ETV Bharat / bharat

ତାଜମହଲ ଜଳ କର ୧କୋଟି ଦେବାକୁ ASIକୁ ନୋଟିସ

author img

By

Published : Dec 20, 2022, 10:36 PM IST

ବିଶ୍ବପ୍ରସିଦ୍ଧ ତାଜମହଲ ନାଁରେ ଆସିଲା ୧ କୋଟି ଜଳକର । ଏହି ଅର୍ଥ ପୈଠ କରିବାକୁ ପ୍ରତ୍ନତତ୍ତ୍ବ ବିଭାଗ (ASI)କୁ ନିର୍ଦ୍ଦେଶ ଦିଆଯାଇଛି (Agra Jalkal Vibhag issued 1.95 crore bill for the Taj Mahal) । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଅଚାନକ ସମସ୍ତ ଗଣମାଧ୍ୟମର ଶୀର୍ଷରେ ରହିଛି ବିଶ୍ବପ୍ରସିଦ୍ଧ ତାଜମହଲ । ତାଜମହଲ ଲାଗି ଗୃହ ଟ୍ୟାକ୍ସ ଓ ଜଳ କର ନୋଟିସ୍ ଆସିବା ପରେ ASI ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ତାଜମହଲ ସମେତ ସମସ୍ତ ସ୍ମାରକୀ କେନ୍ଦ୍ର ସରକାରଙ୍କ ଅଧୀନରେ ଅଛି। ଏହା ପରେ ମଧ୍ୟ ବେଳେବେଳେ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ଜଳକର ବିଭାଗ ବିଲ୍ ପଠାଉଛନ୍ତି । ବର୍ତ୍ତମାନ ଜଳକର ବିଭାଗ ଏଏସଆଇକୁ ୧.୯୬ କୋଟି ଟଙ୍କାର ବିଲ୍ ପଠାଇଛି (Agra Jalkal Vibhag issued 1.95 crore bill for the Taj Mahal)। ପତ୍ନତତ୍ତ୍ବ ବିଭାଗ (ASI) ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ଏହି ବିଜ୍ଞପ୍ତିରେ ଟଙ୍କା ପୈଠ କରିବା ଲାଗି ମାତ୍ର ୧୫ ଦିନ ସମୟ ଦିଆଯାଇଥିବା ଜଣାପଡ଼ିଛି ।

ପୌରସଂସ୍ଥା ଅଧିନିୟମ ଅନୁଯାୟୀ ତାଜମହଲ ସମେତ ଦେଶର ସମସ୍ତ ସ୍ମାରକୀ ଗୃହ ଟିକସରୁ ବାଦ ଦିଆଯାଇଛି । ଏଣୁ ତାଜ ସମେତ କୌଣସି ସ୍ମାରକୀରେ ଜଳ ଏଭଂ ସ୍ବେରେଜର କୌଣସି ସଂଯୋଗ ନାହିଁ । ପ୍ରଥମ ଥର ପାଇଁ ତାଜମହଲ ଏବଂ ବେବି ତାଜ ଘର ଟ୍ୟାକ୍ସ ଜମା କରିବାକୁ ନୋଟିସ କରାଯାଇଛି । ତାଜମହଲ ଏବଂ ଏଟମାଦ୍ଦୁଲାର ଏଏସଆଇ ଅଧିକାରୀମାନେ ମ୍ୟୁନିସିପାଲିଟି କର୍ପୋରେସନକୁ ଏନେଇ ଏକ ଚିଠି ଲେଖିଛନ୍ତି । ୧୯୨୦ ମସିହାରେ ତାଜମହଲକୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷିତ ସ୍ମାରକୀ ଭାବରେ ଘୋଷଣା କରାଯାଇଥିଲା । ୧୦୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ASI ତାଜମହଲ ଏବଂ ବେବି ତାଜ ଘର ଟ୍ୟାକ୍ସ ଜମା କରିବାକୁ ନୋଟିସ ପାଇଛି ।

