ETV Bharat / bharat

FiberNet scam case: ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ, ୧୭ରେ ପରବର୍ତ୍ତୀ ଶୁଣାଣି

author img

By ETV Bharat Odisha Team

Published : Oct 13, 2023, 5:10 PM IST

ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଫାଇବର୍‌ ନେଟ ଦୁର୍ନୀତି ମାମଲା । ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ । ଅଧିକ ପଢନ୍ତୁ

Chandrababu Naidu
Chandrababu Naidu

ନୂଆଦିଲ୍ଲୀ: ଟିଡିପି ମୁଖ୍ୟ ତଥା ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଫାଇବର୍‌ ନେଟ ଦୁର୍ନୀତି ମାମଲା । ଏହି ମାମଲାରେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ ଚନ୍ଦ୍ରବାବୁ । ତେବେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ଆନ୍ଧ୍ର ସରକାରଙ୍କୁ ଏନେଇ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି । ଏହାସହ ଏହି ମାମଲାରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ନାଇଡୁଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

  • Supreme Court issues notice to the Andhra Pradesh government on a plea of former CM N Chandrababu Naidu challenging the denial of anticipatory bail by the High Court in the FiberNet scam case.

    Senior advocate Mukul Rohatgi appearing for Andhra Pradesh government assures Supreme…

    — ANI (@ANI) October 13, 2023 " class="align-text-top noRightClick twitterSection" data=" ">

ଆଜି ଜଷ୍ଟିସ ଅନିରୁଦ୍ଧ ବୋଷ ଓ ବେଲା ଏମ ତ୍ରିବେଦୀଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ଶୁଣାଣି କରି ଆନ୍ଧ୍ର ସରକାରଙ୍କୁ ଏହି ମାମଲାରେ ନୋଟିସ କରିଛନ୍ତି । ଆଜି ଶୁଣାଣି ବେଳେ ଚନ୍ଦ୍ରବାବୁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା ବେଞ୍ଚକୁ କହିଥିଲେ, " ପ୍ରଥମେ ନାଇଡୁଙ୍କ ବିରୋଧରେ ଦକ୍ଷତା ବିକାଶ ଦୁର୍ନୀତି ମାମଲା ଅଣାଯାଇଥିଲା । ଏହାପରେ ଆନ୍ଧ୍ର ସରକାର ଗୋଟିଏ ପରେ ଗୋଟିଏ କେସ ତାଙ୍କ ବିରୋଧରେ ଆଣି ତାଙ୍କୁ ଛନ୍ଦିବାକୁ ପ୍ରୟାସ କରୁଛନ୍ତି । "

ଏହା ବି ପଢନ୍ତୁ- Skill development scam: ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ଚନ୍ଦ୍ରବାବୁ ନାଇଡୁ

ସେ ଆହୁରି କହିଛନ୍ତି, "ନାଇଡୁଙ୍କ ବିରୋଧରେ ପ୍ରଥମେ ୨୦୨୧ରେ ମାମଲା ରୁଜୁ ହୋଇଥିଲା । ହେଲେ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଗତ ସେପ୍ଟେମ୍ବର ୧୯ ତାରିଖରେ ଦକ୍ଷତା ବିକାଶ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଅକ୍ଟୋବର ୧୬ ତାରିଖରେ ତାଙ୍କ ବିରୋଧରେ ପ୍ରଡକ୍ସନ ୱାରେଣ୍ଟ ଜାରି ହୋଇଛି । ଏହି ମାମଲାରେ ୩ଜଣଙ୍କ ବିରୋଧରେ ନିୟମିତ ଜାମିନ ଥିବା ବେଳେ ଆଉ ୩ ଜଣଙ୍କ ବିରୋଧରେ ଆଗୁଆ ଜାମିନ ରହିଛି । ଅନ୍ୟମାନଙ୍କୁ ଏଯାବତ ଗିରଫ କରାଯାଇନାହିଁ । ହାଇକୋର୍ଟଙ୍କ ରାୟ ଅନୁସାରେ ତାଙ୍କ ସପକ୍ଷରେ ସମସ୍ତ ତଥ୍ୟ ରହିଥିବାରୁ ତାଙ୍କୁ ଗିରଫ କରାଯିବାର ପ୍ରଶ୍ନ ଉଠୁନାହିଁ । ହେଲେ ନାଉଡୁଙ୍କ କାହିଁକି ଗିରଫ କରାଯାଇଛି ? "

ଏହା ବି ପଢନ୍ତୁ- ପୁଣି 19 ଯାଏଁ ବଢିଲା ଚନ୍ଦ୍ରବାବୁଙ୍କ ନ୍ୟାୟିକ ହାଜତ ଅବଧି

ସୂଚନା ଥାଉ କି ୩ଟି ଭିନ୍ନ ମାମଲାରେ ଜାମିନ ଲାଗି ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲେ ନାଇଡୁ । ହେଲେ ସୋମବାର ଏହାକୁ ଖାରଜ କରିଥିଲେ କୋର୍ଟ । ସେପଟେ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ସେପ୍ଟେମ୍ବର 9 ତାରିଖରେ ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ସେବେଠାରୁ ଏକାଧିକ ଥର ତାଙ୍କର ବିଚାର ବିଭାଗୀୟ ହାଜତ ଅବଧି ବୃଦ୍ଧି କରାଗଲାଣି । ଜାମିନ ପାଇଁ ତଳ ଓ ଆନ୍ଧ୍ର କୋର୍ଟରୁ ନିରାଶ ହେବା ପରେ ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ନାଇଡୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.