ETV Bharat / bharat

ମଧ୍ୟ ପ୍ରଦେଶରେ ଅନ୍ଧବିଶ୍ୱାସ, ମାସେ ପୂର୍ବରୁ ମୃତ ଶିଶୁ ବଞ୍ଚାଇବାକୁ ଚାଲିଛି ପ୍ରୟାସ

author img

By

Published : Aug 19, 2022, 10:55 PM IST

ମାସେ ପୂର୍ବେ ମୃତ୍ୟୁବରଣ କରିଥିବା ପୁଅକୁ ପୁନଃ ଜୀବୀତ କରିବାକୁ ପ୍ରୟାସ କରୁଛନ୍ତି ପରିବାର ଲୋକେ(Efforts to revive dead child in Madhya Pradesh) । ମଧ୍ୟ ପ୍ରଦେଶର ରିୱା ଜିଲ୍ଲାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ମଧ୍ୟ ପ୍ରଦେଶରେ ଅନ୍ଧବିଶ୍ବାସ, ମାସେ ପୂର୍ବରୁ ମୃତ ଶିଶୁ ବଞ୍ଚାଇବାକୁ ଚାଲିଛି ପ୍ରୟାସ

ଭୋପାଳ: ୫ଜି ଯୁଗରେ ବି ଲୋକେ ଅନ୍ଧବିଶ୍ବାସର ପିଛା ଛାଡୁନାହାନ୍ତି । ମଧ୍ୟ ପ୍ରଦେଶର ରିୱା ଜିଲ୍ଲାରେ ଏହାର ଏକ ସଦ୍ୟ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଲିଛି(Superstitious Claim In Rewa) । ସଗରା ଥାନା ଅଞ୍ଚଳର ବକ୍ଷେରା ଗ୍ରାମରେ ଜଣେ ଶିଶୁର ମୃତ୍ୟୁ ହୋଇଥିଲା (Efforts to revive dead child in Madhya Pradesh)। ମୃତ୍ୟୁକୁ ଏକ ମାସ ପୁରିଥିଲେ ସୁଦ୍ଧା ସ୍ଥାନୀୟ ଦେବୀ ମନ୍ଦିରରେ ପୁଅକୁ ପୁନଃ ଜୀବୀତ କରିବା ପାଇଁ ବାପା ମାଆ ପୂଜାର୍ଚ୍ଚନା କରୁଛନ୍ତି ।

ମିଟି ଗ୍ରାମରେ ଏକ ମାସ ପୂର୍ବେ ଜଣେ ୪ ବର୍ଷୀ ଶିଶୁ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲା । ମୃତ୍ୟୁ ପରେ ତାକୁ ନେଇ ଗ୍ରାମର ଶ୍ମଶାନରେ ପୋତି ଦିଆଯାଇଥିଲା । କିନ୍ତୁ ପରିବାର ଲୋକଙ୍କ ମୁତାବକ ଦେବୀ ମାଆ ସେମାନଙ୍କ ସ୍ବପ୍ନରେ ଆସି ପୁଅକୁ ପୁନଃ ଜୀବୀତ କରିବେ ବୋଲି କହିଛନ୍ତି । ଏଥିପାଇଁ ସେମାନେ ଗ୍ରାମରୁ ୨୦ କିମି ଦୂରକୁ ଆସି ବକ୍ଷେରା ଗ୍ରାମରେ ଦେବୀ ମାଆଙ୍କ ଉପାସନା ଆରମ୍ଭ କରିଛନ୍ତି ।

ମୃତ ଶିଶୁର ପରିବାର ମୁତାବକ ଦେବୀ କହିଛନ୍ତି ଯେ, ପୁଅକୁ ପୋତିଥିବା ସ୍ଥାନରୁ ମାଟି ଆଣି ଦେବୀ ମାଆଙ୍କ ଚରଣରେ ରଖିବାକୁ ହେବ । ଏଥିପାଇଁ ଏକ ନାଲି କପଡ଼ାରେ ଶିଶୁର ପରିବାର ଲୋକେ ଶ୍ମଶାନରୁ ମାଟି ଆଣି ଦେବୀଙ୍କ ଚରଣରେ ଚଢ଼ାଇଛନ୍ତି । ଏହି ପରିବାର ମୁତାବକ ଏହି ମାଟି ଏବେ ଫୁଲରେ ପରିଣତ ହୋଇଥିଲା । ଏହାପରେ ତାହା ମଣିଷ ହାଡ଼ରେ ପରିଣତ ହୋଇଛି । ସେମାନେ ଏହା ମଣିଷ ରୂପ ନେବା ନେଇ ଅପେକ୍ଷା କରିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ମୃତ ଶିଶୁର ପରିବାର ସହ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଏହି ପୂଜାରେ ଲାଗିଛନ୍ତି । ଯେଉଁଠାରେ ଏକ ମାସ ପୂର୍ବେ ମୃତ୍ୟୁ ହୋଇଥିବା ଶିଶୁକୁ ଜୀବୀ କରାଇବା ପାଇଁ ପ୍ରୟାସ କରାଯାଉଛି । ଏକ ଟୋକେଇ ତଳେ ମଣିଷ ହାଡ଼ ରଖି ଏହି ପୂଜା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.