ETV Bharat / bharat

DGCAର ନୂଆ ଗାଇଡଲାଇନ, ୩୧ ଅକ୍ଟୋବର ଯାଏଁ ବିଦେଶକୁ ଉଡିବନି ବିମାନ

author img

By

Published : Sep 28, 2021, 9:09 PM IST

ଅନ୍ତଃରାଷ୍ଟ୍ରୀୟ ଉଡାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଆସନ୍ତା ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଘୁଞ୍ଚାଇବା ନେଇ ଘୋଷଣା କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA) । ଅଧିକ ପଢନ୍ତୁ...

DGCA ନୂଆ ଗାଇଡଲାଇନ, ୩୧ ଅକ୍ଟୋବର ଯାଏଁ ବିଦେଶକୁ ଉଡିବନି ବିମାନ

ନୂଆଦିଲ୍ଲୀ: ଭାରତରେ ଥମିଛି ମହାମାରୀ କୋରୋନା ଲହରୀର ଗତି । ହେଲେ ସଂକ୍ରମଣରେ ପଡିନାହିଁ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ । କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଅନ୍ତଃରାଷ୍ଟ୍ରୀୟ ଉଡାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଆସନ୍ତା ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଘୁଞ୍ଚାଇବା ନେଇ ଘୋଷଣା କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA) ।

ଅକ୍ଟୋବର ୩୧ ଯାଏଁ ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟିକ ଯାତ୍ରୀ ବିମାନ ଉଡିବ ନାହିଁ । ତେବେ ଅନ୍ତଃରାଷ୍ଟ୍ରୀୟ କାର୍ଗୋ ଅପରେସନ ଓ ବିମାନ(Cargo Operations/Flights) ଉପରେ କୌଣସି ପ୍ରତିବନ୍ଧକ ନଥିବା ଡିଜିସିଏ ପକ୍ଷରୁ କୁହାଯାଇଛି । ତେବେ କିଛି ନିର୍ଦ୍ଧିଷ୍ଟ ମାର୍ଗରେ ସିଡ୍ୟୁଲ୍ଡ ଅନ୍ତରାଷ୍ଟ୍ରୀୟ ବିମାନକୁ ମଞ୍ଜୁରୀ ଦିଆଯାଇପାରେ । ନୂଆ ସର୍କୁଲାର ୩୧ ଅକ୍ଟୋବର ୨୦୨୧ ରାତି ୧୨ଟା ୫୯ ପର୍ଯ୍ୟନ୍ତ ବୈଧ ରହିବ ।

ଗତ ମାସରେ, ଡିଜିସିଏ ନିର୍ଦ୍ଧାରିତ ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟିକ ଯାତ୍ରୀ ବିମାନ ଉପରେ 30 ସେପ୍ଟେମ୍ବର 2021 ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକକୁ ବଢାଇ ଦେଇଥିଲା । କୋରୋନା ଭାଇରସ ମହାମାରୀ ଯୋଗୁଁ 2020 ମାର୍ଚ୍ଚ 23ରୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଚାଲୁଥିବା ନିର୍ଦ୍ଧାରିତ ଉଡାଣ ବନ୍ଦ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.