ETV Bharat / bharat

SC verdict on Jallikattu : ସଂସ୍କୃତିର ଅଂଶ ଜାଲିକାଟୁ, ରୋକ୍‌ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

author img

By

Published : May 18, 2023, 4:08 PM IST

ସୁପ୍ରିମକୋର୍ଟର ଖଣ୍ଡପୀଠ ତାମିଲନାଡୁ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ସରକାରଙ୍କୁ ଏକ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଜାଲିକାଟୁ ଏବଂ ଷଣ୍ଢ ଦୌଡ ଆଇନଗତ ଭାବେ ବୈଧ ଅଟେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

SC verdict on Jallikattu
SC verdict on Jallikattu

ନୂଆଦିଲ୍ଲୀ: ଜାଲିକାଟୁକୁ ନେଇ ତାମିଲନାଡୁ ଏବଂ ମହାରାଷ୍ଟ୍ର ସରକାରଙ୍କ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଯାଚିକା ଉପରେ ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସଂସ୍କୃତିର ଏକ ଅଂଶ ଭାବରେ ବିବେଚନା କରି ଜାଲିକାଟୁ ଓ ଏହାକୁ ମଞ୍ଜୁରି ଦେଉଥିବା ଆଇନକୁ ବୈଧ ବୋଲି ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । କହିଲେ ଅବୈଧ ନୁହେଁ ଜାଲିକାଟୁ ଷଣ୍ଢ ଦୌଡ । ଏହାକୁ ଏକ ସାଂସ୍କୃତିକ ଖେଳ ଭାବୋ ଘୋଷଣା କରାଯାଇଛି, ଏଥିରେ ଆଉ ଅଲଗା ଦୃଷ୍ଟିକୋଣ ଦେଖିବା ଆବଶ୍ୟକ ନୁହେଁ କହିଛନ୍ତି ସର୍ବଚ୍ଚୋ କୋର୍ଟ ।

ଜାଲିକାଟୁ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, 'ତାମିଲନାଡୁ ପଶୁଙ୍କ ପ୍ରତି କୃରତା ନିୟମ ୨୦୧୭ ଅନୁଯାୟୀ ପ୍ରାଣୀମାନଙ୍କ ଉପରେ ହେଉଥିବା ନିର୍ଯାତନା ଓ କୃରତାକୁ ବହୁ ମାତ୍ରା କମ କରୁଛି । ଏହି ଆଇନ ଅନୁଯାୟୀ ଜାଲିକାଟୁର ଆଇନଗତ ବୈଧତା କାଏମ ରଖାଯାଇଛି ।" ଗଠିତ ହୋଇଥିବା ପାଞ୍ଚଜଣିଆ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି, ୨୦୧୪ରେ ହୋଇଥିବା ବିଚାର ଉପରେ ଆମେ ସହମତି ପ୍ରକାଶ କରୁନାହୁଁ । ସେତେବେଳେ ଜାଲିକାଟୁକୁ ସାଂସ୍କୃତିକ ଖେଳର ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା । ପ୍ରକାଶଥାଉକି, ଏହି ଯାଚିକାରେ ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ଜାଲିକାଟୁ ଏବଂ ଷଣ୍ଢ ଦୌଡକୁ ଅନୁମତି ଦିଆଯାଇଥିବା ବେଳେ ଏହାକୁ ବିରୋଧ କରୁ ସୁପ୍ରିମରକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଜଷ୍ଟିସ କେ.ଏମ ଜୋସେଫ, ଅଜୟ ରାସ୍ତୋଗୀ, ଅନିରୁଦ୍ଧ ବୋଷ, ହ୍ରିକିକେଶ ରୟ ଏବଂ ସିଟି ରବିକୁମାରଙ୍କ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଏହି ମାମଲାରେ ନିଜର ରାୟ ଦେଇଛନ୍ତି । ପ୍ରକାଶଥାଉକି, ୨୦୧୪ ମସିହାରେ ସୁପ୍ରିମ୍‌କୋର୍ଟଙ୍କ ଏକ ନିଷ୍ପତ୍ତି ପରେ ଏହି ଖେଳ ଉପରେ ରୋକ ଲାଗିଥିଲା। ସେ ସମୟରେ ଅଦାଲତ ଏହାକୁ ପଶୁଙ୍କ ପ୍ରତି କୃର ଆଚରଣ ବୋଲି ଦର୍ଶାଇଥିଲେ ।

