ETV Bharat / bharat

Agnipath Scheme: ଅଗ୍ନିପଥ ବିରୋଧରେ ପିଟିସନ, ଆସନ୍ତା 15ରେ ଶୁଣାଣି କରିବେ ସୁପ୍ରିମକୋର୍ଟ - ଅଗ୍ନିପଥ ଯୋଜନାକୁ ନେଇ ସଚେତନତା

ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଜୁଲାଇ ୧୫ ତାରିଖରେ ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଅଧିକ ପଢ଼ନ୍ତୁ

Agnipath Scheme: ଅଗ୍ନିପଥ ବିରୋଧରେ ଦାଖଲ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ

author img

By

Published : Jul 13, 2022, 7:04 PM IST

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଜୁଲାଇ ୧୫ ତାରିଖରେ ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ସେନା ବାହିନୀରେ ଭର୍ତ୍ତି ହେବାକୁ ଅଗ୍ନିବୀର ଯୋଜନା ପ୍ରଣୟନ ହୋଇଥିବା ବେଳେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାଖଲ ହୋଇଛି ।

ସେପଟେ ଏହି ପିଟିସନର୍‌ର ଶୁଣାଣି ବେଳେ ଆବେଦନକାରୀଙ୍କୁ ଯୋଜନା ସମ୍ପର୍କରେ ସଚେତନ କରିବାକୁ କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ଆବେଦନ କରାଯାଇଛି । ସେନାରେ ଭର୍ତ୍ତି ହେବାକୁ ଅଗ୍ନିପଥ ଯୋଜନା ପ୍ରଣୟନ ହୋଇଛି । ତେବେ ଏହି ଯୋଜନାକୁ ବିରୋଧ କରି ସାରା ଦେଶରେ ବିଦ୍ରୋହର ବହ୍ନି ଦେଖିବାକୁ ମିଳିଥିଲା ।

ଆଶାୟୀ ଅଗ୍ନିବୀର ଯୋଜନାକୁ ବିରୋଧ କରି ସାରା ଦେଶରେ ମୋଟ ୧୨ଟି ଟ୍ରେନ୍‌ରେ ନିଆଁ ଲଗାଇଥିବା ଭଙ୍ଗାରୁଜା କରିଥିଲେ । ତେବେ ଅଗ୍ନିବୀର ଯୋଜନାରେ ସେନାରେ ନିଯୁକ୍ତି ବାହାରିବା ପରେ ଅନେକ ଆଶାୟୀ ଆବେଦନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ୍‌ ଧନଞ୍ଜୟ ଚନ୍ଦ୍ରଚୁଡ ଓ ଏଏସ୍‌ ବୋପାନ୍ନା ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରିବେ । ଗତ ଜୁନ୍‌ ୧୪ ତାରିଖରେ ଏହି ଯୋଜନା ନେଇ ଘୋଷଣା କରିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.