ETV Bharat / bharat

Gold Rose Bouquet: ଭାଲେଣ୍ଟାଇନ୍ସ ଡେ' ଲାଗି ପ୍ରଧାନମନ୍ତ୍ରୀଙ୍କୁ ଦାମୀ ଗିଫ୍ଟ ଦେଲେ ସୁରତ ଛାତ୍ର - ସୁରତ ଛାତ୍ର

ଛାତ୍ର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ବନ୍ଧନ ରହିଛି । ତେବେ ଭାଲେଣ୍ଟାନ୍ସ ଡେ' ଅବସରରେ ମୋଦିଙ୍କ ପ୍ରତି ଥିବା ପ୍ରେମ ଭାବନାକୁ ପ୍ରକାଶିତ କରିବା ଲାଗି ଗୁଜୁରାଟ ସୁରତର ଛାତ୍ରମାନେ ମୋଦିଙ୍କୁ ଦେଇଛନ୍ତି ଦାମୀ ଗିଫ୍ଟ । ଛାତ୍ରଛାତ୍ରୀମାନେ ୧୫୧ଟି ସୁନାର ଗୋଲାପରେ ପ୍ରସ୍ତୁତ ପୁଷ୍ପଗୁଚ୍ଛ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି । ଅଧିକ ପଢନ୍ତୁ

Gold Rose Bouquet
Gold Rose Bouquet
author img

By

Published : Feb 14, 2023, 6:31 AM IST

Updated : Feb 14, 2023, 2:59 PM IST

ଭାଲେଣ୍ଟାଇନ ଡେ' ଲାଗି ପ୍ରଧାନମନ୍ତ୍ରୀଙ୍କୁ ଦାମୀ ଗିଫ୍ଟ ଦେଲେ ସୁରତ ଛାତ୍ର

ଗାନ୍ଧୀନଗର: ଭାଲେଣ୍ଟାଇନ୍ସ ଡେ' ବା ପ୍ରେମ ସପ୍ତାହ । ଏହି ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳମାନେ ପରସ୍ପର ପ୍ରତି ପ୍ରେମ ଜାହିର କରିବା ଲାଗି ବିଭିନ୍ନ ପ୍ରକାର ଉପହାର ଦେଇଥାନ୍ତି । ଏହି ଅବସରରେ ସୁରତର କିଛି ଛାତ୍ରଛାତ୍ରୀ ତାଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ଦାମୀ ଗିଫ୍ଟ । ସେ ପ୍ରଧାନମନ୍ତ୍ରୀଙ୍କ ଲାଗି ସୁନା ଗୋଲାପର ଏକ ବୁକେ ଉପହାର ଦେଇଛନ୍ତି । ଏଥିରେ ୨୪ କ୍ୟାରେଟର ପ୍ରାୟ ୧୫୧ଟି ସୁନା ଗୋଲାପ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସୁରତର ଛାତ୍ରଛାତ୍ରୀ ନିଜର ପ୍ରେମଭାବ ପ୍ରକାଶ କରିବା ଲାଗି ଭାଲେଣ୍ଟାଇନ ଡେ'କୁ ଚୟନ କରିଛନ୍ତି । ଭାଲେଣ୍ଟାଇନ୍ସ ଡେ'ରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଗୋଲ୍ଡ ପ୍ଲେଟେଡ ପୁଷ୍ପଗୁଚ୍ଛ ଭେଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସବୁବେଳେ ଛାତ୍ରମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳେ । ଜୀବନରେ କିପରି ଦକ୍ଷ ଓ ପ୍ରତିଭାବାନ ହେବ ସେନେଇ ମଧ୍ୟ ଉତ୍ସାହିତ କରିଥାଆନ୍ତି । ଏଥିଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି ମୋଦି । ଭାଲେଣ୍ଟାଇନ୍ସ ଦିବସରେ ସୁରତର ଛାତ୍ରଛାତ୍ରୀ ୨୪ କ୍ୟାରେଟର ୧୫୧ ସୁନା ଗୋଲାପ ପୁଷ୍ପଗୁଚ୍ଛ ପ୍ରଧାନମନ୍ତ୍ରୀଙ୍କ ଲାଗି ତିଆରି କରିଛନ୍ତି ।

ଏହା ବି ପଢନ୍ତୁ- LokSabha News: ଭାରତରେ ବଢୁଛି ଆତ୍ମହତ୍ୟା ପ୍ରବଣତା, 2ବର୍ଷରେ 4 ଲକ୍ଷ 50 ହଜାର ମୃତ

