ETV Bharat / bharat

ସାମାଜିକ କର୍ମୀ ଭରଭରା ରାଓଙ୍କୁ ସୁପ୍ରିମକୋର୍ଟରୁ ଜାମିନ

author img

By

Published : Aug 10, 2022, 2:10 PM IST

Updated : Aug 10, 2022, 2:27 PM IST

ସୁପ୍ରିମକୋର୍ଟରୁ ସାମାଜିକ କର୍ମୀ ଭରଭରା ରାଓଙ୍କୁ ମିଳିଲା ଜାମିନ । ଅଧିକ ପଢନ୍ତୁ

ସାମାଜିକ କର୍ମୀ ଭରଭରା ରାଓଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ବିପ୍ଲବୀ କବି ତଥା ସାମାଜିକ କର୍ମୀ ଭରଭରା ରାଓ(Varavara Rao)ଙ୍କୁ ଆଶ୍ବସ୍ତି । ଭୀମା କୋରେଗାଓଁ ହିଂସା ମାମଲାର ଅଭିଯୁକ୍ତ ୮୨ ବର୍ଷୀୟ ଭରଭରା ରାଓଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଜାମିନ ଦେଇଛନ୍ତି । ସ୍ବାସ୍ଥ୍ୟଗତ କାରଣରୁ ବିଚରାପତି ୟୁ ୟୁ ଲଳିତ(U U Lalit)ଙ୍କ ଗଠିତ ଖଣ୍ଡପୀଠ ଏହି ଜାମିନ ପ୍ରଦାନ କରିଛନ୍ତି । ତେବେ ବୟସ କିମ୍ବା ସ୍ବାସ୍ଥ୍ୟଗତ ସମସ୍ୟା UAPA ଅଭିଯୁକ୍ତଙ୍କୁ ଜାମିନ ଦେବାର ଏକ କାରଣ ହୋଇପାରିବ ନାହିଁ ବୋଲି ଏନଆଇଏ କରିଥିବା ଯୁକ୍ତିକୁ ପ୍ରତ୍ୟାଖାନ କରି ସୁପ୍ରିମକୋର୍ଟ କହିଛନ୍ତି, ‘କେବଳ ସ୍ବାସ୍ଥ୍ୟଗତ କାରଣ ଆଧାରରେ ତାଙ୍କୁ ଜାମିନ ଦିଆଯାଇଛି । ଏହି ନିର୍ଦ୍ଦେଶ ଅନ୍ୟ ଅଭିଯୁକ୍ତଙ୍କ ମାମଲାକୁ ପ୍ରଭାବିତ କରିବ ନାହିଁ ’ । କହିରଖୁଛି କି, ଭରଭରା ରାଓ ଅସୁସ୍ଥତା ଯୋଗୁଁ ପୂର୍ବରୁ ଅନ୍ତରୀଣ ଜାମିନରେ ମୁକୁଳିଛନ୍ତି ।

ଭୀମା କୋରେଗାଓଁ ହିଂସା ମାମଲାରେ ଭରଭରାଙ୍କୁ ଗତ 2018ରେ ଗିରଫ କରାଯାଇଥିଲା । ପୋଲିସ ଭରଭରା ରାଓଙ୍କ ଘର ଓ ସମ୍ପର୍କୀୟଙ୍କ ଘରେ ଚଢାଉ କରିବା ପରେ ତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲେ । ଭରଭରା ରାଓ ସର୍ବଦା ନକ୍ସଲ ଆଦର୍ଶକୁ ସମର୍ଥନ କରୁଥିଲେ ।

Last Updated : Aug 10, 2022, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.