ETV Bharat / bharat

KMC Polls: ପୁଣି ମତଦାନ ପାଇଁ ବିରୋଧୀଙ୍କ ଦାବି - କୋଲକାତା ମ୍ୟୁନିସିପାଲ କର୍ପୋରେସନ ଖବର

କୋଲକାତା ମ୍ୟୁନିସିପାଲ କର୍ପୋରେସନରେ (Kolkata Municipal Corporation) ନିର୍ବାଚନକୁ ପୁଣି ଥରେ ମତଦାନ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଏହା ସହ ଉତ୍ତର ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଶାସନକୁ ଉତ୍ତର କୋରିଆରେ ବିବାଦୀୟ କିମ ଜୋଙ୍ଗଙ୍କ ଶାସନ ସହ ତୁଳନା କରିଛନ୍ତି । ଅଧିକ ପଢନ୍ତୁ

Suvendu Adhikari demands total KMC repolls

author img

By

Published : Dec 20, 2021, 8:45 AM IST

କୋଲକାତା: ଗତକାଲି ଶେଷ ହୋଇଛି ପଶ୍ଚିମବଙ୍ଗ ପୌର ନିର୍ବାଚନ । ୧୪୪ଟି ୱାର୍ଡରେ ଆପାତତଃ ୭୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ଭୋଟ ଦାନରେ ଶାସକ ଦଳ ତୃଣମୂଳ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । କୋଲକାତା ମ୍ୟୁନିସିପାଲ କର୍ପୋରେସନରେ (Kolkata Municipal Corporation) ନିର୍ବାଚନକୁ ପୁଣି ଥରେ ମତଦାନ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଏହା ସହ ଉତ୍ତର ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଶାସନକୁ ଉତ୍ତର କୋରିଆରେ ବିବାଦୀୟ କିମ ଜୋଙ୍ଗଙ୍କ ଶାସନ ସହ ତୁଳନା କରିଛନ୍ତି ।

ସେ ଆହୁରି କହିଛନ୍ତି ପଶ୍ଚିମବଙ୍ଗରେ ଗଣତନ୍ତ୍ରର ମୌଳିକ ଅଧିକାର ହଜିଯାଇଛି । ଏଥିରୁ ଜଣାପଡୁଛି ଯେ ରାଜ୍ୟରେ ଉତ୍ତର କୋରିଆ ଭଳି ଶାସନ ଚାଲିଛି । ଆଜି ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ପ୍ରଲୋଭନ ଦେଖାଇ କରାଯାଇଛି ବୋଲି କହିଛନ୍ତି ଶୁଭେନ୍ଦୁ । ଏ ନେଇ ସେ କେଏମସିର ୧୪୪ଟି ୱାର୍ଡରେ ଆଉ ଥରେ ମଦଦାନ କରିବାକୁ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଭେଟି ଦାବି କରିଛନ୍ତି । ଏହାପରେ ସେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ସମାନ ଦାବି କରିଛନ୍ତି ।

ଉଭୟ ସ୍ଥାନରେ ସେ ଶାସକ ଦଳକୁ ଟାର୍ଗେଟ କରିଥିଲେ । ମତଦାନ ସମୟରେ ହିଂସାକାଣ୍ଡ ଓ ବୋମାମାଡ଼ ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ପୁଣି ଥରେ ମତଦାନ ପାଇଁ ବିରୋଧୀ ଦାବି କରିଛନ୍ତି । ଦିନ ଆସିବ କଂଗ୍ରେସ ଓ ବାମପନ୍ଥୀ ପରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଶୂନରେ ପହଞ୍ଚିବ ବୋଲି କହିଛନ୍ତି ଶୁଭେନ୍ଦୁ । ଏହାବାଦ କୋଲକାତାର ବିଧାୟକ ହଷ୍ଟେଲରେ ବିରୋଧୀ ଦଳ ବିଧାୟକଙ୍କ ତାଲା ବନ୍ଦ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ହୋଇଛି ।

ପ୍ରକାଶ ଥାଉ କି, ରବିବାର ଅଭିଯୋଗ ପାଲଟା ଅଭିଯୋଗ ମଧ୍ୟରେ ପଶ୍ଚିମବଙ୍ଗ ପୌର ନିର୍ବାଚନ ଶେଷ ହୋଇଛି । ୧୪୪ଟି ୱାର୍ଡରେ ମୋଟ ୪ ହଜାର ୯୫୯ଟି ଭୋଟ କେନ୍ଦ୍ରରେ ମଦଦାନ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.