ETV Bharat / bharat

Suspicious Drone Spotted: ପଠାନକୋଟରେ ପଇଁତରା ମାରିଲା ସନ୍ଦିଗ୍ଧ ଡ୍ରୋନ - ସୀମା ସୁରକ୍ଷା ବଳ

ପଞ୍ଜାବ ପଠାନକୋଟରେ ଦେଖାଗଲା ସନ୍ଦିଗ୍ଧ ଡ୍ରୋନ । ସୋମବାର ରାତିରେ ବିଏସଏଫ ଯବାନ ଚଳାଇଥିଲେ ଗୁଳି (Suspicious drone in Pathankot)। ଡ୍ରୋନ ଅନ୍ତର୍ଧ୍ୟାନ । ମଙ୍ଗଳବାର ସକାଳୁ ଜାରି ରହିଛି ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ

Suspicious drone in Pathankot: ଘଟଣାସ୍ଥଳରେ ସୁରକ୍ଷା ବଳ, ସର୍ଚ୍ଚ ଅପରେସନ ଜାରି

author img

By

Published : Nov 16, 2022, 7:43 AM IST

ଚଣ୍ଡିଗଡ: ପଞ୍ଜାବରେ ପୁଣି ପାକିସ୍ତାନୀ ଡ୍ରୋନର ଗୁପ୍ତଚରଗିରି । ଭାରତ-ପାକ ଅନ୍ତର୍ଜାତୀୟ ସୀମା ସଲଗ୍ନ ପଠାନକୋଟର ସୀମାନ୍ତ ବାମିଆଲରେ ଦୃଶ୍ୟମାନ ହୋଇଛି ଏକ ସନ୍ଦିଗ୍ଧ ଡ୍ରୋନ (Suspicious drone in Pathankot) । ଗତକାଲି (ସୋମବାର) ସଂଧ୍ୟାରେ ଏହି ସନ୍ଦିଗ୍ଧ ଡ୍ରୋନଟି ଗ୍ରାମ ଆଖପାଖରେ ଉଡୁଥିବା ଦେଖି ଗ୍ରାମବାସୀ ସୁରକ୍ଷାବଳକୁ ସୂଚନା ଦେଇଥିଲେ । ତେବେ ସୁରକ୍ଷାବଳର ଯବାନ ପହଞ୍ଚି ଡ୍ରୋନଟିକୁ ଗୁଳି ଚଳାଇ ଖସାଇ ଦେବା ପାଇଁ ଉଦ୍ୟମ କରିଥିଲେ । ତେବେ ଡ୍ରୋନଟି କେଉଁଆଡେ ଅନ୍ତର୍ଧ୍ୟାନ ହୋଇଯାଇଥିଲା ।

  • Pathankot, Punjab | Police conducted a search op after a suspicious drone was spotted near India-Pak border near the Bamial area

    A suspicious drone was seen on Pak side near Bamial area last evening. Alert BSF troops fired at the drone at which it retreated from the area: DSP pic.twitter.com/2XFV2GS1Dc

    — ANI (@ANI) November 15, 2022 " class="align-text-top noRightClick twitterSection" data=" ">

ଏହାପରେ ମଙ୍ଗଳବାର ସକାଳୁ ସୁରକ୍ଷାବଳର ଏକାଧିକ ଟିମ ଉକ୍ତ ଗ୍ରାମ ଓ ନିକଟବର୍ତ୍ତୀ ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲେ ସୁଦ୍ଧା ଡ୍ରୋନଟିର ସନ୍ଧାନ ମିଳି ନଥିଲା । ଏହା ସୀମା ଆରପଟୁ ପାକିସ୍ତାନ ସେନା ଦ୍ବାରା ନିୟନ୍ତ୍ରିତ ହେଉଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ଏପରି ଷଡଯନ୍ତ୍ର ପ୍ରଥମ ଥର ନୁହେଁ, ବରଂ ପଞ୍ଜାବ ସୀମାନ୍ତ ଗ୍ରାମରେ ଏକାଧିକ ଥର ଏପରି ଘଟଣା ପ୍ରାୟତଃ ଦେଖିବାକୁ ମିଳୁଛି । ନିକଟରେ ଦୀପାବଳିରେ ମଧ୍ୟ ଏପରି ଘଟଣା ଘଟିଥିବାର ନଜିର ରହିଛି ।

ଭାରତୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ତଥ୍ୟ ଗୁପ୍ତଚରି କରିବା ପାଇଁ ପାକିସ୍ତାନ ଏପରି କାର୍ଯ୍ୟ ବାରମ୍ବାର କରି ଆସୁଛି । ତେବେ କୌଣସି ସନ୍ଦେହଜନକ ବସ୍ତୁ ବା ସାମଗ୍ରୀ ସମ୍ପର୍କରେ ସୂଚନା ପାଇଲେ ତୁରନ୍ତ ସ୍ଥାନୀୟ ପୋଲସ କିମ୍ବା ସୁରକ୍ଷାବଳକୁ ତୁରନ୍ତ ସୂଚନା ଦେବା ପାଇଁ ଗ୍ରାମବାସୀଙ୍କୁ ଅବଗତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.