାମାଜିକ, ରାଜନୈତିକ, କ୍ରୀଡା, ଶିକ୍ଷାଗତ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ।

4-ଅନ୍ତିମ ସଂସ୍କାରରେ କେବଳ ୨୦ଜଣଙ୍କୁ ଅନୁମତି।

5-ମେ ୨୦ପର୍ଯ୍ୟନ୍ତ ରାତି 10 ଟାରୁ ସକାଳ 4 ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଏବଂ ରବିବାର ଦିନଟି ସମ୍ପୂର୍ଣ୍ଣ ଲକଡାଉନ ଜାରି ରହିବ।

6-ମାଛ, ମାଂସ ଏବଂ କୁକୁଡ଼ା ଷ୍ଟଲଗୁଡିକ ଶନିବାର ଦିନ ବନ୍ଦ ରହିବ।

7- ଟେଲିକମ୍ କମ୍ପାନୀଗୁଡିକ ବ୍ୟତୀତ କଣ୍ଟିନିଓସ ପ୍ରୋସେସ ଇଣ୍ଡଷ୍ଟ୍ରିଜ୍ ଏବଂ ଜରୁରୀ ସାମଗ୍ରୀ ଉତ୍ପାଦନ ଇଣ୍ଡଷ୍ଟ୍ରିଜ୍ ନାଇଟ କର୍ଫ୍ୟୁ ସମୟରେ ମଧ୍ୟ କାର୍ଯ୍ୟ ଜାରି ରଖିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.