ବେଙ୍ଗାଲୁରୁ: ଦେଶବ୍ୟାପୀ କୋରୋନା କଟକଣାକୁ କଡାକଡି କରାଯାଇଛି । ନିୟମ ଉଲ୍ଲଙ୍ଘନ କରୁଥିବା ଅମାନିଆଙ୍କୁ ଦଣ୍ଡିତ କରାଯାଉଛି । ସେହିପରି କଟକଣା ଉଲ୍ଲଙ୍ଘନର ଏକ ବିରଳ ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକ ହସାନ ଜିଲ୍ଲାର ଅରାକଲାଗୋଡୁ ଅଞ୍ଚଳରୁ । ଯେଉଁଠି ନିଜ ବାହାଘରରେ ନିଜେ କନ୍ୟା ଫାଇନ ଗଣିଛନ୍ତି । ତେବେ କନ୍ୟା ଜଣକ ମାସ୍କ ପିନ୍ଧି ନଥିବା ଯୋଗୁଁ ସ୍ଥାନୀୟ ତହସିଲଦାର ତାଙ୍କ ନାଁରେ ଫାଇନ କାଟିଥିବା ଜଣାପଡିଛି ।
ଅରାକଲାଗୋଡୁ ଅଞ୍ଚଳସ୍ଥିତ ସ୍ବାଗତ କଲ୍ୟାଣ ମଣ୍ଡପମରେ ବିବାହ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ସ୍ଥାନୀୟ ତହସିଲଦାର ମଣ୍ଡପରେ ପହଞ୍ଚିଥିଲେ । ସେଠାରେ କନ୍ୟା ଜଣକ ମାସ୍କ ପିନ୍ଧି ନଥିବା ତହସିଲଦାର ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ତାଙ୍କ ଉପରେ 100 ଟଙ୍କା ଚାଲାଣ କାଟିଥିଲେ । ଏହାସହ ମଣ୍ଡପରେ ଉପସ୍ଥିତ ସମସ୍ତ ଲୋକଙ୍କୁ ସେ କୋଭିଡ ନିୟମ ମାନିବାକୁ ଚେତାବନୀ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