ETV Bharat / bharat

Supreme Court on Divorce: 6 ମାସ ଅପେକ୍ଷା କରିବା ଜରୁରୀ ନୁହେଁ, ତତ୍କାଳ ମିଳିପାରିବ ଛାଡପତ୍ର

author img

By

Published : May 1, 2023, 4:17 PM IST

ଛାଡପତ୍ର ନିୟମରେ ବଡ଼ ପରିବର୍ତ୍ତନ ଆଣିଲେ ସର୍ବୋଚ୍ଚ କୋର୍ଟ । 6 ମାସ ଅପେକ୍ଷା କରିବା ଜରୁରୀ ନୁହେଁ, ତତ୍କାଳ ମିଳିପାରିବ ଛାଡପତ୍ର । ଅଧିକ ପଢନ୍ତୁ

Supreme Court on Divorce: 6 ମାସ ଅପେକ୍ଷା କରିବା ଜରୁରୀ ନୁହେଁ, ତତ୍କାଳ ମିଳିପାରିବ ଛାଡପତ୍ର
Supreme Court on Divorce: 6 ମାସ ଅପେକ୍ଷା କରିବା ଜରୁରୀ ନୁହେଁ, ତତ୍କାଳ ମିଳିପାରିବ ଛାଡପତ୍ର

ନୂଆଦିଲ୍ଲୀ: ଦାମ୍ପତ୍ୟ କଳହ ଓ ବିବାହ ବିଚ୍ଛେଦ ପ୍ରସଙ୍ଗରେ ବଡ ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏଣକି ଛାଡପତ୍ର ପାଇଁ ସର୍ବନିମ୍ନ 6 ମାସ ଅପେକ୍ଷା କରିବାକୁ ପଡିବନାହିଁ । ସ୍ବଳ୍ପ ଅବଧି ମଧ୍ୟରେ ତତ୍କାଳ ଛାଡପତ୍ର ପାଇପାରିବେ ଆବେଦନକାରୀ ଦମ୍ପତି । ଭାରତୀୟ ସମ୍ବିଧାନର ଧାରା-142 ପ୍ରଦାନ କରୁଥିବା ବିଶେଷାଧିକାର ପ୍ରୟୋଗ କରି ଏହି କ୍ଷେତ୍ରରେ ଏପରି ନିଷ୍ପତ୍ତି ଗ୍ରହଣ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ କୋର୍ଟ ।

ଜଷ୍ଟିସ ଏସ.କ କୌଲଙ୍କ ଅଧ୍ଯକ୍ଷତାରେ 5 ଜଣିଆ ଖଣ୍ଡପୀଠ ଏହି ସମ୍ପର୍କିତ ମାମଲାର ଶୁଣାଣି କରି କହିଛନ୍ତି, କୌଣସି ବୈବାହିକ ସମ୍ପର୍କର ସ୍ଥାୟୀତ୍ବରେ କୌଣସି ଆଧାର ନଥିଲେ କିମ୍ବା ଉଭୟ ପକ୍ଷଙ୍କ ସହମତିରେ ଏହାକୁ ସମାପ୍ତ କରାଯିବାକୁ ଇଚ୍ଛା ପ୍ରକାଶ କରାଯାଇଥିଲେ, ସେ କ୍ଷେତ୍ରରେ ଏହି ବିଶେଷାଧିକାର ପ୍ରୟୋଗ କରାଯାଇ ପାରିବ । ଏହି କ୍ଷେତ୍ରରେ ପୂର୍ବ ସିଦ୍ଧାନ୍ତ ପରିବର୍ତ୍ତେ ଏହାକୁ ବିଶେଷାଧିକାର ପ୍ରୟୋଗ କରି ମଧ୍ୟ ସମାପ୍ତ କରାଯାଇ ପାରିବ । ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏସ୍‌କେ ଔକା, ଜଷ୍ଟିସ ବିକ୍ରମନାଥ ଓ ଜଷ୍ଟିସ କେ.ମାହେଶ୍ବରୀ ସଦସ୍ୟ ରହିଥିଲେ । ପୂର୍ବରୁ ହିନ୍ଦୁ ବିବାହ ଆଇନର ଧାରା-13 ଅନୁସାରେ ବିବାହ ପରେ ଛାଡପତ୍ର ଆବଶ୍ୟକ ହେଲେ ଅତି କମରେ 6 ମାସ ଅପେକ୍ଷା କରିବାକୁ ପଡୁଥିଲା ।

ଗତବର୍ଷ ସେପ୍ଟେମ୍ବରରେ ସରିଥିଲା ଶୁଣାଣି:-

ପୂର୍ବରୁ ଏହି ମାମଲାରେ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଥିଲା । ଗତବର୍ଷ (2022) ସେପ୍ଟେମ୍ବର 29 ରେ ଅଦାଲତ ରାୟ ସଂରକ୍ଷିତ ରଖି କହିଥିଲେ, କେବେ କେବେ ସାମାଜିକ ପରିବର୍ତ୍ତନ ପାଇଁ ସମୟ ଲାଗିଥାଏ ଓ ତୂଳନାତ୍ମକ ଭାବେ ଆଇନ ଆଣିବା ଅଧିକ ସହଜ ହୋଇଥାଏ । ହେଲେ ସଂଶୋଧିତ ଆଇନକୁ ସମାଜରେ ଗ୍ରହଣୀୟ କରାଇବା ମଧ୍ୟ ବେଶ ସମୟ ସାପେକ୍ଷ ପରି ସ୍ଥିତି ସୃଷ୍ଟି କରେ । ଏହି ଶୁଣାଣିରେ ଭାରତୀୟ ବିବାହ ପ୍ରଥାରେ ପରିବାର ବଡ ଭୂମିକା ରହଥିବା ତର୍କକୁ ମଧ୍ୟ ଖଣ୍ଡପୀଠ ସ୍ବୀକାର କରିଥିଲେ ।

ଏପିରି ସ୍ଥିତିରେ ଭାରତୀୟ ସମ୍ବିଧାନର ଧାରା 144 ପ୍ରଦାନ କରିଥିବା ବିଶେଷାଧିକ ବ୍ଯବହାର କରାଯାଇ ପୂର୍ବ ସିଦ୍ଧାନ୍ତକୁ ଟାଳି ଦେଇହେବ । ଅର୍ଥାତ ପୂର୍ବରୁ ବିବାହ ବିଚ୍ଛେଦ ତଥା ଛାଡପତ୍ର ମାମଲା ନ୍ୟାୟିକ ପ୍ରକ୍ରିୟାରେ ପହଞ୍ଚିବା ପରେ ମଧ୍ୟ ସର୍ବନିମ୍ନ 6 ମାସ ଅପେକ୍ଷା କରିବାକୁ ପଡୁଥିଲା । ଏବେ ସ୍ବଳ୍ପ ଅବଧିରେ ଏହା ସମ୍ଭବ ହୋଇପାରିବ । ପୂର୍ବରୁ ଏହି ମାମଲାରେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଉଭୟ ଆବେଦନକାରୀଙ୍କୁ ଅପେକ୍ଷା କରିବାକୁ ପଡୁଥିବା ବେଳେ ନ୍ୟାୟିକ ପ୍ରକ୍ରିୟା ମଧ୍ୟ ବିଳମ୍ବ ହେବା ପରି ସ୍ଥିତି ସୃଷ୍ଟି କରୁଥିଲା । ସୋସିଆଲ ମିଡିଆ ମତାମତରୁ ଦେଖିବାକୁ ମିଳୁଛି ଏହି ନୂଆ ନିୟମକୁ ଅନେକ ସ୍ବାଗତ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.