ETV Bharat / bharat

DHANBAD JUDGE DEATH, ସୁପ୍ରିମକୋର୍ଟଙ୍କ କାରଣ ଦର୍ଶାଇ ନୋଟିସ ଜାରି - ସୁପ୍ରିମକୋର୍ଟ

ଧାନବାଦ ବିଚାରପତିଙ୍କ ହତ୍ୟା ମାମଲାରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

DHANBAD JUDGE DEATH, ସୁପ୍ରିମକୋର୍ଟଙ୍କ କାରଣ ଦର୍ଶାଇ ନୋଟିସ ଜାରି

author img

By

Published : Jul 30, 2021, 2:23 PM IST

ନୂଆଦିଲ୍ଲୀ: ଝାଡଖଣ୍ଡର ଧାନବାଦରେ କାର୍ଯ୍ୟରତ ବିଚାରପତିଙ୍କ ହତ୍ୟା ଘଟଣା । କାରଣ ଦର୍ଶାଅ ନୋଟିସ ଜାରି କଲେ ସର୍ବୋଚ୍ଚ ଅଦାଲତ । ରାଜ୍ୟର ମୁଖ୍ୟ ସଚିବ ଓ ଡିଜିପିଙ୍କୁ ଏକ ସପ୍ତାହ ମଧ୍ୟରେ ଘଟଣାର ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଦେଇଛନ୍ତି କଡା ନିର୍ଦ୍ଦେଶ ।

ଏହି ଘଟଣାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷାକୁ ବଞ୍ଚାଇବାକୁ ଚାହୁଁଛନ୍ତି । ସିଜେଆଇ ଏନଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ କାରଣ ଦର୍ଶାଇ ନୋଟିସ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ନ୍ୟାୟିକ ଅଧିକାରୀଙ୍କ ଉପରେ ଏଭଳି ଆକ୍ରମଣରେ କେତେକ ଘଟଣା ସାମନାକୁ ଆସିଛି । ଏହି ଅଧିକାରୀଙ୍କ ସୁରକ୍ଷା କରିବାକୁ କୋର୍ଟ ଚାହୁଁଛି ବୋଲି ସେ କହିଛନ୍ତି ।

ଏହି ବି ପଢନ୍ତୁ: ଧାନବାଦରେ ଚାଞ୍ଚଲ୍ୟ: ଚୋରା ଅଟୋରେ ବିଚାରପତିଙ୍କୁ ହତ୍ୟା, ସିସିଟିଭିରେ କଏଦ ଦୃଶ୍ୟ

ଏଥିଲାଗି ସୁପ୍ରିମକୋର୍ଟ ରାଜ୍ୟର ମୁଖ୍ୟ ସଚିବ ଓ ଡିଜିପିଙ୍କୁ ଏକ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଏହି ମାମଲାରେ ବାର ପରିଷଦ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.