ETV Bharat / bharat

ଟିଏମସି କର୍ମୀଙ୍କୁ ଶୁଭେନ୍ଦୁଙ୍କ ଖୋଲା ଚିଠି: ବଙ୍ଗଳାର ଗାରିମା ପାଇଁ ଛାଡିବାକୁ କହିଲେ ଦଳ

author img

By

Published : Dec 19, 2020, 5:40 PM IST

Updated : Dec 19, 2020, 7:00 PM IST

ମମତାଙ୍କ ଉପରେ ବର୍ଷିଲେ ବିଜେପିରେ ସାମିଲ ହୋଇଥିବା ପୂର୍ବତନ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗ ସରକାରଙ୍କୁ ଖୋଲା ଚେତାବନୀ ଦେବା ସହ ଟିଏମସି ଛାଡିବାକୁ ଅନ୍ୟ ବିଧାୟକଙ୍କୁ କଲେ ଆହ୍ବାନ । ଅଧିକ ପଢନ୍ତୁ...

ଟିଏମସି କର୍ମୀଙ୍କୁ  ଶୁଭେନ୍ଦୁଙ୍କ ଖୋଲା ଚିଠି
ଟିଏମସି କର୍ମୀଙ୍କୁ ଶୁଭେନ୍ଦୁଙ୍କ ଖୋଲା ଚିଠି

କୋଲକାତା: ବିଜେପିରେ ସାମିଲ ହେଉ ହେଉ ଟିଏମସି ଉପରେ ରାଗ ସୁଝାଇଲେ ଶୁଭେନ୍ଦୁ ଅଧିକାରୀ । ମେଦିନପୁରରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ବିଜେପିରେ ମିଶିବା ପରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଶୁଭେନ୍ଦୁ । କୈଳାଶ ବିଜୟବର୍ଗୀୟ ଓ ଗୃହମନ୍ତ୍ରୀଙ୍କୁ ବାହାର ବ୍ୟକ୍ତି କହୁଥିବା ମମତାଙ୍କୁ ବୁଝିବା ଦରକାର ଆମେ ପ୍ରଥମେ ଭାରତୀୟ ପରେ ପଶ୍ଚିମବଙ୍ଗର । ତେବେ ଟିଏମସିରେ ଗଣତନ୍ତ୍ର ନଥିବାରୁ ସେଥିପାଇଁ ସେ ବିଜେପିରେ ମିଶିଛନ୍ତି ବୋଲି ଶୁଭେନ୍ଦୁ କହିଛନ୍ତି ।

ଏଥିସହ ବଙ୍ଗଳାରୁ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ହଟେଇବାକୁ ପଡିବ । ଏବେ ଟିଏମସି ବିରୋଧୀ କାର୍ଯ୍ୟ କରାଯିବ ଚେତାବନୀ ଦେଇଛନ୍ତି ସେ । ଆହୁରି ମଧ୍ୟ ସେ ଟିଏମସି କର୍ମୀଙ୍କୁ ଖୋଲା ଚିଠି ଲେଖି ସେମାନଙ୍କ ସହିତ ହାତ ମିଳାଇ ଏକ ନୂତନ ଆରମ୍ଭ ଆହ୍ବାନ କରିଛନ୍ତି । ଏହି ଚିଠିରେ ଲେଖା ହୋଇଛି ପଶ୍ଚିମବଙ୍ଗର ଗାରିମାକୁ ଫେରାଇ ଆଣିବାକୁ ଏବେ ଲଢେଇ ଆରମ୍ଭ ହୋଇଛି ।

ଗତ ବୁଧବାର ଟିଏମସରି ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଆଜି ସେ ମେଦିନପୁରରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । କୁହାଯାଏ, 65ଟି ବିଧାନସଭା ସିଟରେ ଶୁଭେନ୍ଦୁଙ୍କ ପ୍ରଭାବ ଦେଖିବାକୁ ମିଳେ ।

ପୂର୍ବ ମେଦିନପୁର ଜିଲ୍ଲାର ଏକ ପ୍ରଭାବଶୀଳୀ ରାଜନୈତିକ ପରିବାରରୁ ଶୁଭେନ୍ଦୁ ଅଧିକାରୀ ଆସିଛନ୍ତି । ତାଙ୍କ ପିତା ଶିଶିର ଅଧିକାରୀ 1982ରେ କାନ୍ଥି ଦକ୍ଷିଣରୁ କଂଗ୍ରେସ ବିଧାୟକ ରହିଥିଲେ । ପରେ ସେ ତୃଣମୂଳ କଂଗ୍ରେସର ଅନ୍ୟତମ ସଦସ୍ୟ ହୋଇଥିଲେ । ତେବେ 2009ରେ ଶୁଭେନ୍ଦୁ କାନ୍ଥି ଆସନରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।2006ରେ ପ୍ରଥମ ଥର ଶୁଭେନ୍ଦୁ କାନ୍ଥି ଆସନରୁ ବିଜୟୀ ହୋଇଥିଲେ । ତିନି ବର୍ଷ ପରେ ତୁମଲୁକ ସିଟରୁ ସାଂସଦ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2020, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.