ଭୁବନେଶ୍ବର: ସୁପ୍ରିମକୋର୍ଟରେ ଖାରଜ ହେଲା ଓଡ଼ିଶା ଘରୋଇ ଇଂଜିନିୟରିଂ କଲେଜ ସଂଘ (OPECA)ର ଆବେଦନ । BTech (ଇଞ୍ଜିନିୟରିଂ) ଏବଂ ଲାଟେରାଲ୍ ଏଣ୍ଟ୍ରି (LE) ପାଠ୍ୟକ୍ରମରେ ନାମ ଲେଖା ପାଇଁ ଦ୍ବିତୀୟ OJEE 2021 ପରୀକ୍ଷା ଆୟୋଜନ କରିବା ପାଇଁ ଆବେଦନ କରିଥିଲା ଓଡ଼ିଶା ପ୍ରାଇଭେଟ ଇଂଜିନିୟରିଂ କଲେଜ ଆସୋସିଏସନ (OPECA) ।
ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଓ ଓଡିଶା ଯୁଗ୍ନ ପ୍ରବେଶିକା ପରୀକ୍ଷା କମିଟି (Odisha Joint Entrance Examination Committee OJEEC) କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଯାଇଥିଲା । ତେବେ ଆବେଦନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଦେଇଥିବା ସୂଚନା ମିଳିଛି ।
ଏହି ଆବେଦନର ଶୁଣାଣି କରି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୁଡ ଏବଂ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦର୍ଶାଯାଇଛନ୍ତି ଯେ, ଅକ୍ଟୋବର 25 ତାରିଖରେ ଜଷ୍ଟିସ୍ ଏଲ୍ ନାଗେଶ୍ବର ରାଓଙ୍କ ନତୃତ୍ବଧୀନ ବେଞ୍ଚ ଏହି ମାମଲାର ଶୁଣାଣି କରି ନଭେମ୍ବର 30 ପର୍ଯ୍ୟନ୍ତ ଇଞ୍ଜିନିୟରିଂ ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ଅବଧିକୁ ବୃଦ୍ଧି କରିବାକୁ ରାୟ ଶୁଣାଇଥିଲେ ।
ପରେ ପୁନର୍ବାର ଡିସେମ୍ବର 16 ରେ, ଓପେକା ଆବେଦନ କରିବା ପରେ ସର୍ବୋଚ୍ଚ ଅଦାଲତର ତିନିଜଣିଆ ଜଷ୍ଟିଷଙ୍କୁ ନେଇ ଗଠିତ ଖଣ୍ଡପୀଠ ସମୟ ବୃଦ୍ଧି କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ତେବେ ପୁନଶ୍ଚ OPECAର ପରୀକ୍ଷା ଅନୁଷ୍ଠିତ କରାଇବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ କୋର୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