ନୂଆଦିଲ୍ଲୀ: କୋରୋନାରେ ଆକ୍ରାନ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ । ବିଚାରପତିଙ୍କ ସହିତ ଅନ୍ୟ ଜଣେ ସହକର୍ମୀ ମଧ୍ୟ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି। ତେବେ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଥିବା ବେଳେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ସୂଚନା ମିଳିଛି। କିନ୍ତୁ ସୁସ୍ଥ ନହେବା ପର୍ଯ୍ୟନ୍ତ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ବେଞ୍ଚ୍ କିଛିଦିନ ପର୍ଯ୍ୟନ୍ତ କୋର୍ଟରେ ଉପସ୍ଥିତ ରିହିବେ ନାହିଁ ।
କୋଭିଡ୍ ମହାମାରୀ ସମୟରେ ଦେଶର ନ୍ୟୟପାଳିକା ଠିକ୍ ଭାବରେ ପରିଚାଳନା କରିବା ପାଇଁ ଚନ୍ଦ୍ରଚୂଡ଼ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୁପ୍ରମକୋର୍ଟ ଇ-କମିଟିର ଚେୟାରପର୍ସନ ହିସାବରେ ସାରା ଦେଶରେ ଥିବା କୋର୍ଟଗୁଡ଼ିକ ଭାର୍ଚୁଆଲ ପରିଚାଳନା କରାଇବା ଦିଗରେ ତାଙ୍କର ଭୂମିକା ରହିଛି। ଚନ୍ଦ୍ରଚୂଡ଼ ବେଞ୍ଚ ବର୍ତ୍ତମାନ ଦେଶରେ କୋଭିଡ୍ ସମ୍ପର୍କିତ ମାମଲା ଗୁଡିକର ଶୁଣାଣି କରୁଛନ୍ତି।
ଏନେଇ ସୋମବାର ତାଙ୍କର ଏକ ମାମଲା ଶୁଣାଣି କରିବାର ଥିଲା। ଯାନ୍ତ୍ରୀକ ତ୍ରୁଟି ଯୋଗୁ ଶୁଣାଣି ଗୁରୁବାରକୁ ଘୁଞ୍ଚିଥିଲା। ଆଉ ଏବେ ବିଚାରପତି କୋରୋନା ପଜିଟିଭ୍ ହେବା ପରେ ଶୁଣାଣି ଗୁରୁବାରକୁ ସ୍ଥଗିତ ରଖାଯାଇଥିଲା।