ହାଇଦ୍ରାବାଦ: ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳେ । ବର୍ତ୍ତମାନ ଟ୍ବିଟରର ଏଭଳି ଏକ ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ଗ୍ରାହକ ସ୍ବିଗି ନାମକ ଫୁଡ ଡେଲିଭରୀ ଆପକୁ ଫୁଡ ଡେଲିଭରୀ ପାଇଁ କୌଣସି ମୁସଲମାନ ବ୍ୟକ୍ତିଙ୍କୁ ନପଠାଇବା ପାଇଁ କହିଥିବା ଅଭିଯୋଗ ହୋଇଛି ।
-
Dear @Swiggy please take a stand against such a bigoted request. We (Delivery workers) are here to deliver food to one and all, be it Hindu, Muslim, Christian, Sikh @Swiggy @TGPWU Mazhab Nahi Sikhata Aapas Mein Bair Rakhna #SareJahanSeAchhaHindustanHamara#JaiHind #JaiTelangana pic.twitter.com/XLmz9scJpH
— Shaik Salauddin (@ShaikTgfwda) August 30, 2022 " class="align-text-top noRightClick twitterSection" data="
">Dear @Swiggy please take a stand against such a bigoted request. We (Delivery workers) are here to deliver food to one and all, be it Hindu, Muslim, Christian, Sikh @Swiggy @TGPWU Mazhab Nahi Sikhata Aapas Mein Bair Rakhna #SareJahanSeAchhaHindustanHamara#JaiHind #JaiTelangana pic.twitter.com/XLmz9scJpH
— Shaik Salauddin (@ShaikTgfwda) August 30, 2022Dear @Swiggy please take a stand against such a bigoted request. We (Delivery workers) are here to deliver food to one and all, be it Hindu, Muslim, Christian, Sikh @Swiggy @TGPWU Mazhab Nahi Sikhata Aapas Mein Bair Rakhna #SareJahanSeAchhaHindustanHamara#JaiHind #JaiTelangana pic.twitter.com/XLmz9scJpH
— Shaik Salauddin (@ShaikTgfwda) August 30, 2022
ସୂଚନା ଅନୁସାରେ, ଜଣେ ବ୍ୟକ୍ତି ସ୍ବିଗି ନାମକ ଫୁଡ ଡେଲିଭରୀ ଆପର "କିପରି ପହଞ୍ଚିବ" (How to Reach) ବିଭାଗ ଅଧୀନରେ ମୁସଲମାନ ବିତରଣ ବ୍ୟକ୍ତିଙ୍କୁ ପଠାଇବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ତେଲେଙ୍ଗାନା ଷ୍ଟେଟ୍ ଟ୍ୟାକ୍ସି ଏବଂ ଡ୍ରାଇଭର ଜେଏସିର ଚେୟାରମ୍ୟାନ ଶେଖ ସଲାଉଦ୍ଦିନ ଏହାର ସ୍କ୍ରିନସଟକୁ ଟ୍ବିଟରରେ ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଶେଖ ସଲାଉଦ୍ଦିନ ନିଜ ଟ୍ବିଟରେ ଏପରି ଗ୍ରାହକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫୁଡ ଡେଲିଭରୀ ଆପ ସ୍ବିଗିକୁ ଅନୁରୋଧ କରିଛନ୍ତି । ତେବେ ସ୍ବିଗି ପକ୍ଷରୁ ଏହାର ଜବାବ ଦିଆଯାଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