ETV Bharat / bharat

Super Mom Tigress: 29 ଛୁଆ ଦେଇଥିଲା ବାଘୁଣୀ, 17 ବର୍ଷ ବୟସରେ ଚାଲିଗଲା ଜୀବନ - ମଧ୍ୟ ପ୍ରଦେଶ ବାଘ ଖବର

ମଧ୍ୟପ୍ରଦେଶର 29 ଛୁଆର ମାଆ ସୁପର ମମ୍ ବାଘୁଣୀ ମୃତ । ଅଧିକ ପଢନ୍ତୁ

DF
Super Mom Tigress: 29 ଛୁଆ ଦେଇଥିଲା ବାଘୁଣୀ, 17 ବର୍ଷରେ ଚାଲିଗଲା
author img

By

Published : Jan 16, 2022, 9:37 PM IST

ଭୋପାଲ: ମଧ୍ୟ ପ୍ରଦେଶର ସୁପର ମମ୍ ବାଘୁଣୀ ମୃତ । 29ଟି ଛୁଆର ମାଆ ବାଘୁଣୀ କୋଲାରୱାଲିର ମୃତ୍ୟୁ ଘଟିଛି । ଗତକାଲି(ଶନିବାର) ସନ୍ଧ୍ୟାରେ ସୁପର ମମର ମୃତ୍ୟୁ ଘଟିଥିବା ଜଣାପଡିଛି ।

ତେବେ ଏହି 17 ବର୍ଷୀୟା ବାଘୁଣୀକୁ T-15 ମଧ୍ୟ କୁହାଯାଏ । 2008 ରୁ 2018 ମଧ୍ୟରେ କୋଲାରୱାଲି 29ଟି ଶାବକ ଜନ୍ମ ଦେଇଛି । ରାଜ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗର କାର୍ଯ୍ୟାଳୟର ଜଣେ ଅଧିକାରୀ ବାଘୁଣୀର ମୃତ୍ୟୁ ଖବରକୁ ନିଶ୍ଚିତ କରିଥିଲେ ମଧ୍ୟ କାରଣ ସ୍ପଷ୍ଟ କରିନାହାନ୍ତି ।

ତେବେ ବିଶେଷଜ୍ଞଙ୍କ ଅନୁଯାୟୀ, ବାଘର ହାରାହାରି ବୟସ ପ୍ରାୟ 12 ବର୍ଷ ହୋଇଥାଏ । ମାର୍ଚ୍ଚ 2008ରେ କୋଲାରୱାଲି ପ୍ରଥମେ ରେଡିଓ କୋଲାର ହୋଇଥିଲା । ଅର୍ଥାତ୍ ଜଙ୍ଗଲରେ ଏହି ବାଘ ଥିବା ନେଇ ନୀରିକ୍ଷଣ କରିଥିଲା ବନ ବିଭାଗ । ପରେ କୌଣସି ସନ୍ଧାନ ମିଳିନଥିଲା । ପୁନର୍ବାର ଜାନୁଆରୀ 2010 ରେ ରେଡିଓ କଲାର ହୋଇଥିଲେ କୋଲାରୱାଲି ।

କୋଲାରୱାଲି ପ୍ରଥମେ ମେ 2008ରେ 3ଟି ଛୁଆ ଜନ୍ମ କରିଥିଲା । କିନ୍ତୁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା । ଶେଷ ଥର ପାଇଁ, ଡିସେମ୍ବର 2018ରେ 4ଟି ଛୁଆ ଜନ୍ମ କରିଥିଲା । ଏହାକୁ ମିଶାଇ କୋଲାରୱାଲି 29ଟି ଛୁଆର ମାଆ ହୋଇଥିଲା । ତେବେ ବାଘୁଣୀର 29 ଛୁଆ ମଧ୍ୟରୁ 25ଟି ବଞ୍ଚିଥିବା ଜଣାପଡିଛି ।

ବିଶେଷଜ୍ଞମାନେ ଏହା ଏକ ରେକର୍ଡ ବୋଲି ଆଲୋଚନା କରୁଛନ୍ତି । କୋଲାରୱାଲିର କିଶୋରାବସ୍ଥା ସମୟରେ ମଧ୍ୟ ପ୍ରଦେଶର ପାନ୍ନା ଟାଇଗର ରିଜର୍ଭରୁ ପେଞ୍ଚ ଟାଇଗର ରିଜର୍ଭକୁ ପଠା ଯାଇଥିଲା । ସେତେବେଳେ ପାନ୍ନା ରିଜର୍ଭରେ ଗୋଟିଏ ମଧ୍ୟ ବାଘ ନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.