ETV Bharat / bharat

କାମରେ ଆସିଲା Self Defence ଟ୍ରେନିଂ, ସଶସ୍ତ୍ର ଚୋରଙ୍କୁ ଚକମା ଦେଲେ ସୁରତ ଝିଅ - ସଶସ୍ତ୍ର ଚୋରଙ୍କୁ ଚକମା ଦେଲେ ସୁରତ ଝିଅ

କଲେଜର ସେଲ୍ଫ ଡିଫେନ୍ସ କ୍ଲାସ ହେଲା ଫଳପ୍ରଦ । ସଶସ୍ତ୍ର ଚୋରଙ୍କ ସହ ନିର୍ଭୀକତାର ସହ ଲଢିଛନ୍ତି ୨୦ ବର୍ଷର ସୁରତ ଝିଅ । ଆଉ ବିପଦ ସମୟରେ ଏହି ଟ୍ରେନିଂର କୌଶଳତାକୁ ଉପଯୋଗ କରି ନିଜର କରିପାରିଛନ୍ତି ରକ୍ଷା । ଅଧିକ ପଢନ୍ତୁ

କାମରେ ଆସିଲା Self Defence ଟ୍ରେନିଂ, ସଶସ୍ତ୍ର ଚୋରଙ୍କୁ ଚକମା ଦେଲେ ସୁରତ ଝିଅ

author img

By

Published : Mar 31, 2022, 2:57 PM IST

ଗାନ୍ଧୀନଗର: ମହିଳାମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ହୋଇଛନ୍ତି ସ୍ବାବଲମ୍ବୀ । ହେଲେ କିଛି ମହିଳା ନିଜର ରକ୍ଷା ପାଇଁ ଅସମର୍ଥ ହୋଇଥାନ୍ତି । ସ୍ବାବଲମ୍ବୀ ହୋଇଥିଲେ ମଧ୍ୟ କୌଣସି ସ୍ଥାନକୁ ଏକା ଯିବାଆସିବା ସମୟରେ ମନରେ ଭୟ ସୃଷ୍ଟି ହୋଇଥାଏ । ହେଲେ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହେବା ସହ ନିଜର ରକ୍ଷା ନିଜେ କରିବା ପାଇଁ ସକ୍ଷମ ହେବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଏବେ ଅନେକ ମହିଳା ସେଲ୍ଫ ଡିଫେନ୍ସ ଟ୍ରେନିଂ ନେଉଛନ୍ତି । ଏହି ଟ୍ରେନିଂ ଆଜି ଜଣେ ସୁରତ ଯୁବତୀଙ୍କ ପାଇଁ ହୋଇଛି ଫଳପ୍ରଦ । ଫଳରେ ସେ ସଶସ୍ତ୍ର ଚୋରଙ୍କୁ ସାମନା କରି ଚକ୍‌ମା ଦେବାରେ ହୋଇଛନ୍ତି ସକ୍ଷମ ।

କାମରେ ଆସିଲା Self Defence ଟ୍ରେନିଂ, ସଶସ୍ତ୍ର ଚୋରଙ୍କୁ ଚକମା ଦେଲେ ସୁରତ ଝିଅ
  • କଣ ଥିଲା ପୁରା ଘଟଣା ?

