ETV Bharat / bharat

ନିର୍ବାଚନି ମାହୋଲର ତାତି ବଢାଉଛି ରାଜନୈତିକ ମିଠା, ଗ୍ରାହକଙ୍କ ମଧ୍ୟରେ ଆଗ୍ରହ

author img

By

Published : Mar 4, 2021, 8:30 PM IST

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିବା ପରେ ରାଜ୍ୟରେ ନିର୍ବାଚନି ମାହୋଲର ତାତି ବଢିବାରେ ଲାଗିଛି । ଅଧିକ ପଢନ୍ତୁ....

ନିର୍ବାଚନି ମାହୋଲରେ ରାଜନୈତିକ ମିଠା , ଗ୍ରାହକଙ୍କ ମଧ୍ୟରେ ଆଗ୍ରହ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିବା ପରେ ରାଜ୍ୟରେ ନିର୍ବାଚନି ତାତି ବଢିବାରେ ଲାଗିଛି । ପଶ୍ଚିମବଙ୍ଗର ହାୱଡା ଜିଲ୍ଲା ଅନ୍ତର୍ଗତ ଏକ ଲୋକପ୍ରିୟ ମିଷ୍ଠାନ କେନ୍ଦ୍ର ମା ଗାନ୍ଧେଶ୍ବରୀରେ ଦେଖିବାକୁ ମିଳିଛି ଭିନ୍ନ ଢଙ୍ଗର ରାଜନୀତି ମିଠା । ବିଭିନ୍ନ ରାଜନୈତିକ ଦଳର ଚିହ୍ନ ଓ ରଙ୍ଗ ଆଧାରରେ ପ୍ରସ୍ତୁତ ହୋଇଛି ମିଠା । ପାର୍ଟିର ପ୍ରତୀକ ସହିତ ଏହି ମିଠା ରାଜନୈତିକ ମାହୋଲକୁ ଆହୁରି ସରଗରମ କରିବାରେ ଲାଗିଛି । ସେହିପରି ଏହି ମିଠାକୁ ନେଇ ବଙ୍ଗଳାରେ ଲୋକଙ୍କ ରୁଚି ମଧ୍ୟ ବଢିବାରେ ଲାଗିଛି ।

ଗେରୁଆ ରଙ୍ଗର ମିଠା ବିଜେପିର ‘ପଦ୍ମ’ ଚିହ୍ନ ପ୍ରତିକ ବହନ କରୁଥିବାବେଳେ ସବୁଜ ରଙ୍ଗର ମିଠା ଗୁଡ଼ିକ ତୃଣମୂଳର ‘ଜୋରା ଘାସ ଫୁଲ’ ପ୍ରତୀକ ବହନ କରୁଛି । ସେହିପରି ଲାଲ ରଙ୍ଗର ମିଠା ଗୁଡିକ ‘ହାତୁଡ଼ି ଏବଂ ଦାଆ’ ଯାହା ବାମଦଳକୁ ସୂଚାଉଛି ।

ବିଶ୍ଳେଷକମାନେ ଦାବି କରିଛନ୍ତି ଯେ ମିଠା ବଙ୍ଗାଳୀ ସଂସ୍କୃତି ପାଇଁ ଅବିଚ୍ଛେଦ୍ୟ ଅଂଶ । ରାଜନୈତିକ ଦଳର ପ୍ରତୀକ ସହିତ ଏହି ପ୍ରକାରର ମିଠା ପ୍ରସ୍ତୁତିର ଅଭିନବ ବିଚାର ରାଜନୈତିକ ତାତି ସତ୍ତ୍ବେ ମଧ୍ୟ ନିର୍ବାଚନି ମାହୋଲକୁ ମଧୁରତା ଯୋଗାଇବ ବୋଲି ସହରର ଜଣେ ବିଶ୍ଳେଷକ ମତ ଦେଇଛନ୍ତି ।

ସେହିପରି ପ୍ରସ୍ତୁତକାରୀ ମା ଗାନ୍ଧେଶ୍ବରୀ ମିଠା ମାଲିକ କହିଛନ୍ତି ବର୍ତ୍ତମାନ ସମୟରେ ଏହି ରାଜନୈତିକ ମିଠା ଭାଇଚାରାର ଏକ ନୂଆ ଉଦାହରଣ ସୃଷ୍ଟି କରିବ । ଗ୍ରାହକମାନେ ମଧ୍ୟ ଏହି ପଦକ୍ଷେପକୁ ସ୍ବାଗତ କରୁଥିବା ଦେଖିବାକୁ ମିଳିଛି । ଏହିପରି ଜଣେ ଗ୍ରାହକ କହିଛନ୍ତି ମିଠାର ସ୍ବାଦକୁ ଉପଭୋଗ କରିବାରେ କୌଣସି ରାଜନୀତି ନାହିଁ । ଏପରିକି ସାଧାରଣ ଲୋକ ମଧ୍ୟ ପ୍ରାର୍ଥନା କରୁଛନ୍ତି ଯେ ଏହି ରାଜନୈତିକ ମିଠା ସ୍ବାଦ ବିଭିନ୍ନ ରାଜନୈତିକ ନେତାଙ୍କ ମଧ୍ୟରେ ସୁସମ୍ପର୍କ ଆଣୁ ବୋଲି ଜଣେ ଗ୍ରାହକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.