ETV Bharat / bharat

ସହଜରେ ମିଳିବ ତାଜମହଲ ଟିକେଟ୍‌, QR କୋଡ୍‌ ଜାରି - Taj Mahal ticket in QR code

ତାଜମହଲ ଟିକେଟ ପାଇଁ ଆଉ ଲାଗିବନି ଲମ୍ବା ଲାଇନ । ଏବେ ଅନଲାଇନରେ କ୍ୟୁଆର କୋଡରେ ମିଳିବ ତାଜମହଲ ଟିକେଟ । ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ ତାଜମହଲର ଅନଲାଇନ ଟିକେଟ ବ୍ୟବସ୍ଥାକୁ ଅଧିକ ସହଜ କରିଛନ୍ତି । ଏଏସଆଇ କ୍ୟୁଆର କୋଡ ଜାରି କରିଛନ୍ତି । କ୍ୟୁଆର କୋଡରେ ପର୍ଯ୍ୟଟକ ତାଜମହଲ ଟିକେଟ୍‌ କିିଣି ପାରିବ । ଅଧିକ ପଢନ୍ତୁ

Taj Mahal ticket available through QR code

author img

By

Published : Jan 2, 2023, 12:04 PM IST

Updated : Jan 2, 2023, 12:39 PM IST

ନୂଆଦିଲ୍ଲୀ: ଏଣିକି ସହଜରେ ମିଳିବ ପ୍ରେମର ପ୍ରତୀକ ତାଜମହଲ ଟିକେଟ୍‌ । ଆଉ ଟିକଟ ପାଇଁ ଲାଗିବ ନାହିଁ ଲମ୍ବା ଲାଇନ । ଆଗ୍ରା ବିକାଶ ପ୍ରାଧିକରଣ ନୂଆବର୍ଷରେ ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ଏଡିଏ ବା ଆଗ୍ରା ବିକାଶ ପ୍ରାଧିକରଣ ଗୋଲ୍ଫ କାର୍ଟରେ କ୍ୟୁଆର କୋର୍ଡର ସୁବିଧା ଉପଲବ୍ଧ କରିଛି । ଯେଉଁଥିରେ ପର୍ଯ୍ୟଟକ ବର୍ତ୍ତମାନ ଗୋଲ୍ଫ କାର୍ଟରେ କ୍ୟୁଆର କୋର୍ଟ ସ୍କାନ କରି ତାଜମହଲ ଟିକେଟ୍‌ କରିପାରିବେ । ଏହି ସୁବିଧା ଫଳରେ ପର୍ଯ୍ୟଟକଙ୍କୁ ତାଜମହଲର ପୂର୍ବ ଓ ପଶ୍ଚିମ ଗେଟରେ ଆଉ ଟିକେଟ୍‌ ପାଇଁ ଧାଡିରେ ରହିବାକୁ ପଡିବ ନାହିଁ ।

Taj Mahal ticket available through QR code
ସହଜରେ ମିଳିବ ପ୍ରେମର ପ୍ରତୀକ ତାଜମହଲ ଟିକେଟ୍‌

ଏହା ସହିତ ଧିମା ଇଣ୍ଟରନେଟ ସମସ୍ୟା ମଧ୍ୟ ଭୋଗିବାକୁ ପଡିବ ନାହିଁ । ଏହା ସହିତ ପର୍ଯ୍ୟଟକଙ୍କୁ ଅନୁରୋଧ କରିଛନ୍ତି କି, ତାଜମହଲ ପାଖରେ ଦଲାଲଙ୍କ ପାଖରୁ ସତର୍କ ରୁହନ୍ତୁ । ତାଜମହଲକୁ ଭିଆଇପି ଏଣ୍ଟ୍ରି ନାହିଁ । ଏନେଇ କୌଣସି ଭିଆଇପି ଏଣ୍ଟ୍ରି କରାଯାଉଥିବା ଦେଖିବାକୁ ମିଳିନାହିଁ । ଏନେଇ କୌଣସି ଅତିରିକ୍ତ ଟଙ୍କା ଆଦାୟ ନ କରିବା ଦିଗରେ ଧ୍ୟାନ ଦିଆଯାଉଛି ।

