ETV Bharat / bharat

ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ, କାର ବୋନେଟ୍‌ରେ ଯୁବକଙ୍କୁ ଘୋସାଡି ନେଲେ

author img

By

Published : Aug 9, 2023, 6:52 PM IST

ଜଣେ ମଦ୍ୟପ କାର୍ ଡ୍ରାଇଭର ଘଟାଇଛନ୍ତି ଉନ୍ମତ୍ତକାଣ୍ଡ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିରେ ଭାଇରାଲ ହେବାରେ ଲାଗିଛି । ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଜଣେ ଯୁବକଙ୍କୁ 2 କିମି ଘୋସାଡି ନେଇଯାଇଛନ୍ତି । ଅଧିକ ପଢନ୍ତୁ

ମଦ୍ୟପ ଡ୍ରାଇଭଙ୍କ ଉନ୍ମତକାଣ୍ଡ , ଯୁବକଙ୍କୁ ଘୋସାଡି ନେଲେ ୨ କି ମି

ଗାନ୍ଧୀନଗର: ଜଣେ ମଦ୍ୟପ କାର୍ ଡ୍ରାଇଭର ଘଟାଇଛନ୍ତି ଏଭଳି ଏକ ଉନ୍ମତ୍ତ କାଣ୍ଡ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିରେ ଭାଇରାଲ ହେବାରେ ଲାଗିଛି । ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଜଣେ ଯୁବକଙ୍କୁ 2 କିମି ଘୋସାଡି ନେଇଯାଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ସୁରଟ ସହରରେ । ସୂଚନାଯୋଗ୍ୟ ଗତ ସୋମବାର ଦିନ ସୁରଟର ଗୈରଭପଥ ରୋଡରେ ଜଣେ ମଦ୍ୟପ କାର୍ ଡ୍ରାଇଭର ଦୁର୍ଘଟଣା ଘଟାଇ ଖସି ପଳାଇବା ପାଇଁ ଚେଷ୍ଟା କରୁଥିଲେ । ଜଣ ଯୁବକ ଏହାର ପ୍ରତିବାଦ କରିଥିଲେ । ସେହି ସମୟରେ ଯୁବକ ଜଣକ ତାଙ୍କୁ ଅଟକାଇବାକୁ ଚେଷ୍ଟା ଯାଇ କାର ବୋନେଟ୍ ଉପରକୁ ଡେଇଁ ପଡ଼ିଥିଲେ । ଯାହା ଫଲରେ ଡ୍ରାଇଭର ଜଣକ ତାଙ୍କୁ କାର୍ ବୋନେଟରେ ନେଇ ୨ କିମି ଯାଏଁ ଘୋସାଡ଼ି ନେଇଯାଇଥିଲେ । ଯାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ପୂରା ଘଟଣା

ମୃଗେଷ ବ୍ରହ୍ମାଭଟ ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ୟସଦମନିୟାଙ୍କୁ ଲାଭିକ୍ଟୋରିଆ କମ୍ପ୍ଲେକ୍ସ ପାଖରେ ଛାଡିବା ପାଇଁ ଯାଇଥିବା ସମୟରେ ଦେଭଦେର୍ ନାମକ ଜଣେ ମଦ୍ୟପ ଗାଡ଼ି ଚାଲକ ତାଙ୍କ ଗାଡି ସହତ ଦୁର୍ଘଟଣା ଘଟାଇଥଲା । ବ୍ରହ୍ମାଭଟ ଗାଡିରୁ ବାହାରି ଦେଭଦେରଙ୍କୁ ଗଡିରୁ ବାହାରକୁ ଆସିବା ପାଇଁ କହିଥିଲେ କିନ୍ତୁ ସେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ତେଣୁ ମୃଗେଷ ବ୍ରହ୍ମାଭଟ ସେହି ମଦ୍ୟପ ଗାଡ଼ି ଚାଳକଙ୍କୁ ଅଟକାଇବାକୁ ଚେଷ୍ଟା ଯାଇ, କାର୍ ବୋନେଟ୍ ଉପରକୁ ଚଢ଼ି ଯାଇଥିଲେ ।

ଏହା ବି ପଢ଼ନ୍ତୁ Delhi Hit and Drag Repeat: ବାଇକ ଚାଳକଙ୍କୁ 500 ମିଟର ଘୋଷାଡି ନେଲା କାର, ଯୁବକ ମୃତ

ଯାହାଫଳରେ ମଦ୍ୟପ ଡ୍ରାଇଭର ଜଣଙ୍କ ତାଙ୍କୁ କାର୍ ବୋନେଟ ଉପରେ ୭୦ରୁ ୮୦ ବେଗରେ ୨ କିମି ଯାଏଁ ଘୋସାଡ଼ି ନେଇଯାଇଥିଲେ । ଏହାକୁ ଦେଖି ଅନ୍ୟଯାତ୍ରୀମାନେ ବିଚଳିତ ହୋଇ ପଡ଼ିଥିଲେ ଏବଂ କିଛି ଗାଡ଼ି ଚାଳକ ଏହାକୁ ପ୍ରତିରୋଧ କରିବା ପାଇଁ ଗାଡ଼ିର ପିଛା କରିଥିଲେ । ଗାଡ଼ିଟି ୩ କିମି ଅତିକ୍ରମ କଲା ପରେ ମଦ୍ୟପ ଡ୍ରାଇଭରକୁ ରୋକିବାରେ ସଫଳ ହୋଇଥିଲେ ଓ ମୃଗେଷ ବ୍ରହ୍ମାଭଟ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏହାପରେ ମଦ୍ୟପ ଡ୍ରାଇଭରକୁ ପୋଲିସରେ ଜିମା ଦେଇଥିଲେ । ମୃଗେଷ ବ୍ରହ୍ମାଭଟ ଏତଲା କ୍ରମେ ପୋଲିସ ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତ ମଦ୍ୟପ ଡ୍ରାଇଭରକୁ ଗିରଫ କରିବା ସହ ଗାଡ଼ିରୁ ଗୋଟିଏ ଏୟାର୍ ଗନ ସହ କିଛି ମାଦକ ଦ୍ରବ୍ୟ ଜବତ କରିଥିବା ସୂଚନା ଦେଇଛି ପୋଲିସ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.