ETV Bharat / bharat

ଯୌତୁକ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ - ଯୌତୁକ ମୃତ୍ୟୁ ମାମଲା

ଯୌତୁକ ମୃତ୍ୟୁ ମାମଲା ସହିତ ଜଡିତ ମାମଲା ଉପରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଯୌତୁକ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ

author img

By

Published : May 28, 2021, 10:07 PM IST

ନୂଆଦିଲ୍ଲୀ: ଯୌତୁକ ମୃତ୍ୟୁ ମାମଲା ସହିତ ଜଡିତ ମାମଲା ଉପରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଏଭଳି ମାମଲାରେ ଏହା ସାବ୍ୟସ୍ତ କରିବା ଜରୁରୀ ନୁହେଁ କି ମହିଳାଙ୍କ ମୃତ୍ୟୁ ପୂର୍ବରୁ ଯୌତୁକ ଦାବି କରାଯାଇଛି । ଯଦି ମୃତ୍ୟୁରୁ କିଛି ସମୟ ପୂର୍ବରୁ ବି ଯୌତୁକ ପାଇଁ ଚାପ ପକାଇବା ଓ ଉତ୍ପୀଡନ କରିବାର ବିଷୟ ସାବ୍ୟସ୍ତ ହୁଏ, ତେବେ ଏଭଳି ମାମଲାରେ ଦଣ୍ଡ ଦେବା ପର୍ଯ୍ୟାପ୍ତ ହେବ ।

ଯୌତୁକ ମୃତ୍ୟୁକୁ ନେଇ ଏକ ମାମଲାରେ ଦୋଷୀଙ୍କୁ ତଳ ଅଦାଲତ ଓ ହାଇକୋର୍ଟରୁ ମିଳିଥିବା 7 ବର୍ଷର ଦଣ୍ଡକୁ ସଠିକ ଦର୍ଶାଇ ସୁପ୍ରିମକୋର୍ଟ ଆଇପିସିର ଧାରା 304B ସହ ଜଡିତ ମାମଲାରେ ତଳ ଅଦାଲତଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଆଜି 'ସତ୍ୟବୀର ସିଂ ବନାମ ହରିୟାଣା' ମାମଲାରେ ପ୍ରଧାନ ବିଚାରପତି ଏନ.ଭି ରାମଣାଙ୍କ ନେତୃତ୍ବରେ ଗଠିତ ବେଞ୍ଚର ଏହି ନିର୍ଦ୍ଦେଶନାମା ବିଷୟରେ କହିବା ପୂର୍ବରୁ, ଆଇପିସିର ଏହି ଧାରା କ’ଣ କହୁଛି ତାହା ବୁଝିବା ଆବଶ୍ୟକ ।

ଧାରା 304B ଅନୁଯାୟୀ, ଯଦି ବିବାହର 7 ବର୍ଷ ମଧ୍ୟରେ ଯଦି କୌଣସି ମହିଳା ଜଳିବା, ଆଘାତ କିମ୍ବା କୌଣସି ଅସ୍ବାଭାବିକ କାରଣରୁ ମୃତ୍ୟୁ ବରଣ କରନ୍ତି ଏବଂ ଏହା ପ୍ରମାଣିତ ହୁଏ ଯେ ମୃତ୍ୟୁ ପୂର୍ବରୁ ମହିଳାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିଲା, ତେବେ ଏହାକୁ ଯୌତୁକ ମୃତ୍ୟୁ ଧରାଯିବ। ଏହି ପରିପ୍ରେକ୍ଷୀରେ ଆଇନର ଧାରା 113 B ମଧ୍ୟ ଲାଗୁ ହେବ ।

ଯଦି ଅଭିଯୁକ୍ତ ମହିଳାଙ୍କ ମୃତ୍ୟୁରେ ତାର ଭୂମିକା ବିଷୟରେ ନିର୍ଦ୍ଦୋଷ ବୋଲି ପ୍ରମାଣ ପ୍ରଦାନ କରିବାରେ ସକ୍ଷମ ନହେବ, ତେବେ ସେ ଦୋଷୀ ବିବେଚିତ ହେବେ। ଏହି ବିଭାଗ ଅଧୀନରେ ଦୋଷୀଙ୍କୁ ସର୍ବନିମ୍ନ 7 ବର୍ଷ ଜେଲ ଏବଂ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ।

ଆଇପିସିର ଧାରା 304 ବି ଅଧୀନରେ ଥିବା ମାମଲାଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି

ମକଦମା ସମୟରେ ଏହି ଧାରାର ଉଦ୍ଦେଶ୍ୟ ମନେ ରଖିବା ଆବଶ୍ୟକ | ମହିଳାଙ୍କ ହତ୍ୟା ଏବଂ ଯୌତୁକ ଦାବି ଭଳି ସାମାଜିକ କୁପ୍ରଥା ନିୟନ୍ତ୍ରଣ କରିବା ପାଇଁ ଏହା ଆଇପିସିରେ ଯୋଡାଯାଇଥିଲା । ଏହା ମଧ୍ୟ ମନେ ରଖିବାକୁ ହେବ ଯେ ହତ୍ୟା, ଆତ୍ମହତ୍ୟା ଏବଂ ଦୁର୍ଘଟଣା ଦ୍ୱାରା ମୃତ୍ୟୁ ଏହି ଧାରାରେ ପୃଥକ କରାଯାଇନାହିଁ । କେବଳ ଅପ୍ରାକୃତିକ ମୃତ୍ୟୁ ବିଷୟରେ ଏହା କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.