ETV Bharat / bharat

ମମତା ପ୍ରତ୍ୟେକ ପ୍ରସଙ୍ଗରେ ରାଜନୀତି କରୁଛନ୍ତି: ଶୁଭେନ୍ଦୁ ଅଧିକାରୀ - ମମତା ପ୍ରତ୍ୟେକ ପ୍ରସଙ୍ଗରେ ରାଜନୀତି କରୁଛନ୍ତି

ମମତା ବାନାର୍ଜୀ ପ୍ରତ୍ୟେକ ପ୍ରସଙ୍ଗରେ ରାଜନୀତି କରୁଛନ୍ତି ଓ ପ୍ରତ୍ୟେକ ପ୍ରସଙ୍ଗରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାୟୀ କରିବା ତାଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ...

ମମତା ପ୍ରତ୍ୟେକ ପ୍ରସଙ୍ଗରେ ରାଜନୀତି କରୁଛନ୍ତି: ଶୁଭେନ୍ଦୁ ଅଧିକାରୀ

author img

By

Published : Jul 2, 2021, 9:43 AM IST

ନୂଆଦିଲ୍ଲୀ: ମମତା ବାନାର୍ଜୀ ପ୍ରତ୍ୟେକ ପ୍ରସଙ୍ଗରେ ରାଜନୀତି କରୁଛନ୍ତି ଓ କେନ୍ଦ୍ର ଉପରେ ମଧ୍ୟ ଅତ୍ୟାଚାର କରୁଛନ୍ତି । ଏହା ତାଙ୍କ ପୁରୁଣା ଅଭ୍ୟାସ ରହିଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ । ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସେ ପ୍ରତ୍ୟେକ ପ୍ରସଙ୍ଗରେ ରାଜନୀତି କରିବାକୁ ପସନ୍ଦ କରନ୍ତି । ପ୍ରତ୍ୟେକ ପ୍ରସଙ୍ଗରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାୟୀ କରିବା ତାଙ୍କର ପୁରୁଣା ଅଭ୍ୟାସ।

ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ ଶୁଭେନ୍ଦୁ ଆଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶୁଭେନ୍ଦୁ କହିଛନ୍ତି ଯେ ରାଜ୍ୟରେ ବଣ୍ଟନ କରାଯାଉଥିବା ନକଲି ଟିକା ନେଇ ଆମେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛୁ ଏବଂ ବଙ୍ଗ ସରକାର ମଧ୍ୟ ଏହି ପ୍ରସଙ୍ଗରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପଠାଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମୋତେ କହିଛନ୍ତି ଯେ ରାଜ୍ୟ ସରକାର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପଠାଇଛନ୍ତି । ଏକ କପି ମୋ ପାଖକୁ ପଠାଯିବ। କେବଳ ଗୋଟିଏ ଟୀକାକରଣ ପୋର୍ଟାଲ ଅଛି - କୋଓ୍ବିନ୍। କିନ୍ତୁ ପଶ୍ଚିମବଙ୍ଗ ସରକାର ନିଜର ବେନଭ୍ୟାକ୍ସ ପୋର୍ଟାଲ ଆରମ୍ଭ କରିଛନ୍ତି । ମନ୍ତ୍ରୀ ଏହାକୁ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ ।

ତେବେ ଗତ ଜୁନ୍ 26ରେ ଶୁଭେନ୍ଦୁ ଆଧିକାରୀ କୋରୋନା ଟୀକାକରଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କୋଲକାତାରେ ହୋଇଥିବା କୋରୋନା ଟୀକାକରଣ ଠକେଇ ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଗୁଡିକ ଯାଞ୍ଚ କରିବାକୁ ଦାବି ମଧ୍ୟ କରିଥିଲେ।

ଗତକାଲି କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଅଧିକାରୀ କହିଛନ୍ତି ଯେ, ଆମେ ଅମିତ ଶାହାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛୁ ଏବଂ ସେ ସମୟ ସମୟରେ ଆମକୁ ମାର୍ଗଦର୍ଶନ ଜାରି ରଖିଛନ୍ତି । ପଶ୍ଚିମବଙ୍ଗରେ ହୋଇଥିବା ପୋଲ୍ ପରବର୍ତ୍ତୀ ହିଂସା ମାମଲା କୋର୍ଟରେ ଅଛି ଏଥି ପାଇଁ ଏହା ଉପରେ ମନ୍ତବ୍ୟ ଦେବାକୁ ବାରଣ କରିଥିଲେ।

ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗରେ ଚାଲିଥିବା ପରିସ୍ଥିତି ସମ୍ପର୍କରେ ଅଧିକାରୀ ଶାହାଙ୍କୁ ସୂଚନା ଦେଇଥିଲେ । ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଭେଟି ବିଭିନ୍ନ ଆଇନଗତ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.