ETV Bharat / bharat

Himachal CM Suspense: ମୁଖ୍ୟମନ୍ତ୍ରୀ ପଦକୁ ନେଇ ପିସିସି ସଭାପତିଙ୍କ ବୟାନ, କହିଲେ ଦାୟିତ୍ବ ମିଳିଲେ ତୁଲାଇବି

author img

By

Published : Dec 9, 2022, 4:32 PM IST

Updated : Dec 9, 2022, 6:00 PM IST

ଏବେ ହିମାଚଳ ପ୍ରଦେଶର ସତ୍ତା କଂଗ୍ରେସ ହାତରେ ରହିବ । କିନ୍ତୁ ବିଜୟ ପରେ ଏବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଗାଦିରେ କିଏ ବସିବ ତାହାକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

Himachal CM Suspense: ମୁଖ୍ୟମନ୍ତ୍ରୀ ପଦକୁ ନେଇ ପିସିସି ସଭାପତିଙ୍କ ବୟାନ, କହିଲେ ଦାୟିତ୍ବ ମିଳିଲେ ତୁଲାଇବି
Himachal CM Suspense: ମୁଖ୍ୟମନ୍ତ୍ରୀ ପଦକୁ ନେଇ ପିସିସି ସଭାପତିଙ୍କ ବୟାନ, କହିଲେ ଦାୟିତ୍ବ ମିଳିଲେ ତୁଲାଇବି

ଶିମ୍‌ଲା: ହିମାଚଳ ରାଜନୀତି ଟ୍ରେଣ୍ଡ ଅନୁଯାୟୀ ପୁଣି ବିଧାନସଭା ନିର୍ବାଚନରେ ଚମକିଛି କଂଗ୍ରେସ । ଏବେ ହିମାଚଳ ପ୍ରଦେଶର ସତ୍ତା କଂଗ୍ରେସ ହାତରେ ରହିବ । କିନ୍ତୁ ବିଜୟ ପରେ ଏବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଗାଦିରେ କିଏ ବସିବ ତାହାକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ରାଜ୍ୟ କଂଗ୍ରେସ ସଭାପତି ପ୍ରତିଭା ସିଂଙ୍କ ଏକ ବଡ଼ ବୟାନ ଆସିଛି ।

ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ କହିଛନ୍ତି,"ବୀରଭଦ୍ର ସିଂଙ୍କ ନାମରେ ନିର୍ବାଚନ ଲଢ଼ା ଯାଇଥିଲା । ତାଙ୍କରି କାମକୁ ଦେଖି ଲୋକେ ଭୋଟ୍‌ ଦେଇଛନ୍ତି । ସେ କରିଥିବା କାମ ବିଷୟରେ ଆଜି ବି ଚର୍ଚ୍ଚା ହୁଏ । ତେଣୁ ତାଙ୍କ ପରିବାରକୁ ଅଣଦେଖା କରି ହେବନି । କାରଣ ଏ ସେହି ପରିବାର ଯିଏ ୬୦ ବର୍ଷ କାଳ ରାଜ୍ୟର ସେବା କରିଛନ୍ତି । ଲୋକେ ଆଜି ବି ବୀରଭଦ୍ରଙ୍କୁ ମନେ ପକାଉଛନ୍ତି । ଯେଉଁ କାମ ବୀରଭଦ୍ର କରିଛନ୍ତି ତାହାକୁ ତାଙ୍କ ପରିବାର କାହିଁକି କରି ପାରିବନି । ବୀରଭଦ୍ରଙ୍କ ପରିବାରଠାରୁ ଲୋକଙ୍କ ଅନେକ ଆଶା ରହିଛି । ମୁଁ କୌଣସି ବ୍ୟକ୍ତିଙ୍କୁ ନିଜ ସହ ତୁଳନା କରୁନାହିଁ । ମୋତେ ଯଦି ଦାୟିତ୍ବ ମିଳେ ତେବେ ତାହାକୁ ମୁଁ ଦାୟିତ୍ବର ସହ ସମ୍ପାଦନ କରିବି । ହାଇକମାଣ୍ଡ ଏହାକୁ କେତେ ଗୁରୁତ୍ବ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଯଦି ତାଙ୍କୁ ଲାଗିବ ଯେ ଲୋକଙ୍କ ଭାବନା ମୋ ସହ ଯୋଡ଼ି ହୋଇଛି, ତେବେ ଠିକ୍‌ ଅଛି । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ଦାବିଦାର ନେଇ କିଛି କହି ହେବନି ।"

