ETV Bharat / bharat

ଟନେଲ ଭିତରେ ଫସିଛି ୪୧ ଜୀବନ; ଶୀଘ୍ର ବାହାର କରିବାକୁ ଗୁହାରି କଲେ ଶ୍ରମିକ - ଉତ୍ତରକାଶୀ ଟନେଲ ଭୁଶୁଡିଲା

୮ ଦିନ ହେଲାଣି ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଆପ୍ରାଣ ଉଦ୍ୟମ ସତ୍ତ୍ବେ ଶ୍ରମିକମାନଙ୍କୁ ବାହାର କରାଯାଇ ପାରୁନଥିବା ବେଳେ ଏବେ ସେମାନଙ୍କ ମନୋବଳ ଭାଙ୍ଗିବାକୁ ଲାଗିଲାଣି । ମାଟି ଅତଡା ତଳୁ ଯଥାଶୀଘ୍ର ବାହାର କରିବାକୁ ଗୁହାରି କଲେ ଶ୍ରମିକ । ଅଧିକ ପଢ଼ନ୍ତୁ

ଉତ୍ତରକାଶୀ ଟନେଲ ଦୁର୍ଘଟଣା
ଉତ୍ତରକାଶୀ ଟନେଲ ଦୁର୍ଘଟଣା
author img

By ETV Bharat Odisha Team

Published : Nov 19, 2023, 9:01 AM IST

ଡେରାଡୁନ: ଉତ୍ତରକାଶୀରେ ଦୁର୍ଘଟଣାଗ୍ରସ୍ତ ଟନେଲ ଭିତରୁ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଚାଲିଛି ଆପ୍ରାଣ ଉଦ୍ୟମ । ହେଭି ଅଗର ମେସିନ ସାହାଯ୍ୟରେ ମାଟି ଖୋଳା ଯାଉଛି । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବାୟୁସେନାର ଏୟାରକ୍ରାଫ୍ଟ ଯୋଗେ ମେସିନ ଅଣାଯାଉଛି । ରାତିଦିନ ଅବିଶ୍ରାନ୍ତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ରେସ୍କ୍ୟୁ ଟିମ୍ । ମାତ୍ର ପ୍ରାଣମୂର୍ଚ୍ଛା ପ୍ରଚେଷ୍ଟା ସତ୍ତ୍ବେ ଅଦ୍ୟାବିଧି କିଛି ସୁଫଳ ମିଳିପାରିନି । ଫଳରେ ୮ ଦିନ ହେଲାଣି ମାଟି ଅତଡା ତଳେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମନୋବଳ ଏବେ ଭାଙ୍ଗିବାକୁ ଲାଗିଛି । ଯଦିଓ ପାଇପ୍ ଯୋଗେ ଶ୍ରମିକମାନଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି । ଖାଦ୍ୟ, ପାନୀୟ ଅକ୍ସିଜେନ ପଠାଯାଉଛି, କିନ୍ତୁ ଧୈର୍ଯ୍ୟହରା ହୋଇ ଅନ୍ଧାରୀ ଟନେଲ ଭିତରୁ ଜୀବନ ବଞ୍ଚାଇବାକୁ ଗୁହାରି କରୁଛନ୍ତି ଶ୍ରମିକ ।

ଖବର ଅନୁଯାୟୀ, ଶନିବାର ଉତ୍ତରପ୍ରଦେଶର ଅରୁଣ କୁମାର ମିଶ୍ର ନାମକ ଜଣେ ଅଧିକାରୀ ପାଇପ୍ ଯୋଗେ ଶ୍ରମିକମାନଙ୍କ ସହ କଥା ହୋଇଥିଲେ । ଏହି ସମୟରେ ଶ୍ରମିକମାନେ ସେମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ । ଶ୍ରମିକମାନେ କହିଥିଲେ ଯେ, ସେମାନଙ୍କ ନିକଟକୁ ଖାଦ୍ୟ ଓ ପାନୀୟ ପଠାଯାଉଛି । କିନ୍ତୁ ଭିତରେ ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଯେଉଁ କାରଣରୁ ସେମାନଙ୍କ ମନୋବଳ ଭାଙ୍ଗିବାକୁ ଲାଗିଛି । ସେହିପରି ଡ୍ରିଲିଂ କାମ କେତେ ବାଟ ଆଗେଇଛି ଏବଂ ଉଦ୍ଧାର କାର୍ଯ୍ୟରେ କେଉଁ ପ୍ରକାର ମେସିନ ବ୍ୟବହାର କରାଯାଉଛି ବୋଲି ଜଣେ ଶ୍ରମିକ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 7ମ ଦିନରେ ଉଦ୍ଧାରକାର୍ଯ୍ୟ: 40 ନୁହେଁ ଫସିଛନ୍ତି 41 ଶ୍ରମିକ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ପହଞ୍ଚିଲା ଟିମ୍‌

ତେବେ ଅରୁଣ ମିଶ୍ର ଫସିଥିବା ଶ୍ରମିକମାନଙ୍କୁ ଆଶ୍ବାସନା ଦେଇଥିଲେ ଯେ, ରେସ୍କ୍ୟୁ ଅପରେସନରେ ସବୁଠୁ ଭଲ ଟେକ୍ନୋଲୋଜିର ବ୍ୟବାହର ହେଉଛି । ହେଭି ମେସିନରେ ଦୁଇଟି ପଦ୍ଧତିରେ ମାଟି ଖୋଳାଯାଉଛି । ଭର୍ଟିକାଲ ଡ୍ରିଲିଂ ପଦ୍ଧତିରେ ରେସ୍କ୍ୟୁ ଟିମ ଟନେଲ ଉପରପଟୁ ଖନନ କରି ସେମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଟନେଲର ଉପରି ଭାଗରେ ଏକ ପଏଣ୍ଟ ଚିହ୍ନଟ କରାଯାଇଛି, ଯେଉଁଠାରୁ ଡ୍ରିଲିଂ ଶୀଘ୍ର ଆରମ୍ଭ ହୋଇପାରିବ ।

୭ ଦିନର ପ୍ରଚେଷ୍ଟା ସତ୍ତ୍ବେ ଏ ଯାଏଁ କୌଣସି ସକରାତ୍ମକ ଫଳ ମିଳିପାରିନି । ଏହାରି ଭିତରେ ଶୁକ୍ରବାର ଅପରାହ୍ନରେ ଆମେରିକାରୁ ଆସିଥିବା ଅଗର ମେସିନ ଖରାପ ହେବା ପରେ ଉଦ୍ଧାର କାର୍ଯ୍ୟ ଧିମେଇ ଯାଇଛି । ଏହି ଅଗର ମେସିନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କ୍ଷୀପ୍ର ବେଗରେ କରାଯିବ ବୋଲି ଆଶା କରାଯାଉଥିଲା । ହେଲେ ଡ୍ରିଲିଂ ବେଳେ ଏକ ମେଟାଲ ଅଂଶରେ ମାଡ ହେବା ପରେ ମେସିନର ବିୟରିଂ ଭାଙ୍ଗି ଯାଇଥିଲା । ସେପଟେ ସେହି ଶ୍ରମିକମାନଙ୍କ ପରିବାର ବର୍ଗ ମଧ୍ୟ ଦୁର୍ଘଟଣାସ୍ଥଳକୁ ଆସିଥିବା ବେଳେ ଉତ୍ତରାଖଣ୍ଡ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ଓ ରହଣୀ ବ୍ୟବସ୍ଥା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.