ETV Bharat / bharat

ବାରାଣାସୀ ଜ୍ଞାନବାପୀ ମସଜିଦ ବିବାଦ: କୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ସର୍ଭେ - ଜ୍ଞାନବାପୀ ମସଜିଦ୍‌ ପରିସରେ

ବାରାଣାସୀର ଥିବା ଜ୍ଞାନବାପୀ ମସଜିଦ୍‌ ପରିସରେ ଶୁକ୍ରବାରଠାରୁ ଭିଡିଓଗ୍ରାଫି ଏବଂ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହ ସର୍ଭେ ସମୟରେ ମସଜିଦ୍‌ରେ ଭିତରେ ଥିବା ୨ଟି ଗୁପ୍ତ କୋଠରୀର ମଧ୍ୟ ଯାଞ୍ଚ କରାଯିବ । ଅଧିକ ପଢନ୍ତୁ

ବାରାଣାସୀ ଜ୍ଞାନବାପୀ ମସଜିଦ୍‌ ବିବାଦ
ବାରାଣାସୀ ଜ୍ଞାନବାପୀ ମସଜିଦ୍‌ ବିବାଦ
author img

By

Published : May 6, 2022, 9:19 PM IST

ଲକ୍ଷ୍ନୌ: ବାରାଣାସୀର ଥିବା ଜ୍ଞାନବାପୀ ମସଜିଦ୍‌ ପରିସରରେ ଆଜି(ଶୁକ୍ରବାର) ଠାରୁ ଭିଡିଓଗ୍ରାଫି ଏବଂ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହ ସର୍ଭେ ସମୟରେ ମସଜିଦ ଭିତରେ ଥିବା ୨ଟି ଗୁପ୍ତ କୋଠରୀର ମଧ୍ୟ ଯାଞ୍ଚ କରାଯିବ ।

ସେହିପରି ଏହି ଗୁପ୍ତ କୋଠରୀ ମଧ୍ୟରୁ ଗୋଟିଏ କୋଠରୀର ଚାବି ପ୍ରଶାସନ ପାଖରେ ଥିବା ବେଳେ ଅନ୍ୟଟି ମସଜିଦ୍‌ କର୍ତ୍ତୃପକ୍ଷଙ୍କ ପାଖରେ ରହିଛି । ଏଥିସହ ଏହି ସର୍ଭେ ସମୟରେ ଉଭୟ ଭିଡିଓ ଉତ୍ତୋଳନ ସହ ପଟୋଗ୍ରାଫି ମଧ୍ୟ କରାଯିବ । ସୂଚନା ଅନୁସାରେ, ୧୯୯୨ ମସିହା ଅଯୋଧ୍ୟା ବିବାଦ ପରେ ବାରାଣାସୀରେ ଥିବା ଜ୍ଞାନବାପୀ ଶ୍ରୀକାଶୀ ବିଶ୍ବନାଥ ପରିସର ବିବାଦ ୨୦୨୦ ମସିହାରେ ନୂଆ ମୋଡ ନେଇଥିଲା ।

ତେବେ ସେହି ଦିନ ଠାରୁ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ୨୦୨୦ ମସିହା ଅଗଷ୍ଟ ମାସରେ ଜ୍ଞାନବାପୀ ଶ୍ରୀକାଶୀ ବିଶ୍ବନାଥ ପରିସରର ପଶ୍ଚିମ ଦିଗରେ ଥିବା ଶୃଙ୍ଗାର ଗଉରୀ ମନ୍ଦିରରେ ନିୟମିତ ଦର୍ଶନ ନେଇ ୫ ମହିଳାଙ୍କ ଦ୍ବାରା କୋର୍ଟରେ ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଏଠାରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ।

ସେହିଭଳି କୋର୍ଟଙ୍କ ନିର୍ଦ୍ଦେଶରେ ନିଯୁକ୍ତ ଓକିଲ କମିଶନର ଅଜୟ କୁମାର ମିଶ୍ର ଆବେଦନକାରୀ ଏବଂ ଅନ୍ୟ ପକ୍ଷଙ୍କ ବ୍ୟତୀତ ଆଇନଜୀବୀଙ୍କ ସହ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ଅପରାହ୍ନ ୩ଟା ପରେ ଜ୍ଞାନବାପୀ ଶୃଙ୍ଗାର ଗଉରୀ ମନ୍ଦିରର ଭିଡିଓଗ୍ରାଫି ହୋଇଛି । ଏଥିସହ ସର୍ଭେକୁ ନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅଗଷ୍ଟ ୨୦୨୦ରେ ରାଖୀ ସିଂ ଏବଂ ଅନ୍ୟ ୪ଜଣ ମହିଳା ହିନ୍ଦୁ ମହାସଭା ପକ୍ଷରୁ ସରକାରଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ । ଏହି ଆବେଦନରେ ଅଞ୍ଜୁମାନ ଇସଲାମିଆ ମସଜିଦ, ବାରାଣାସୀ ପୋଲିସ କମିଶନର, ବାରାଣାସୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମେତ ଉତ୍ତରପ୍ରଦେଶ ସରକାରଙ୍କୁ ବିରୋଧୀ ଦଳ ଭାବେ ସାମିଲ କରାଯାଇଥିଲା । ସେପଟେ ଆଜି ଠାରୁ ଆରମ୍ଭ ହୋଇଥିବା ସର୍ଭେର ରିପୋର୍ଟ ମଇ ୧୦ ତାରିଖରେ କୋର୍ଟରେ ଦାଖଲ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.