ETV Bharat / bharat

Lakhimpur Kheri violence: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ସର୍ତ୍ତମୂଳକ ଜାମିନ - ଲଖିମପୁର ଖେରୀ ହିଂସା ଅଭିଯୁକ୍ତକୁ ଜାମିନ

ବହୁ ଚର୍ଚ୍ଚିତ ଲଖୀମପୁର ଖେରୀ ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Supreme Court grants interim bail to Ashish Mishra
ଲଖିମପୁର ଖେରୀ ହିଂସା ଅଭିଯୁକ୍ତକୁ ଜାମିନ
author img

By

Published : Jan 25, 2023, 1:26 PM IST

ନୂଆଦିଲ୍ଲୀ: ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ । ଉତ୍ତରପ୍ରଦେଶ ଲଖୀମପୁର ଖେରୀ ହିଂସାର ବହୁ ଚର୍ଚ୍ଚିତ ଖେରୀ ହିଂସା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । 8 ସପ୍ତାହ ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ଜାମିନ ମଞ୍ଜୁର ହେବା ପରେ ଜେଲ୍‌ରୁ ବାହାରିବେ ଆଷିଶ ମିଶ୍ରା । 8 ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । କୋର୍ଟଙ୍କ ସର୍ତ୍ତ ମୁତାବକ ଆଶିଷ ଉତ୍ତରପ୍ରଦେଶ ଯାଇପାରିବେ ନାହିଁ । ଟ୍ରାଏଲ କୋର୍ଟରେ ହାଜର ହେବାକୁ ଡାକରା ଆସିଲେ ଏହି ସମୟରେ ଉତ୍ତରପ୍ରଦେଶ ଆସିପାରିବେ ବୋଲି ଅନୁମତି ମିଳିଛି । ଚାଷୀଙ୍କ ଉପରେ ଗାଡି ଚଢାଇବା ଅଭିଯୋଗରେ ଦୀର୍ଘ ଦିନ ହେବ ଜେଲ୍‌ରେ ଥିବା ଆଶିଷଙ୍କ ଜାମିନ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଗତ ଶୁଣାଣି ବେଳେ ତାଙ୍କ ଜାମିନ ଉପରେ ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେ.କେ ମାହେଶ୍ବରୀଙ୍କ ଖଣ୍ଡପୀଠ କହିଛନ୍ତି, "ଏହି ମାମଲାରେ କାହାରି ମତାମତ ଆଡକୁ ଢଳିନାହୁଁ । ଆଶିଷ ମିଶ୍ରାଙ୍କୁ 8 ସପ୍ତାହ ପାଇଁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରାଯାଇଛି ।"

ଏହା ବି ପଢନ୍ତୁ...ଦୁଇ କୋଟି ଟଙ୍କାର ଗହଣା ଲୁଟି ନେଲେ ନକଲି ଇଡି ଅଧିକାରୀ

କୋର୍ଟଙ୍କ ସର୍ତ୍ତମୂତାବକ, ଆଶିଷ ଉତ୍ତରପ୍ରଦେଶ ଯାଇପାରିବେ ନାହିଁ । ଟ୍ରାଏଲ କୋର୍ଟରେ ହାଜର ପାଇଁ ଡାକରା ଆସିଲେ ଉତ୍ତରପ୍ରେଦଶ ଆସିବେ । ଏହାଛଡା ଜାମିନରେ ଥିବା ସମୟ ଯାଏ ଅଦାଲତଙ୍କୁ ଠିକଣା ଜଣାଇବା ସହ ପାସପୋର୍ଟ ଦାଖଲ କରିବେ । ଏହି ମାମଲାର ପ୍ରତି ଶୁଣାଣି ପରେ ଟ୍ରାଏଲ କୋର୍ଟର ସମସ୍ତ ବିବରଣୀ ସୁପ୍ରିମକୋର୍ଟକୁ ପଠାଯିବ । ମାର୍ଚ୍ଚ 14ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ପ୍ରକାଶ ଥାଉକି, 2021 ଅକ୍ଟୋବର 3 ତାରିଖରେ ଲଖିମପୁର ଖେରୀରେ କୃଷକ ଆନ୍ଦୋଳନ ଜାରି ରହିଥିବାବେଳେ ଆନ୍ଦୋଳନରତ କୃଷକଙ୍କ ଉପରେ ମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରା ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପରେ ପୋଲିସ ତଦନ୍ତରେ ମଧ୍ୟ ଆଶିଷ ଗାଡିରେ ଥିବା ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା । ଏହି ଘଟଣାରେ ଚାଷୀଙ୍କ ସମେତ ମୋଟ 8ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଆହତ ହୋଇଥିଲେ । ଜଣେ ସାମ୍ବାଦିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.