ଏହା ବି ପଢନ୍ତୁ- ତାଜମହଲ ଗୃହ ଟିକସ ଦେବାକୁ ASIକୁ ନୋଟିସ

ଜଳକର ବିଭାଗର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ମୁଖ୍ୟାଳୟରୁ ୧.୯୬ କୋଟି ଟଙ୍କାର ବିଲ୍ ASIକୁ ଜଳ ଟ୍ୟାକ୍ସ, ଜଳ ମୂଲ୍ୟ ଏବଂ ସ୍ବେରେଜ ଟ୍ୟାକ୍ସ ଭାବରେ ପଠାଯାଇଛି। ଏଥିରେ ୧.୬୧ କୋଟି ଟଙ୍କା ପୁରୁଣା ବକେୟା ରହିଛି। ଯେତେବେଳେ କି ASI କୁ ପଠାଯାଇଥିବା ବିଲରେ ଜଳକର ବିଭାଗ ତାଜମହଲ ନାଁରେ ୧୩ଟି ସ୍ଥାନ ଯୋଡିଛି । ଘର ଟିକସ ଏବଂ ଜଳ ଟିକସ ନୋଟିସକୁ ନେଇ ଏଏସଆଇ ଅଧିକାରୀମାନେ ଉଦବେଗ ପ୍ରକାଶ କରିଛନ୍ତି । ASIର ଆଗ୍ରା ସର୍କଲର ଅଧୀକ୍ଷକ ପ୍ରତ୍ନତତ୍ତ୍ବବିତ୍ ରାଜକୁମାର ପଟେଲ କହିଛନ୍ତି ଯେ ତାଜମହଲ ସମେତ ସମସ୍ତ ସ୍ମାରକର ଯତ୍ନ ନିଆଯାଉଛି । ଏହି ସ୍ମାରକଗୁଡିକ କେନ୍ଦ୍ର ସରକାରଙ୍କ ଅଧୀନରେ ଅଛି ।

ଏଣୁ ସ୍ମାରକଗୁଡିକ ନିୟମ ଅନୁସାରେ ଟିକସରୁ ମୁକ୍ତ । ଏହାବ୍ୟତୀତ ହଠାତ୍ ତାଜମହଲ ନାଁରେ କମ୍ପ୍ୟୁଟରରୁ ବିଲ୍ କିପରି ସୃଷ୍ଟି ହେଲା । କେତେ ବର୍ଷ ପାଇଁ ଟ୍ୟାକ୍ସ ଘୋଷଣା କରାଯାଇଛି ? ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏହି ବିଜ୍ଞପ୍ତି କାହିଁକି ପଠାଗଲା ? ଏ ନେଇ ଜଳକର ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତୀଶ କୁମାର ନିକଟରେ ତାଜମହଲ ନାଁରେ ବିଭାଗ ପଠାଇଥିବା ନୋଟିସର ଯାଞ୍ଚ କରିବାକୁ କହିଛନ୍ତି । ସେପଟେ ଆଗ୍ରା ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ 3୧, ୨୦୨୨ ପର୍ଯ୍ୟନ୍ତ ଜମି ଟିକସ ୮୮୭୮୪ ଟଙ୍କା ଏବଂ ଏଥିରେ ୪୭୯୪୩ ଟଙ୍କା ସୁଧ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହି ଗୃହ ଟିକସ ୧୧୦୯୮ ଟଙ୍କା ବୋଲି ଦର୍ଶାଯାଇଛି । ଏକ ଟଙ୍କା ଶୁଳ୍କ ଦର୍ଶାଇ ତାଜମହଲ ପାଇଁ ମୋଟ ଗୃହ ଟିକସ ୧,୪୭,୮୨୬ ଟଙ୍କା ଜମା କରିବାକୁ ଏକ ବିଜ୍ଞପ୍ତିରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.