ETV Bharat / bharat

ଅଶାନ୍ତ ନର୍ଥ ଇଷ୍ଟ! ୫ ଟ୍ରକରେ ନିଆଁ ଲାଗି ୫ ମୃତ, ଆତଙ୍କବାଦୀ ଲିଙ୍କ ସନ୍ଦେହ

author img

By

Published : Aug 27, 2021, 12:08 PM IST

ଆସାମ ଡିମା ହାସାଓ ଜିଲ୍ଲାର ଅଘଟଣ । ୫ଟି କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗିବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଟ୍ରକରେ ନିଆଁ ଲାଗି ୫ମୃତ୍ୟୁ, ଆତଙ୍କବାଦୀ ଲିଙ୍କ ସନ୍ଦେହ

ଗୌହାଟୀ: ଆସାମ ଡିମା ହାସାଓ ଜିଲ୍ଲାର ଅଘଟଣ । ୫ଟି କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗିବା ଫଳରେ ପାଞ୍ଚଜଣ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଏ ଅଘଟଣ ପଛରେ DNLA(Dimasa National Liberation Army) ଆତଙ୍କୀଙ୍କ ହାତ ଥିବା ଅନୁମାନ କରୁଛି ପୋଲିସ ।

ଗୁରୁବାର ରାତି ପାଖାପାଖି ୯ଟାରେ DNLAର ସଦସ୍ୟ ରଙ୍ଗେରବେଲି ଅଞ୍ଚଳରେ ଥିବା ୫ଟି କୋଇଲା ବୋଝେଇ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ଫଳରେ ୫ଜଣ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ପ୍ରଥମେ ଗୁଳି ଚଳାଇବା ପରେ ଟ୍ରକରେ ପେଟ୍ରୋଲ ଢାଳିଥିଲେ । ମୃତ ୫ଜଣଙ୍କ ଭିତରୁ ଜଣଙ୍କର ପରିଚୟ ମିଳିଥିବାବେଳେ ଅନ୍ୟ ଚାରିଜଣଙ୍କ ପରିଚୟ ମିଳିନାହିଁ । ଟ୍ରକରେ ଅତିକମରେ ୧୦ଜଣ ଲୋକ ଥିଲେ । ମୃତ୍ୟୁସଂଖ୍ୟା ବଢିପାରେ ବୋଲି କହିଛି ପୋଲିସ ।

ପୂର୍ବରୁ ୨୦୦୯ରେ ଡିମାସା ଆତଙ୍ଗୀ ସଂଗଠନ ଅସ୍ତ୍ରଶସ୍ତ୍ର ସହିତ ମୁଖ୍ୟ ସ୍ରୋତକୁ ଫେରିଥିଲେ । ଏହାପୂର୍ବରୁ ପ୍ରାୟ 10-12 ବର୍ଷ ପୂର୍ବେ ୭ଜଣ ସୁରକ୍ଷାକର୍ମୀ ଓ ଡାଲମିଆ ସିମେଣ୍ଟ କାରଖାନାର କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗତ କିଛି ଦିନ ହେବ ହିମା ହାସାଓରେ ଡିମାସା ନ୍ୟାସନାଲ ଲିବରେସନ ଆର୍ମି ସକ୍ରିୟ ହୋଇଥିଲେ । ସ୍ବାଧୀନତା ଦିବସରେ ଏହି ସଂଗଠନ ଡିମା ହାସାଓ ଜିଲ୍ଲା ମାଇବାଙ୍ଗରେ ଆଖିବୁଜା ଗୁଳି ଚଳାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.