ETV Bharat / bharat

Herat କବଜା ପରେ କାବୁଲ ମୁହାଁ ତାଲିବାନ, ଭାରତ କହିଲା ଶୀଘ୍ର ଫେରିବ ଶାନ୍ତି - ତାଲିବାନ

ଆଫଗାନିସ୍ତାନରେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡି ଚାଲିଛି । ଅନ୍ୟସହରରେ ନିଜର କାୟା ବିସ୍ତାର କରିସାରିବା ପରେ ଏବେ ରାଜଧାନୀ କାବୁଲ ମୁହାଁ ହୋଇଛନ୍ତି ତାଲିବାନ ଆତଙ୍କବାଦୀ । ଅଧିକ ପଢନ୍ତୁ...

ହେରାତ କବଜା କରି କାବୁଲ ମୁହାଁ ତାଲିବାନ, ଭାରତ କହିଲା ଶୀଘ୍ର ଫେରିବ ଶାନ୍ତି

author img

By

Published : Aug 12, 2021, 10:48 PM IST

ନୂଆଦିଲ୍ଲୀ: ଚରମ ସୀମାରେ ପହଁଞ୍ଚିଛି ତାଲିବାନ ଆତଙ୍କବାଦୀଙ୍କ ଔଦ୍ଧତାମୀ । ନିୟମ ନମାନିଲେ ମୃତ୍ୟୁ । ଚାଲିଛି ନରସଂହାର । ଆଉ ରକ୍ତରେ ଭିଜୁଛି ଆଫଗାନିସ୍ତାନ ମାଟି । ଆଫଗାନିସ୍ତାନରେ ଦିନକୁ ଦିନ ବିଗିଡି ଚାଲିଛି ପରିସ୍ଥିତି, ଆଉ ବଢୁଛି ତାଲିବାନର କବଜା ।

ଆଫଗାନିସ୍ତାନରେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡି ଚାଲିଛି । ଅନ୍ୟସହରରେ ନିଜର କାୟା ବିସ୍ତାର କରିସାରିବା ପରେ ଏବେ ରାଜଧାନୀ କାବୁଲ ମୁହାଁ ହୋଇଛନ୍ତି ତାଲିବାନ ଆତଙ୍କବାଦୀ । ରାଜଧାନୀ କାବୁଲ ପାଖରେ ଥିବା ସାମରିକ ପ୍ରାନ୍ତୀୟ ସହର ଗଜନୀକୁ ମଧ୍ୟ ନିଜ କବଜାକୁ ନେଇଛନ୍ତି ତାଲିବାନ । ବର୍ତ୍ତମାନ ଆଫଗାନିସ୍ତାନର ମୋଟ ୧୦ଟି ରାଜ୍ୟର ରାଜଦାନୀ ଏବେ ତାଲିବାନ କବଜାରେ ରହିଛି ।

ସପେଟେ ଗଜନୀ ପରେ ତାଲିବାନର ତୃତୀୟ ସର୍ବବୃହତ ସହର ହେରାତର ପୋଲିସ ମୁଖ୍ୟାଳୟକୁ ନିଜ କବଜାକୁ ନେଇଛନ୍ତି ତାଲିବାନ ଆତଙ୍କବାଦୀ । ଆଫଗାନିସ୍ତାନରେ ଆମେରିକା ସେନା ପ୍ରତ୍ୟାହାରକୁ ମାତ୍ର କିଛି ସପ୍ତାହ ବିତିଥିବାବେଳେ ଏତେ କମ ସମୟ ମଧ୍ୟରେ ଦେଶରେ ହାହାକାର ମଚାଇଛନ୍ତି ଆତଙ୍କୀ । ଆଫଗାନିସ୍ତାନର ୬୦ ପ୍ରତିଶତ ସହରକୁ ତାଲିବାନ ସଂଗଠନ ନିଜ ଅଧିନକୁ ନେଇସାରିଥିବା କୁହାଯାଉଛି ।

ଏପଟେ ଆଫଗାନିସ୍ତାନରେ କ୍ରମାଗତ ବିଗୁଡୁଥିବା ସ୍ଥିତି ମଧ୍ୟରେ ଖୁବ ଶୀଘ୍ର ଶାନ୍ତି ପ୍ରତିଷ୍ଠା ନେଇ ଆଶା ବ୍ୟକ୍ତ କରିଛି ଭାରତ । ଆଫଗାନିସ୍ତାନର ସ୍ଥିତି ଉପରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ସୁରକ୍ଷାର ସ୍ଥିତି ଚିନ୍ତାର ବିଷୟ । ଆମେ କ୍ରମାଗତ ସ୍ଥିତି ଉପରେ ନଜର ରଖିଛୁ । ଏହାସହ କାବୁଲରେ ଥିବା ଭାରତୀୟ ଦୂତାବାସ ବନ୍ଦ ହେବ ନାହିଁ ବୋଲି କହିଛି ବୈଦେଶିକ ମନ୍ତ୍ରଣାଳୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.