ETV Bharat / bharat

ଚୀନକୁ ଚ୍ୟାଲେଞ୍ଜ; Taiwan ବାୟୁସେନାରେ ସାମିଲ ହେଲା F-16 - F-16 jet

ତାଇଓ୍ବାନ ବାୟୁସେନାରେ ସାମିଲ ହେଲା ଆମେରିକା ନିର୍ମିତ F-16 ଅତ୍ୟାଧୁନିକ ଲଢୁଆ ବିମାନ । ୨୦୧୯ ରେ ହୋଇଥିଲା ରାଜିନାମା । ଅଧିକ ପଢନ୍ତୁ

ତାଇଓ୍ବାନ ବାୟୁସେନାରେ ସାମିଲ ହେଲା ଆମେରିକା ନିର୍ମିତ F-16 jet

author img

By

Published : Nov 18, 2021, 7:51 PM IST

ତାଇପେ: ଚୀନ-ତାଇଓ୍ବାନ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ ଆମେରିକା ସହାୟତାରେ ନିଜ ବାୟୁସେନାର ଶକ୍ତି ବୃଦ୍ଧି କରିଛି ତାଇଓ୍ବାନ (Taiwan) । ଆମେରିକା ନିର୍ମିତ ଅତ୍ୟାଧୁନିକ fighter jet F-16 ର ଅପଗ୍ରେଡେଡ ଭର୍ସନକୁ ବାୟୁସେନାରେ ସାମିଲ କରିଛି ତାଇଓ୍ବାନ । ତେବେ ପଡୋଶୀ ଶତ୍ରୁ ରାଷ୍ଟ୍ରର ଧମକ ମଧ୍ୟରେ ଆମେରିକାର F-16 ଲଢୁଆ ବିମାନ ହାତେଇବା ପରେ ଆମେରିକାକୁ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ତାଇଓ୍ବାନ ରାଷ୍ଟ୍ରପତି ।

ତାଇଓ୍ବାନ ବାୟୁସେନାରେ ସାମିଲ ହେଲା ଆମେରିକା ନିର୍ମିତ F-16 jet
ତାଇଓ୍ବାନ ବାୟୁସେନାରେ ସାମିଲ ହେଲା ଆମେରିକା ନିର୍ମିତ F-16 jet

ଦକ୍ଷିଣ ତାଇୱାନର ଏକ ଏୟାର ବେସରେ ରାଷ୍ଟ୍ରପତି Tsai Ing-wen ଆମେରିକା ନିର୍ମିତ F-16s F-16V ର ବିକଶିତ ଭର୍ସନର ପ୍ରଥମ ସ୍କ୍ବାର୍ଡନକୁ ବାୟୁସେନାରେ ସାମିଲ କରିବା ଅବସରରେ କହିଛନ୍ତି ଯେ, ଏହି ବୁଝମଣା ତାଇୱାନ-ଆମେରିକାର ଦ୍ବିପାକ୍ଷିକ ସମ୍ପର୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ଯେ ପର୍ଯ୍ୟନ୍ତ ତାଇଓ୍ବାନ ଗଣତନ୍ତ୍ର ଏବଂ ସ୍ବାଧୀନତାର ମୂଲ୍ୟବୋଧକୁ ପାଳନ କରୁଥିବ, ସେତେବେଳେ ପର୍ଯ୍ୟନ୍ତ ସମାନ ଗଣତାନ୍ତ୍ରିକ ଚିନ୍ତାଧାରା ପୋଷଣ କରୁଥିବା ଦେଶ ସମୂହ ତାଇଓ୍ବାନକୁ ସାହାଯ୍ୟ ଓ ସମର୍ଥନ କରୁଥିବେ ।

ତାଇୱାନ ଆମେରିକା ଠାରୁ କ୍ରୟ କରିଥିବା 141 ଟି F-16A / B ଜେଟକୁ F-16V ଶ୍ରେଣୀକୁ ଆଧିନିକୀକରଣ ପ୍ରକ୍ରିୟା ଜାରି ରଖିଛି । ସେଥିମଧ୍ୟରୁ 64 ଟି ଅପଗ୍ରେଡ୍ ହୋଇସାରିଥିବାବେଳେ 66ଟି ନୂତନ F-16V ବାୟୁସେନାରେ ସାମିଲ ହେବା ଅପେକ୍ଷାରେ ରହିଛି । ଯେଉଁଥିରେ ନୂତନ ଏଭିଅନିକ୍ସ, ଅସ୍ତ୍ରଶସ୍ତ୍ର ଏବଂ ରାଡାର ସିଷ୍ଟମ ବିକଶିତ ହୋଇଛି । ଏହା ଚୀନ ବାୟୁ ସେନାର J-20 ଯୁଦ୍ଧ ବିମାନର କ୍ଷମତା ସହ ସମାନ ବୋଲି କୁହାଯାଉଛି । ଏହି ଅପଗ୍ରେଡେଡ F-16V ଗୁଡିକ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ବହନ କରିବାର କ୍ଷମତା ରଖିଛନ୍ତି । ରାଷ୍ଟ୍ରପତି Tsai Ing-wen କହିଛନ୍ତି ଯେ ଅଧିକ F-16V ଜେଟ ବାୟୁସେନାରେ ସାମିଲ ପରେ ତାଇୱାନର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହେବ।

2019 ରେ ଆମେରିକା ତାଇୱାନକୁ F-16 ଯୁଦ୍ଧ ବିମାନ ବିକ୍ରି କରିବା ନେଇ 8 ବିଲିୟନ ଡଲାରର ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଏହା ଫଳରେ ପ୍ରାୟ ୨୦୦ ଜେଟ ଆମେରିକା ଠାରୁ କିଣିଛି ତାଇଓ୍ବାନ । ଯାହା ଏସିଆରେ ସର୍ବବୃହତ ସାମରିକ ଚୁକ୍ତିନାମା ବୋଲି ମଧ୍ୟ କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.