ETV Bharat / bharat

Explosion In Abu Dhabi: ଆବୁଧାବି ଏୟାରପୋର୍ଟରେ ଡ୍ରୋନ ଆକ୍ରମଣ, 2 ଭାରତୀୟଙ୍କ ସମେତ 3 ମୃତ - ଦୁବାଇରେ ଡ୍ରୋନ ଆକ୍ରମଣ

ଆବୁଧାବି ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣ । ଅନ୍ତର୍ଜାତୀୟ ବିମାନ ବନ୍ଦରର ଏକ ନିର୍ମାଣ ସ୍ଥଳରେ ଇନ୍ଧନ ଟ୍ୟାଙ୍କରରେ ବିସ୍ଫୋରଣ ପରେ ନିଆଁ ଲାଗିଥିବା ସ୍ଥାନୀୟ ପୋଲିସର ସୂଚନା । 3 ମୃତ, ମୃତକଙ୍କ ମଧ୍ୟରେ 2 ଭାରତୀୟ ଥିବା ସୂଚନା । ଅଧିକ ପଢନ୍ତୁ

Explosion In Abu Dhabi: ଆବୁଧାବି ବିମାନ ବନ୍ଦରରେ ଡ୍ରୋନ ହାମଲା

author img

By

Published : Jan 17, 2022, 5:31 PM IST

Updated : Jan 17, 2022, 7:11 PM IST

ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଆବୁଧାବି ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣ । ହାମଲାରେ ବିମାନ ବନ୍ଦର ପରିସରରେ ଥିବା ୩ ତେଲ ଟ୍ୟାଙ୍କରରେ ବିସ୍ଫୋରଣରେ ଘଟିଛି । ଏଥିରେ ୩ ଜଣ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ସରକାରୀ ଭାବେ କିଛି ସୂଚନା ପ୍ରଦାନ କରାନାହାନ୍ତି ଆରବ ଏମରେଟ୍ସ କର୍ତ୍ତୃପକ୍ଷ । ମୃତକଙ୍କ ମଧ୍ୟରେ ୨ ଭାରତୀୟ ଥିବା ମଧ୍ୟ ସୂଚନା ରହିଛି । ତେବେ ଏହି ଡ୍ରୋନ ଆକ୍ରମଣରେ ମଧ୍ୟ 6 ଜଣ ଆହତ ହୋଇଛନ୍ତି । ୟେମେନର ଇରାନ ସମର୍ଥିତ ‘ହୁତି’ ବିଦ୍ରୋହୀ ଗୋଷ୍ଠୀ ଏହି ଆକ୍ରମଣ କରିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।

ପ୍ରାରମ୍ଭିକ ଅନୁସନ୍ଧାନରେ ଦୁର୍ଘଟଣା ସ୍ଥଳରୁ ଏକ ଛୋଟ ବିମାନର କିଛି ଅଂଶ ପରି ଭଗ୍ନାଂଶ ଦେଖିବାକୁ ମିଳିଛି । ତେଣୁ ଉଭୟ ସ୍ଥାନରେ ଏହି ଆକ୍ରମଣ ଡ୍ରୋନ ଯୋଗେ କରାଯାଇଥିବା ସନ୍ଦେହ କରାଯାଉଛି । କୌଣସି ବିଶେଷ କ୍ଷୟକ୍ଷତି ହୋଇ ନଥିବା ସ୍ଥାନୀୟ ପୋଲିସ କହିଥିବା ବେଳେ ଆରବର କିଛି ଗଣମାଧ୍ୟମ ଏଥିରେ ୨ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଥିବା ଖବର ପ୍ରସାରଣ କରିଛନ୍ତି ।

ତେବେ ଏହି ଆକ୍ରମଣ ନେଇ ନିଜକୁ ଦାୟୀ କରିଛି ବିଦ୍ରୋହୀ ଗୋଷ୍ଠୀ ‘ହୁତି’ । ସଂଗଠନର ମୁଖପାତ୍ର କହିଛନ୍ତି, ଆବୁଧାବିରେ ଏକ ସାମରିକ ଅପରେସନ ଲଞ୍ଚ କରାଯାଇଛି, ଏବଂ କିଛି ଘଣ୍ଟା ମଧ୍ୟରେ ଏହା ଉପରେ ସ୍ପଷ୍ଟୀକରଣ ରଖାଯିବ । ଗତ କିଛି ଦିନ ହବ ଆରବ ଏମିରେଟ୍ସରେ ବିଦ୍ରୋହ ତେଜିବାରେ ଲାଗିଛି । ସାଉଦି ଆରବ ନେତୃତ୍ୱାଧୀନ UAE ସମେତ ଅନ୍ୟ କିଛି ଏକ ସାମରିକ ମିଳିତ ମଞ୍ଚ ବିରୋଧରେ ୟେମେନର ହୁତି ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 17, 2022, 7:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.