ସୁରତ ବରଦୋଲିର ଚଲଥାନ ଗ୍ରାମର ରେଲୱେ ଗେଟ ନିକଟ ରାମକବିର ସୋସାଇଟିରେ ବାସ କରନ୍ତି ବାବୁରାମ କାଶୀନାଥ ସ୍ବାଇନ ଓ ପରିବାର । ତେବେ ସେମାନେ ମହାରାଷ୍ଟ୍ରିଆନ ବୋଲି ଜଣାପଡ଼ିଛି । ଗତ ମଙ୍ଗଳବାର ବାବୁରାମ ମିଲ୍‌ରେ ନାଇଟ ଡ୍ୟୁଟିରେ ରହିଥିଲେ । ଏହି ସମୟରେ ଘରେ ଥିଲେ ଦୁଇ ଝିଅ ରିୟା ଓ ରିଚ୍ଚା ଏବଂ ପତ୍ନୀ ଭାରତୀବେନ । ବଡ଼ ଝିଅ ରିୟା ବିଳମ୍ବିତ ରାତିରେ ଆଗକୁ ପରୀକ୍ଷା ଥିବା ଯୋଗୁଁ ପାଠ ପଢୁଥିଲେ । ଏହି ସମୟରେ ହଠାତ୍‌ ତାଙ୍କ ଘର ଅନ୍ଧକାର ହୋଇଯାଇଥିଲା । କୌଣସି ପାୱାରକଟ ହୋଇନଥିବା ବେଳେ ଏଭଳି ଲାଇନ ପଳାଇବା ସମସ୍ତଙ୍କୁ ଟିକେ ଚକିତ କରିଥିଲା । ଏହି ସମୟରେ ଚୋରମାନେ ହଠାତ ରିୟାଙ୍କୁ ଅପହରଣ ପାଇଁ ଉଦ୍ୟମ କରିଥିଲେ । ଅନ୍ଧକାରର ସୁଯୋଗ ନେଇ ସେମାନେ ଘରର ଜିନିଷପତ୍ର ଭାଙ୍ଗିଥିଲେ ।

  • କେମିତି ଚୋରଙ୍କ ସାମନା କଲେ ଏହି ଦୁଃସାହସିକ ଯୁବତୀ:-

ଏହାପରେ ଚୋରମାନେ ଘର କବାଟ ଦେବାକୁ ବ୍ୟବହୃତ ହେଉଥିବା ଖିଡିକିକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ । ଏଥିରେ ରିୟା ଡରିନଯାଇ ନିର୍ଭୀକତାର ସହ ସେମାନଙ୍କ ସାମନା କରିଥିଲେ । ଏହାପରେ ସାହାସୀ ରିୟା ସେ ଶୋଇଥିବା ଭଉଣୀ ଓ ମାଆଙ୍କୁ ଉଠାଇଥିଲା । ଘରେ ସମସ୍ତେ ଉଠିଯିବା ପରେ ଭୟରେ ଚୋରମାନେ ପଳାଇଥିଲେ । ଏହି ଆକ୍ରମଣରେ ରିୟାଙ୍କୁ ଗଭୀର ଆଘାତ ଲାଗିଛି । ତାଙ୍କ ହାତରେ ମୋଟ ୨୪ଟି ଷ୍ଟିଚ୍‌ ପଡିଥିବା ଜଣାପଡ଼ିଛି । ପୋଲିସ ଏହି ଘଟଣାରେ ଅଧିତ ତଦନ୍ତ କରୁଥିବା ଜଣାପଡ଼ିଛି ।

  • ଏହି ଦୁଃସାହସିକ ଯୁବତୀ କିଏ ?

ଦୁଃସାହସିକ ଯୁବତୀ ରିୟା(୨୦) ବରଦୋଲିରେ ଥିବା ପତିଡର୍ଜିନ ବିଜ୍ଞାନ ମହାବିଦ୍ୟାଳୟ(Patidarjin Science College)ରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ । ପାଠ ପଢିବା ସମୟରେ ସେ ସେଲ୍ପ ଡିଫେନ୍ସ ଟ୍ରେନିଂ ନେଇଥିଲେ । ବାସ୍ତବରେ ଏହି ଟ୍ରେନିଂ ତାଙ୍କର କାମରେ ଆସିଛି । ସେ ନିଜ ଜୀବନର ରକ୍ଷା କରିବାରେ ସକ୍ଷମ ହୋଇପାରିଛନ୍ତି । ତାଙ୍କର ସାହସିକତା ପାଇଁ ଏବେ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.