ETV Bharat / bharat

ନୂତନ ନିର୍ବାଚନ କମିଶନ ଭାବେ ଦାୟିତ୍ବ ନେଲେ ସୁଶୀଲ ଚନ୍ଦ୍ର

ଭାରତର 24ତମ ମୁଖ୍ୟ ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ସୁଶୀଲ ଚନ୍ଦ୍ର । ସେ ସୁନୀଲ ଅରୋରାଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ....

author img

By

Published : Apr 13, 2021, 6:40 PM IST

ଭାରତର 24ତମ ସିଇସି ଭାବେ ଦାୟିତ୍ବ ଗ୍ରହଣ କଲେ ସୁଶୀଲ ଚନ୍ଦ୍ର

ନୂଆଦିଲ୍ଲୀ: ଭାରତର 24ତମ ମୁଖ୍ୟ ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ସୁଶୀଲ ଚନ୍ଦ୍ର । ଆଜି(ମଙ୍ଗଳବାର) ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ସୁନୀଲ ଆରୋରାଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁଶୀଲ ଚନ୍ଦ୍ର ।

ଫେବୃଆରୀ 14, 2019ରେ ସୁଶୀଲ ଚନ୍ଦ୍ରଙ୍କୁ ନିର୍ବାଚନ କମିଶନ ଭାବେ ନିଯୁକ୍ତି ଦିଆଯାଇଥିଲା । ଅରୋରା ଏବଂ ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ସହିତ ସୁଶୀଲ ଚନ୍ଦ୍ର ସେହି ବର୍ଷର ଲୋକସଭା ନିର୍ବାଚନର ସଫଳ ସଙ୍ଗଠନର ତଦାରଖ କରିଥିଲେ । ଆସନ୍ତା ମେ 14, 2022ରେ ଚନ୍ଦ୍ରଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାପୂର୍ବରୁ ପଞ୍ଜାବ, ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁରରେ ବିଧାସଭା ନିର୍ବାଚନ ହେବାର ସମ୍ଭାବନା ରହିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି(ସୋମବାର) ଚନ୍ଦ୍ରଙ୍କୁ ନୂତନ ସିଇସି ଭାବରେ ନିଯୁକ୍ତ କରିଛନ୍ତି ଯେଉଁଥିରେ ବରିଷ୍ଠ ନିର୍ବାଚନ କମିଶନରଙ୍କୁ ସର୍ବୋଚ୍ଚ ପଦବୀରେ ନିଯୁକ୍ତ କରାଯିବ । ପଶ୍ଚିମବଙ୍ଗରେ ଚାଲିଥିବା ବିଧାନସଭା ନିର୍ବାଚନ ସମାପ୍ତିର ତଦାରଖ କରିବେ ଚନ୍ଦ୍ର । ହେଡ ପ୍ୟାନେଲର ସଦସ୍ୟ ଚନ୍ଦ୍ର ଆସାମ , କେରଳ, ପୁଡୁଚେରୀ ଏବଂ ତାମିଲନାଡୁରେ ଶେଷ ହୋଇଥିବା ନିର୍ବାଚନରେ ମଧ୍ୟ ଜଡିତ ଥିଲେ ।

ନିର୍ବାଚନ କମିଶନର ଭାବରେ ଚନ୍ଦ୍ରଙ୍କ କାର୍ଯ୍ୟକାଳ ମଧ୍ୟରେ ଚାଲିଥିବା ଅନ୍ୟ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ର ଏବଂ ହରିୟାଣା(ଅକ୍ଟୋବର 2019), ଝାଡଖଣ୍ଡ( ଡିସେମ୍ବର 2019), ଦିଲ୍ଲୀ ( ଫେବୃଆରୀ 2020) ଏବଂ ବିହାର ( ଅକ୍ଟୋବର-ନଭେମ୍ବର 2020) ମଧ୍ୟ ଅନ୍ତର୍ଭୁକ୍ତ । କୋଭିଡ-19 ମହାମାରୀ ସମୟରେ ବିହାରରେ ପ୍ରଥମେ ମତଦାନ ହୋଇଥିଲା । ଏହା ପୂର୍ବରୁ ଚନ୍ଦ୍ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସର (ସିବିଡିବି) ନେତୃତ୍ବରେ ସିବିଡିବି ବେଆଇନ ସମ୍ପତ୍ତି ଏବଂ କଳା ଟଙ୍କାକୁ ରୋକିବା ଉଦ୍ଦେଶ୍ୟରେ 2017ରେ ଅପରେସନ କ୍ଲିନ୍ ମନି ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.