ETV Bharat / bharat

Gyanvapi Mosque Case: ଜିଲ୍ଲା ଅଦାଲତକୁ ହସ୍ତାନ୍ତର ହେଲା ମାମଲା, 8 ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ - ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ମାମଲା

ଉତ୍ତରପ୍ରଦେଶ ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ମାମଲା । ଆଜି ଏହା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାକୁ ବାରଣାସୀ ଜିଲ୍ଲା ଜଜଙ୍କୁ ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Gyanvapi mosque case: ମାମଲାକୁ ଜିଲ୍ଲା ଜଜଙ୍କୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : May 20, 2022, 4:41 PM IST

Updated : May 20, 2022, 5:14 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ମାମଲା (Gyanvapi Mosque Case) । ଆଜି(ଶୁକ୍ରବାର) ଏହି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାକୁ ବାରଣାସୀ ଜିଲ୍ଲା ଜଜ (Varanasi District Judge)ଙ୍କୁ ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ । ୟୁପି ଜୁଡିସିଆଲ୍ ସର୍ଭିସର ବରିଷ୍ଠ ତଥା ଅଭିଜ୍ଞ ଜୁଡିସିଆଲ ଅଫିସର ଏହି ମାମଲାର ଶୁଣାଣି କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଶିବଲିଙ୍ଗର ସୁରକ୍ଷା ନିଶ୍ଚିତ କରାଯିବ । ନମାଜ ପାଠ ମଧ୍ୟ ହେବ । ଉଭୟ ପକ୍ଷ ସଦଭାବନା ବଜାୟ ରଖିବେ । ଜୁଲାଇ ଦ୍ବିତୀୟ ସପ୍ତାହରେ ପରବର୍ତ୍ତୀ ଶୁଣାଣି ହେବ। ତେବେ ମାମଲାର ଶୁଣାଣି ପୁର୍ନବାର ସୁପ୍ରିମକୋର୍ଟ 8 ସପ୍ତାହ ପରେ କରିବେ ।

ଏହାସହ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆୟୋଗର ରିପୋର୍ଟ ଲିକ୍ ହୋଇପାରିବ ନାହିଁ । ଗଣମାଧ୍ୟମକୁ କୌଣସି ସୂଚନା ନ ଦେବାକୁ କୁହାଯାଇଛି । କେବଳ ଜଜ୍ ରିପୋର୍ଟ ଖୋଲିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ସମୟରେ ଅହ୍ଲାବାଦ ହାଇକୋର୍ଟ ଶୁକ୍ରବାର କାଶୀ ବିଶ୍ବନାଥ ମନ୍ଦିର-ଜ୍ଞାନବ୍ୟାପୀ ମସଜିଦ ପ୍ରସଙ୍ଗରେ ଶୁଣାଣିକୁ ଜୁଲାଇ 6 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ଶୁଣାଣି ଆସିବା ପରେ ବାରଣାସୀର ଅଞ୍ଜୁମାନ ଇନ୍ତାଜାମିୟା ମସଜିଦ ପକ୍ଷରୁ ଏକ ପିଟିସନ ଦାଏର ହୋଇଥିଲା । ଏଥିଲାଗି ଆସନ୍ତା ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ପ୍ରକାଶ ପଦିଆ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ।

୧୯୯୧ ମସିହାରେ ବାରାଣାସୀ ଜିଲ୍ଲା କୋର୍ଟରେ ମୂଳ ମକଦ୍ଦମା ଦାଏର କରାଯାଇଥିଲା । ଏଥିରେ ଜ୍ଞାନବ୍ୟାପୀ ମସଜିଦ ଥିବା ସ୍ଥାନରେ ଏକ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ପାଇଁ ଦାବି କରାଯାଇଥିଲା । ୨୦୨୧ ମସିହା ଏପ୍ରିଲ ୮ ତାରିଖରେ ବାରାଣାସୀ କୋର୍ଟର ସିଭିଲ୍ ଜଜ୍ (ସିନିୟର ଡିଭିଜନ) ଦୁଇ ହିନ୍ଦୁ, ଦୁଇ ମୁସଲମାନ ସଦସ୍ୟ ଏବଂ ପ୍ରତ୍ନତତ୍ତ୍ବ ବିଶେଷଜ୍ଞଙ୍କୁ ନେଇ ଏକ ୫ ଜଣିଆ କମିଟି ଗଠନ କରିଥିଲେ । ଏମାନଙ୍କୁ ଶତାବ୍ଦୀ ପୁରୁଣା ଜ୍ଞାନବ୍ୟାପୀ ମସଜିଦର ଉପରେ ସର୍ବେକ୍ଷଣ(comprehensive physical survey) କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହାପରେ ବାରାଣାସୀ କୋର୍ଟଙ୍କ ଆଦେଶକୁ ହାଇକୋର୍ଟରେ ଆବେଦନକାରୀମାନେ ଚ୍ୟାଲେଞ୍ଜ କରିଥିଲେ । ସୂଚନା ଥାଉ କି ଉତ୍ତରପ୍ରଦେଶ ବାରାଣାସୀସ୍ଥିତ ଜ୍ଞାନବ୍ୟାପୀ ମସଜିଦର ଏକ ସ୍ଥାନରେ ଶିବ ଲିଙ୍ଗ ଠାବ ହୋଇଛି । ଏହାକୁ ନେଇ ବିବାଦ ଉପୁଜିବାରେ ଲାଗିଛି ।

@ANI

Last Updated : May 20, 2022, 5:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.