ତାମିଲନାଡୁ ସରକାରଙ୍କ ପକ୍ଷରୁ ଜାଲିକାଟୁର ଆୟୋଜନ କରାଯାଉଛି । 'ଜାଲିକାଟୁ'ର ଆଚରଣକୁ ରକ୍ଷା କରାଯାଉଛି । ସର୍ବୋଚ୍ଚ ନ୍ୟାୟାଳୟରେ ନିଜର ଆଭିମୁଖ୍ୟ ରଖି ରାଜ୍ୟ ସରକାର କହିଥିଲେ, "ଏହି ଖେଳର ଆୟୋଜନ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଅଂଶବିଶେଷ ଅଟେ । ଜାଲିକାଟୁ ଏକ ସାଂସ୍କୃତିକ ଖେଳ ନୁହେଁ ଏହା ଭାବିବା ଭୁଲ । ଏହା ଏକ ଖେଳ ଏବଂ ଏହା ଲୋକମାନଙ୍କୁ ମନୋରଞ୍ଜନ ପ୍ରଦାନ କରିଥାଏ ।" ପେରୁ, କଲୋମ୍ବିଆ ଏବଂ ସ୍ପେନ୍ ପରି ଦେଶଗୁଡିକର ଉଦାହରଣ ଦେଇ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ରଖିଥିଲେ ।

ଏହି ପ୍ରସଙ୍ଗରେ ତାମିଲନାଡୁ ସରକାର କହିଥିଲେ, କୃଷକମାନେ ଏହି ଜାଲିକାଟୁ ଖେଳରେ ସାମିଲ କରିବା ପାଇଁ କୃଷକମାନେ ପରିଶ୍ରମ କରି ଷଣ୍ଢକୁ ପାଳିଥାଆନ୍ତି । ଏହାପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ତାମିଲନାଡୁ ସରକାରଙ୍କୁ ପ୍ରଶ୍ନ କରି କୁହାଯାଇଥିଲା ଯେ, "ଜାଲିକାଟୁ ଖେଳରେ ମନୁଷ୍ୟର ମନୋରଞ୍ଜନ ପାଇଁ ପଶୁମାନଙ୍କୁ ବ୍ୟବହାର କରିବା ଠିକ କି? ଏହି ଖେଳ ଦେଶୀ ପ୍ରଜାତିର ସଂରକ୍ଷଣରେ କିପରି ସାହାଯ୍ୟ କରିଥାଏ ? "

ଏହାର ଉତ୍ତର ଦେଇ ତାମିଲନାଡୁ ସରକାର କହିଥିଲେ, "ଜାଲିକାଟୁ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ଏକ ମହାନ ଐତିହାସିକ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ । ଭଲ ଫସଲ ପାଇଁ ଦେବତାଙ୍କୁ ଧନ୍ୟବାଦ ଅର୍ପଣ କରି ପୋଙ୍ଗଲ ପର୍ବ ସମୟରେ ଜାଲିକାଟୁ ଆୟୋଜନ କରାଯାଇଥାଏ । ଏହାପରେ ମନ୍ଦିରଗୁଡିକରେ ପର୍ବ ଆୟୋଜିତ ହୋଇଥାଏ । ଏହା ଦର୍ଶାଉଛି ଯେ, ଏହି କାର୍ଯ୍ୟକ୍ରମ ଦେଶର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ମହତ୍ବ ରକ୍ଷା କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.