ETV Bharat / bharat

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଘୁଞ୍ଚିଲା INI-CET 2021 ପରୀକ୍ଷା - AIIMS

ସୁପ୍ରିମକୋର୍ଟ ଆଜି(ଶୁକ୍ରବାର) ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) କୁ INI CET 2021 ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ
author img

By

Published : Jun 11, 2021, 2:01 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି(ଶୁକ୍ରବାର) ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) କୁ INI CET 2021 ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରୀକ୍ଷା ଜୁନ 16ରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ମାତ୍ର କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ମାସେ ପାଇଁ ସ୍ଥଗିତ ରଖାଯାଇଛି ।

ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଏମଆର ଶାହାଙ୍କ ଖଣ୍ଡପୀଠ ଦ୍ବାରା ଏହି ଶୁଣାଣି କରାଯାଇଛି । 26 ଡାକ୍ତରଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ମେଡିସିନ୍ ଓ ସ୍ନାତକ ଅଧ୍ୟୟନ ପାଇଁ AIIMS, JIPMER, PGIMER ଓ NIMHANS ଆଡମିଶନ ପାଇଁ INI CET ପରୀକ୍ଷା କରାଯାଏ । ପ୍ରକାଶଥାଉକି, ଅନେକ ଡାକ୍ତରଙ୍କ ଟୀକାକରଣ ହୋଇନାହିଁ । ପରୀକ୍ଷା କରିବା ସେମାନଙ୍କ ଜୀବନ ପ୍ରତି ବିପଦ ଆଣିପାରେ ବୋଲି ଏହାକୁ ବିରୋଧ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.