ନୂଆଦିଲ୍ଲୀ: ଦୀର୍ଘ ଦେଢ ବର୍ଷ ପରେ ପର୍ଯ୍ଯଟକ ଦେଖିଲେ ତାଜମହଲର ରାତ୍ରିକାଳୀନ ଦୃଶ୍ୟ । ଯାହା ଥିଲା ବେଶ ମନଲୋଭା । ଗତ ବର୍ଷ ମାର୍ଚ୍ଚରୁ କୋରୋନା ପାଇଁ ରାତ୍ର ସମୟର ତାଜମହଲ ମଧ୍ୟକୁ ପ୍ରବେଶ ବାରଣ କରାଯାଇଥିଲା । ମାର୍ଚ୍ଚ 2020ରେ ପ୍ରଥମ ଥର ଲକଡାଉନ ସମୟରେ ଦର୍ଶକଙ୍କ ପାଇଁ ରାତ୍ରିକାଳିନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଶନିବାରଠୁ ତାଜମହଲ ଖୋଲିବା ପରେ ରାତି 8:30ରୁ ରାତି 10ଟା ପର୍ଯ୍ୟନ୍ତ ଦର୍ଶକଙ୍କ ତାଜମହଲ ମଧ୍ୟକୁ ଛଡାଯିବାକୁ ଅନୁମତି ମିଳିଛି । ଏକା କେବଳ ସପ୍ତାହରେ ତିନି ଥର ହେବ । ତିନୋଟି ପର୍ଯ୍ୟାୟରେ 150 ଲୋକଙ୍କ ପ୍ରବେଶ ପାଇଁ ଅନୁମତି ରହିଛି ।
ସେପଟେ, ଏନେଇ କିଛି ପର୍ଯ୍ୟଟକ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ମନୋଜ ସକସେନା କହିଛନ୍ତି ଯେ, ଦୀର୍ଘ ବର୍ଷେ ପରେ ତାଜମହଲକୁ ରାତିରେ ପର୍ଯ୍ୟଟକଙ୍କ ଆଗମନ ପାଇଁ ଖୋଲାଯାଇଛି । ତାଜମହଲ ଚନ୍ଦ୍ର ଆଲୋକରେ ସୁନ୍ଦର ଦେଖାଯାଉଛି । ରାତିରେ ସ୍ମାରକୀର ସୌନ୍ଦର୍ଯ୍ୟ ଦେଖି ଏହା ବହୁତ ଭଲ ଅନୁଭୂତି ଥିଲା ବୋଲି ସେ କହିଛନ୍ତି ।
ସେହିପରି ଅନ୍ୟ ଜଣେ ପର୍ଯ୍ୟଟକ ପ୍ୟାରୀ ଯୋଶୀ କହିଛନ୍ତି, ମୁଁ ସବୁବେଳେ ତାଜମହଲ ଦେଖିବାକୁ ଚାହୁଁଥିଲି ଏବଂ ଲୋକମାନଙ୍କ ଠାରୁ ଶୁଣିଥିଲି ଯେ ଏହା ବହୁତ ସୁନ୍ଦର। ଏହା ପ୍ରକୃତରେ ସୁନ୍ଦର, କିନ୍ତୁ ଚନ୍ଦ୍ରର ଆଲୋକ କେବଳ ଦୁନିଆର ସପ୍ତମ ଆଶ୍ଚର୍ଯ୍ୟର ସୌନ୍ଦର୍ଯ୍ୟକୁ ଯୋଡିଥାଏ । ଏକ ସମୃଦ୍ଧ ଅନୁଭୂତି । ଏପଟେ, ରାତିରେ ତାଜମହଲ ଦେଖିବା ଏହା ଏକ ଭଲ ଅନୁଭୂତି ଥିଲା। କିନ୍ତୁ ଏଠାରେ ବର୍ଷା ହୋଇଥିବାରୁ ମେଘୁଆ ଆକାଶ ଯୋଗୁଁ ଚନ୍ଦ୍ର ଅତ୍ୟନ୍ତ ଉଜ୍ଜ୍ୱଳ ନ ଥିଲେ । ଚନ୍ଦ୍ର ଅଧିକ ଉଜ୍ଜ୍ୱଳ ହୋଇଥାନ୍ତା, ତାଜମହଲ ଆହୁରି ସୁନ୍ଦର ଦେଖାଯାଉଥାନ୍ତା ବୋଲି କହିଛନ୍ତି ଅନ୍ୟ ଜଣେ ପର୍ଯ୍ୟଟକ ରେନା ।
ଆଗ୍ରାର ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ କହିଛନ୍ତି ଯେ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଖୁସି ଖବର ଯେ ଦେଢ ବର୍ଷ ପରେ ତାଜମହଲର ରାତିର ଦୃଶ୍ୟ ଦେଖିବା ପାଇଁ ଖୋଲାଯାଇଛି । ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ଲୋକମାନେ କୋରୋନା କଟକଣା ଅନୁସରଣ କରିବା ପାଇଁ କୁହାଯାଇଛି । କେବଳ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ ପରେ ପର୍ଯ୍ୟଟକଙ୍କୁ ସ୍ମାରକୀ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଉଛୁ । ଲୋକମାନେ ମାସ୍କ ପିନ୍ଧନ୍ତି ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।
@ANI