ETV Bharat / bharat

ଅଗଷ୍ଟ 31 ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ

author img

By

Published : Jul 30, 2021, 3:29 PM IST

ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣା ଅଗଷ୍ଟ 31 ଯାଏଁ ବୃଦ୍ଧି । ଭାରତୀୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଅଗଷ୍ଟ 31 ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ୍

ନୂଆଦିଲ୍ଲୀ: ଅଗଷ୍ଟ 31 ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ । ଭାରତରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିବା କଟକଣା ଅଗଷ୍ଟ 31କୁ ବୃଦ୍ଧି କରାଯାଇଛି । କୋରୋନାର ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଭାରତୀୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏନେଇ ସୂଚନା ଦେଇଛନ୍ତି ।

କାର୍ଗୋ ବିମାନ ଏବଂ DGCAର ଅନୁମତିରେ ଚାଲୁଥିବା ସ୍ବତନ୍ତ୍ର ବିମାନ ଉପରେ ଏହି କଟକଣା ଲାଗୁ ହେବ ନାହିଁ । ଏଥିସହ ଆବଶ୍ୟକ ପଡିଲେ ସକ୍ଷମ ଅଧିକାରୀଙ୍କ ଦ୍ବାରା ମନୋନୀତ କିଛି ନିର୍ଦ୍ଧିଷ୍ଟ ରୁଟରେ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣକୁ ଅନୁମତି ଦିଆଯାଇପାରେ ।

ଏହା ପୂର୍ବରୁ 31 ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଯାଇଥିଲା । ଏହି କଟକଣା ଅବଧି ଆସନ୍ତା ଶନିବାର ଦିନ ସରିବାକୁ ଥିବାବେଳେ DGCA ଆଉ ଏକ ମାସ ଯାଏଁ ଏହି କଟକଣା ଅବଧି ବଢାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.