ଏହା ବି ପଢ଼ନ୍ତୁ Himachal Result: ହିମାଚଳରେ ମଉଳିଲା ପଦ୍ମ, ଉଠିଲା ହାତ

ହିମାଚଳରେ ପ୍ରତିଭାଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ବ ମିଳିବା ବେଳେ ସେ ପ୍ରତିଭା ବୀରଭଦ୍ର ସିଂ ନାମରେ ଚିଠି ଜାରି କରିଥିଲେ । ବୀରଭଦ୍ର ସିଂଙ୍କ ନିଧନ ପରେ ପ୍ରତିଭା ସିଂ ନିଜ ଟ୍ବିଟର ହ୍ୟାଣ୍ଡେଲ୍‌ର ମଧ୍ୟ ନାମ ବଦଳାଇ ଦେଇଥିଲେ । ଏହାପରେ ବୀରଭଧ୍ର ସିଂଙ୍କ ନାମରେ ହିଁ ନିର୍ବାଚନ ଲଢ଼ି ତିନୋଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ବିଜୟ ହାସଲ କରିଥିଲା କଂଗ୍ରେସ । ଏବେ ବିଧାନସଭା ନିର୍ବାଚନରେ ୬୮ଟି ସିଟ୍‌ ମଧ୍ୟରୁ ୪୦ଟି ଆସନରେ ବିଜୟ ହାସଲ କରିଛି କଂଗ୍ରେସ ।

ବୀରଭଦ୍ର ସିଂହ ହିମାଚଳ ପ୍ରଦେଶର ୬ଥର ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ । ୫ ଦଶକର ରାଜନୀତି କ୍ୟାରିଅରରେ ତାଙ୍କୁ ଜନତାଙ୍କ ଭରପୁର ସମର୍ଥନ ମିଳିଥିଲା । ଏହି ପାହାଡ଼ିଆ ପ୍ରଦେଶର ସ୍ଥାପନା ପରେ ଡକ୍ଟର ୱାଇ.ଏସ୍‌.ପରମାର୍‌ ଭିତ୍ତିଭୂମି ରଖିଥିଲେ କିନ୍ତୁ ବୀରଭଦ୍ର ଏହି ଭିତ୍ତିଭୂମିର ବିକାଶ କାର୍ଯ୍ୟ ଆଗକୁ ନେଇଥିବା ନେଇ ଲୋକେ ବିଶ୍ବାସ କରନ୍ତି ।

ହିମାଚଳରେ କଂଗ୍ରେସ ନିଜର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିନି । ଏହି ପାହାଡିଆ ରାଜ୍ୟର କିଏ ମୁଖିଆ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହାରି ଭିତରେ ହିମାଚଳ କଂଗ୍ରେସର କିଛି ଚର୍ଚ୍ଚିତ ବ୍ୟକ୍ତିବିଶେଷଙ୍କ ନାମ ମୁଖ୍ୟମନ୍ତ୍ରୀ ଦାବିଦାର ଭାବେ ସାମ୍ନାକୁ ଆସିଛି । ପ୍ରତିଭା ସିଂହ, ସୁଖବିନ୍ଦର ସିଂହ ସୁଖୁ ଓ ମୁକେଶ ଅଗ୍ନିହୋତ୍ରୀଙ୍କ ନାମ ମୁଖ୍ୟତଃ ଚର୍ଚ୍ଚାରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 9, 2022, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.