ପ୍ରତିଦିନ ତାଜମହଲକୁ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକ ବୁଲିବାକୁ ଆସନ୍ତି । ତାଜମହଲରେ ଏଣ୍ଟ୍ରି ଟିକେଟ୍‌ର ଅଫଲାଇନ ଏବଂ ଅନଲାଇନ ବ୍ୟବସ୍ଥା ଥିଲା । ଗତ ଶନିବାର ଓ ରବିବାର 80 ହଜାର ପର୍ଯ୍ୟଟକ ତାଜମହଲ ବୁଲି ଆସିଥିବା ତଥ୍ୟରୁ ଜଣାପଡିଛି । ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ । ଏତେ ସଂଖ୍ୟକ ପର୍ଯ୍ୟଟକଙ୍କ ପାଇଁ କେବେ କେବେ ଟିକେଟ୍‌ ବ୍ୟବସ୍ଥାର ଅସୁବିଧା ହୋଇଥାଏ । କେବେ ସ୍ଲୋ ଇଣ୍ଟରନେଟ ସମସ୍ୟା ପାଇଁ ଅନଲାଇନ ଟିକଟ କରିବା ନେଇ ପର୍ଯ୍ୟଟକ ସମସ୍ୟା ଭୋଗିଥାନ୍ତି । ଅଫଲାଇନ ଟିକେଟ୍‌ ପାଇଁ ଲମ୍ବା ଲାଇନ ଲାଗିଥାଏ । ଯେଉଁଥିରେ ଅବବ୍ୟସ୍ଥା ଦେଖିବାକୁ ମିଳେ ।

ଆଗ୍ରା ବିକାଶ ପ୍ରାଧିକରଣ ଉପାଧ୍ୟକ୍ଷ ଚର୍ଚ୍ଚିତ ଗୌଡ କହିଛନ୍ତି, ନୂଆବର୍ଷରେ ପର୍ଯ୍ୟଟକଙ୍କୁ ଉପହାର ଦିଆଯାଇଛି । ଏଣିକି ତାଜମହଲ ବୁଲିବାକୁ ପର୍ଯ୍ୟଟକ ଗୋଲ୍ଫକାର୍ଟରେ ଲାଗିଥିବା କ୍ୟୁଆର କୋର୍ଡ ସ୍କାନ କରି ଟିକଟ କରିପାରିବେ । ଏଥିରୁ ସେମାନଙ୍କୁ ଟିକେଟ୍‌ ବୁକିଂ ପାଇଁ ଲାଗୁଥିବା ଲମ୍ବା ଲାଇନରେ ଛିଡା ହେବାକୁ ପଡିବ ନାହିଁ । ଏହା ସହି ସ୍ପିଡ ଇଣ୍ଟରନେଟ ସୁବିଧା ମଧ୍ୟ ଉପଲବ୍ଧ ରହିବ । ଅନଲାଇନରେ ଶୀଘ୍ର ଟିକେଟ୍‌ ହୋଇପାରିବ ।

ଏହା ବି ପଢନ୍ତୁ...ଚୀନରେ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ଆଗ୍ରା ବିକାଶ ପ୍ରାଧିକରଣ ଉପାଧ୍ୟକ୍ଷ ଆହୁରି କହିଛନ୍ତି, ଗୋଲ୍ଫକାର୍ଟରେ କ୍ୟୁଆର କୋଡର ସୁବିଧା ପାଇଁ ପର୍ଯ୍ୟଟକଙ୍କୁ ଟିକଟ କରିବାକୁ ସମସ୍ୟା ଭୋଗିବାକୁ ପଡିବ ନାହିଁ । ଏହି ସହିତ ଅନଲାଇନ ଟିକଟ ବ୍ୟବସ୍ଥା ପ୍ରଥମରୁ ହିଁ www. asi.nic.in ଜରିଆରେ ଜାରି ରହିଛି । ଯଦି କୌଣସି ପର୍ଯ୍ୟଟକ କୌଣସି ସମସ୍ୟାରେ ପଡନ୍ତି ତେବେ ଯୋଗାଯୋଗ କରିବାକୁ 9412330055 ଫୋନ ନମ୍ବର ଜାରି ହୋଇଛି ।

Last Updated : Jan 2, 2023, 12:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.