ଶ୍ରୀନଗର: ଜମ୍ମୁର ସିଧ୍ରା ଅଞ୍ଚଳରେ ଜବତ ହୋଇଛି ସନ୍ଦେହଜନକ ବିସ୍ଫୋରକ ସାମଗ୍ରୀ (suspected IED) । ଆଜି (ଗୁରୁବାର) ଉକ୍ତ ଅଞ୍ଚଳରେ ଏପରି କିଛି ସନ୍ଦେହଜନକ ସାମଗ୍ରୀ ନଜରକୁ ଆସିବା ପରେ ସେନାର ବୋମା ନିଷ୍କ୍ରିୟକାରୀ ଟିମ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ବଡ ଆତଙ୍କୀ ହମଲା ପାଇଁ ଷଡଯନ୍ତ୍ର କରାଯାଇଥିବା ସନ୍ଦେହ କରାଯାଉଛି । ଜବତ ସାମଗ୍ରୀକୁ ବମ୍ ଡିସପୋଜାଲ୍ ସ୍କ୍ବାର୍ଡ ଯାଞ୍ଚ କରିବା ସହ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷା ବାହିନୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