ଛାତ୍ର ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ବନ୍ଧନ ରହିଛି । ମୋଦି ସବୁବେଳେ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସହିତ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ମାଧ୍ୟମରେ କୁନିକୁନି ପିଲାମାନଙ୍କ ସହିତ ପରୀକ୍ଷାକୁ ନେଇ ଆଲୋଚନା କରିଥାନ୍ତି । ସେ ଦେଶର ଯୁବପିଢିଙ୍କୁ ଭାରତର ଭବିଷ୍ୟତ ବୋଲି କହିଥାନ୍ତି । ଛାତ୍ରଛାତ୍ରୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରେମ ଭାବନା ଅନେକ ଥର ଦେଖିବାକୁ ମିଳିଛି । କିନ୍ତୁ ଏଥର ଭାଲେଣ୍ଟାଇନ୍ସ ଦିବସ ଅବସରରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ନିଜର ପ୍ରେମ ଭାବନା ଦେଖାଇବା ପାଇଁ ଏହି ସ୍ବତନ୍ତ୍ର ପୁଷ୍ପଗୁଚ୍ଛ ଉପହାର ଭେଟି ଦେଇଛନ୍ତି ।

କାହିଁକି ଗୋଲ୍ଡ ରୋଜ୍‌ ବୁକେ ? :- ସତେଜ ଗୋଲାପ କିମ୍ବା ଅନ୍ୟାନ୍ୟ ଫୁଲରୁ ସବୁବେଳେ ପୁଷ୍ପଗୁଚ୍ଛ ପ୍ରସ୍ତୁତ କରାଯାଇଥାଏ, କିନ୍ତୁ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀଙ୍କ କଥା ଆସିଛି, ସେତେବେଳେ ସୁରତର ଅରୋ ବିଶ୍ବବିଦ୍ୟାଳୟର ଛାତ୍ରମାନେ ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୫୧ଟି ସୁନାର ଗୋଲାପରେ ଏହି ପୁଷ୍ପଗୁଚ୍ଛ ପ୍ରସ୍ତୁତ କରିଛନ୍ତି ।

ଏନେଇ ଜଣେ ଛାତ୍ରୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଆମର ଆଦର୍ଶ ରହି ଆସିଛନ୍ତି । ସେ ପ୍ରତ୍ୟେକ ଛାତ୍ରଙ୍କ ଭାବନାକୁ ବୁଝନ୍ତି । ଭାଲେଣ୍ଟାଇନ୍ସ ଡେ' ଅବସରରେ ଲୋକମାନେ ନିଜ ପ୍ରିୟ ଲୋକଙ୍କୁ ସୁନ୍ଦର ଉପହାର ଦିଅନ୍ତି । ଏହି ଦିନ ବିଶେଷ କରି ଗୋଲାପ ଫୁଲ ଦେବାର ଅଧିକାଂଶ ଦେଖିବାକୁ ମିଳେ । ଏହା ବର୍ଷବର୍ଷ ଧରି ଚାଲିଆସୁଛି । କିନ୍ତୁ ଭାଲେଣ୍ଟାଇନ୍ସ ଦିବସ ଅବସରରେ ଆମେ ପ୍ରଧାନମନ୍ତ୍ରୀଙ୍କୁ ଏକ ସୁନା ରଙ୍ଗର ଗୋଲାପରେ ତିଆରି ପୁଷ୍ପଗୁଚ୍ଛ ଦେବାକୁ ଯାଉଛୁ । ଆମେ ଆମ ପକେଟ ମନିରୁ ଅର୍ଥ ସଞ୍ଚୟ କରି ଏହି ପୁଷ୍ପଗୁଚ୍ଛକୁ କ୍ରୟ କରିଛୁ ।" ଛାତ୍ରଙ୍କ ଆଗ୍ରହ ଦେଖି ସୁନା ଦୋକାନୀ ମଧ୍ୟ ଶୀଘ୍ର ଏହି ପୁଷ୍ପଗୁଚ୍ଛକୁ ତିଆରି କରିଛନ୍ତି । ଏହି ପୁଷ୍ପଗୁଚ୍ଛର ମୂଲ୍ୟ ଲକ୍ଷାଧିକ ରହିଥିବା ବେଳେ ଏହା ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଛାତ୍ରମାନଙ୍କ ପ୍ରେମଭାବନା ସ୍ପଷ୍ଟ ବାରି ହୋଇପଡୁଛି ବୋଲି ଦୋକାନୀ ଦୀପକ ଚୋକସି କହିଛନ୍ତି ।

Last Updated : Feb 14, 2023, 2:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.