ETV Bharat / bharat

ଘୁଞ୍ଚିଲା Pegasus ମାମଲାର ଶୁଣାଣି

author img

By

Published : Feb 22, 2022, 7:04 PM IST

ଆସନ୍ତା ଶକ୍ରବାର ସୁପ୍ରିମ୍‌କୋର୍ଟରେ ବହୁ ଚର୍ଚ୍ଚିତ ପେଗାସସ୍‌ ମାମଲାର ଶୁଣାଣି ହେବ । ତେବେ ଫେବୃଆରୀ ୨୩ ତାରିଖରେ ଏହି ମାମଲାର ଶୁଣାଣି ସୁପ୍ରିକୋର୍ଟରେ ହୋଇଥାନ୍ତା । ଅଧିକ ପଢନ୍ତୁ

ଘୁଞ୍ଚିଲା ପେଗାସସ୍‌ ମାମଲାର ଶୁଣାଣି, ସୁପ୍ରିମ୍‌ କୋର୍ଟରେ ୨୫ରେ ହେବ ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା ଶକ୍ରବାର ସୁପ୍ରିମ୍‌କୋର୍ଟରେ ବହୁ ଚର୍ଚ୍ଚିତ ପେଗାସସ୍‌ ମାମଲାର ଶୁଣାଣି ହେବ । ତେବେ ଫେବୃଆରୀ ୨୩ ତାରିଖରେ ଏହି ମାମଲାର ଶୁଣାଣି ସୁପ୍ରିକୋର୍ଟରେ ହୋଇଥାନ୍ତା । ମାତ୍ର ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସେହି ଦିନ ଆଉ ଏକ ପାର୍ଟ ଶୁଣାଣି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ପ୍ରସଙ୍ଗରେ ବ୍ୟସ୍ତ ରହିବେ । ଏଣୁ ସେ ସର୍ବୋଚ୍ଚକୋର୍ଟଙ୍କୁ ଶୁକ୍ରବାର ଶୁଣାଣି ଘୁଞ୍ଚାଇବା ପାଇଁ ନିବେଦନ କରିଥିଲେ ।

ତେବେ ଶୁଣାଣି ଘୁଞ୍ଚିବା ବିଷୟରେ ପ୍ରଧାନ ବିଚାରପତି ଏନ.ଭି. ରାମଣା ରାଜି ହୋଇଥିବା ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଅନ୍ୟମାନଙ୍କୁ ଜଣାଇବାକୁ କହିଛନ୍ତି । ସେହିପରି ଏହି ମାମଲା ରୁଜୁ ହେବା ପରେ ପେଗାସସ୍ ପ୍ରସଙ୍ଗର ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା । ଏହି କମିଟି ତଦନ୍ତ କରି ରିପୋର୍ଟ ଦାଖଲ କରିବା ପରେ ଶୁକ୍ରବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ରିପୋର୍ଟକୁ ଗ୍ରହଣ କରିବା ସହ ଶୁଣାଣି କରିବେ ।

ସେହିଭଳି ଗୁପ୍ତଚର ଅଭିଯୋଗର ଯାଞ୍ଚ ପାଇଁ ସାଇବର ବିଶେଷଜ୍ଞଙ୍କ ତିନି ଜଣିଆ ପ୍ୟାନେଲ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପଟେ ପ୍ରଧାନ ବିଚାରପତି ଏନ.ଭି ରାମଣାଙ୍କ ନେତୃତ୍ବରେ ଗତ ବର୍ଷ ଅକ୍ଟୋବର ୨୭ରେ ଏହି ମାମଲାର ଶୁଣାଣି ହେବାର ଥିଲା । ଅପରପକ୍ଷେ କମିଟିର ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସାଇବର ସୁରକ୍ଷା, ଡିଜିଟାଲ ଫରେନସିକ୍, ନେଟୱାର୍କ ଏବଂ ହାର୍ଡୱେୟାର ଉପରେ ତିନିଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟିରେ ପେଗାସସ୍ ସ୍ପାଏୱେୟାର ନାଗରିକଙ୍କ ଉପରେ ଗୁପ୍ତଚର ବ୍ୟବହାର କରାଯାଇଛି କି ନାହିଁ ତାହା ଅନୁସନ୍ଧାନ କରିବାକୁ କୁହାଯାଇଛି ।

ଏହି ଅନୁସନ୍ଧାନର ପୂର୍ବତନ ସର୍ବୋଚ୍ଚ ଅଦାଲତର ବିଚାରପତି ଆର ଭି ରାଭେନ୍ଦ୍ରନଙ୍କ ଦ୍ବାରା ତଦାରଖ କରାଯାଇଥିଲା । ଭାରତର କିଛି ବିଶେଷ ଲୋକଙ୍କ ଉପରେ ନଜର ରଖିବା ପାଇଁ ଇସ୍ରାଏଲର ଗୁପ୍ତଚର ପେଗାସସ୍ ବ୍ୟବହାର କରାଯାଇଥିବା ଅଭିଯୋଗର ଏକ ବ୍ୟାଚ୍ ନିବଦେନରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଶୁଣାଣି ହେଉଛି ।ଅନ୍ୟପଟେ ଗତ ବର୍ଷ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ କନ୍ସୋର୍ଟିୟମ୍ ରିପୋର୍ଟରେ 3 ଶହରୁ ଅଧିକ ଭାରତୀୟଙ୍କ ମୋବାଇଲ୍ ଫୋନ୍ ନମ୍ବର ଗୋପନୀୟ ତଥ୍ୟ ଚୋରି କରୁଛି ପେଗାସସ୍ ସ୍ପାଏୱେୟାର ବୋଲି ଖବର ପ୍ରକାଶ ପାଇଥିଲା ।

ସେହିପରି ଏହି ଘଟଣାପରେ ରାଜନୀତି ମଧ୍ୟ ଜୋରଦାର ହୋଇଥିଲା । ରାଜ୍ୟ ସଭା ଓ ଲୋକସଭାରେ ଏହାକୁ ନେଇ ସରକାରଙ୍କୁ ବିରୋଧୀ ପ୍ରଶ୍ନ କରିଥିଲେ । ସବୁ ସମୟର ଅନ୍ତଃ ପରେ ବହୁ ପ୍ରତୀକ୍ଷିତ ମାମଲାର ଶୁଣାଣି ଆସନ୍ତା ଶକ୍ରବାର ହେଉଥିବାରୁ ସମସ୍ତଙ୍କ ନଜର ଏହା ଉପରେ ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.