ETV Bharat / bharat

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ପାରୋଲ ପାଇଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରାଯାଉ - ପାରୋଲ୍ ପାଇଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରାଯାଉ

ଦେଶରେ କୋଭିଡ ମାମଲାରେ ଅପ୍ରତ୍ୟାଶିତ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆଜି(ଶନିବାର) ଜେଲଗୁଡିକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଗତ ବର୍ଷ ଜାମିନ କିମ୍ବା ପାରୋଲ୍ ପାଇଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ...

କୋଭିଡକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ପାରୋଲ୍ ପାଇଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରାଯାଉ

author img

By

Published : May 8, 2021, 8:01 PM IST

ନୂଆଦିଲ୍ଲୀ: ଦେଶରେ କୋଭିଡ ମାମଲାରେ ଅପ୍ରତ୍ୟାଶିତ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆଜି(ଶନିବାର) ଜେଲଗୁଡିକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଗତ ବର୍ଷ ଜାମିନ କିମ୍ବା ପାରୋଲ୍ ପାଇଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଏନ.ଭି ରମଣା ଏବଂ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଗତବର୍ଷ ମାର୍ଚ୍ଚରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ (ୟୁଟି) ର ଉଚ୍ଚସ୍ତରୀୟ କମିଟି ଦ୍ୱାରା ଜାମିନ ପାଇବାକୁ ଅନୁମତି ଦିଆଯାଇଥିବା ସମସ୍ତ ବନ୍ଦୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଉ ବିଳମ୍ବ ନକରି ତୁରନ୍ତ ଜାମିନ ଦିଆଯାଉ ।

ଗତବର୍ଷ ଯେଉଁ ବନ୍ଦୀମାନଙ୍କୁ ପାରୋଲ ଅନୁମୋଦନ କରାଯାଇଥିଲା, ଚଳିତ ମହାମାରୀକୁ ଦୃଷ୍ଟିରେ ରଖି ସେମାନଙ୍କ ପାରୋଲ ଅବଧି ଆଉ ୯୦ ଦିନ ବୃଦ୍ଧି କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ସର୍ବୋଚ୍ଚ ଅଦାଲତ ରାୟଦେଇ କହିଛନ୍ତି ଯେ, ଜଣେ ଯଦି ଅତିକମରେ ସାତବର୍ଷରୁ କମ୍‍ ଜେଲ ଦଣ୍ଡରେ ଦଣ୍ଡିତ ହୋଇନାହାନ୍ତି ତେବେ ଆବଶ୍ୟକ ନଥିଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରିବା ଉଚିତ। ଏହାସହ କାରାଗାର ମଧ୍ୟରେ ଥିବା ବନ୍ଦୀ ଏବଂ କାରାଗାର କର୍ମଚାରୀମାନଙ୍କର ନିୟମିତ ନମୁନା ପରୀକ୍ଷା କରାଯିବା ସହିତ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.